ଦେଶୀ ଦୀପର ଚାହିଦା

ବାଙ୍ଗିରିପୋଷି, ୧୨।୧୧(ସଞ୍ଜୟ କୁମାର ଅଗ୍ରୱାଲା)-ଆଲୋକର ପର୍ବ ଦୀପାବଳି ପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। କିଏ ଘର ସାଜସଜ୍ଜା ପାଇଁ ସାମଗ୍ରୀ ତ ଆଉ କିଏ ବିଭିନ୍ନ ପ୍ରକାର ରଙ୍ଗିନ ଦୀପ କିଣିବାରେ ବ୍ୟସ୍ତ। ପ୍ରତିବର୍ଷ ଲୋକେ ବିଦେଶୀ ଦୀପ କିଣିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳେ। ବିଭିନ୍ନ ପ୍ରକାର ଦୀପ କିଣି ନିଅନ୍ତି। ଚଳିତବର୍ଷ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଅଞ୍ଚଳରେ ଦେଶୀ ଦୀପର ଅଧିକ ଚାହିଦା ଦେଖିବାକୁ ମିଳିଛି। ବାଙ୍ଗିରିପୋଷି ବଜାରରେ ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ଦୀପ ପସରା ଧରି ବସିଛନ୍ତି। ସେମାନଙ୍କ ନିକଟରେ ଚାଇନା ଦୀପ ସହ ଦେଶୀ ଦୀପ ମଧ୍ୟ ରହିଛି। ଦାମ୍‌ ବେଶୀ ଥିଲେ ମଧ୍ୟ ଗ୍ରାହକମାନେ ଅଧିକ ଦେଶୀ ଦୀପ କିଣୁଥିବା ଦେଖିବାକୁ ମିଳିଛି।
ଗ୍ରାହକ ମନୋରଞ୍ଜନ ବାରିକ କହନ୍ତି, ଦେଶୀ ଦୀପରେ ଦୀପାବଳି ପାଳନ କଲେ ଯେଉଁ ଆନନ୍ଦ ମିଳେ, ତାହା ବିଦେଶୀ ଦୀପରେ ମିଳେ ନାହିଁ। ଲୋକେ ଦେଶୀ ଦୀପ କିଣି ଦୀପାବଳି ପାଳିବା କଥା। ଫଳରେ ଏହାକୁ ପ୍ରସ୍ତୁତ କରୁଥିବା କୁମ୍ଭାର ପରିବାର ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିପାରିବେ ବୋଲି ଗ୍ରାହକ ବିକେଶ ମହାନ୍ତ କହିଛନ୍ତି। ଏ ଅଞ୍ଚଳର ବ୍ୟବସାୟୀମାନେ କହନ୍ତି, ନିଶ୍ଚିନ୍ତା, କୁସୁମବନ୍ଧ, ଜାମଦାପାଳ, ମଣଦା ଆଦି ଅଞ୍ଚଳର କୁମ୍ଭାରମାନଙ୍କ ପାଖରୁ ସେମାନେ ଦେଶୀ ଦୀପ ଆଣିଛନ୍ତି। ସେମାନେ ଯଦି କୁମ୍ଭାରଙ୍କଠାରୁ ଦୀପ ନ କିଣିବେ, ସେମାନଙ୍କ ବେଉସା ବୁଡ଼ି ଯିବ। ବଜାରରେ ଦୀପ ବିକ୍ରି କରୁଥିବା ପ୍ରଶାନ୍ତ ଗୋଚ୍ଛାୟତ କହିଛନ୍ତି, ଏବର୍ଷ ସେ ଅଧିକ ଦେଶୀ ଦୀପ ଆଣିଛନ୍ତି। ଦେଶୀ ଦୀପର ଅଧିକ ଚାହିଦା ପରିଲକ୍ଷିତ ହେଉଛି। ଗ୍ରାହକମାନେ ଦେଶୀ ଦୀପ ଅଧିକ କିଣିବା ପାଇଁ ପସନ୍ଦ କରୁଛନ୍ତି। କାରଣ ଏବେ ଲୋକେ ସଚେତନ ହେଲେଣି। ଆମ ରାଜ୍ୟର ବା ଅଞ୍ଚଳର ମାଟି କାରିଗରମାନେ ଯେପରି ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବେ ସେନେଇ ସମସ୍ତେ ପ୍ରୟାସ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri