Posted inଫୁରସତ

ରେଳ ଟ୍ରାକ୍‌ରେ ସାପ ବାଣ ଫୁଟାଇଲେ ୟୁଟ୍ୟୁବର, ପରେ ଯାହା ଘଟିଲା ଭିଡିଓ ଦେଖିଲେ ଜାଣିବେ…

ଆଜିକାଲି ଯୁବପିଢ଼ି ରିଲ୍‌ କରିବା ଚକ୍କରରେ କିଛି ବି କରିବାକୁ ପଛାଉନାହାନ୍ତି। କେଉଁଠି ବିପଦ ଅଛି, ତାହା ଜାଣି ବି ଅଜଣା ହୋଇ ବିପଦକୁ ଆମନ୍ତ୍ରଣ କରୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ରେଲଓ୍ବେ ପ୍ଲାଟଫର୍ମରେ ଜଣେ ୟୁଟ୍ୟୁବର ବାଣ ଫୁଟାଇଛନ୍ତି। ପରେ ଯାହା ଘଟିଛି ଭିଡିଓ ଦେଖିଲ ଜାଣିବେ।

୩୩ ସେକେଣ୍ଡର ଏହି ଭିଡିଓ। ଯାହାକି ୟୁଜରମାନଙ୍କୁ କ୍ରୋଧିତ କରିଛି। ଭିଡିଓରେ ଜଣେ ଯୁବକ ରେଳ ଟ୍ରାକ୍‌ ମଝିରେ ସାପ ବାଣରେ ନିଆଁ ଲଗାଉଛନ୍ତି। ଏହା ଜଳୁଥିବା ଦେଖିବାକୁ ମିଳିଛି। ଖୁବ୍‌ଶୀଘ୍ର ବାଣରୁ ଘନ କଳା ଧୂଆଁ ବାହାରି ବାୟୁମଣ୍ଡଳକୁ ବ୍ୟାପିଯାଉଛି। ଫୁଲେରା-ଅଜମେର ବିଭାଗର ଦାନ୍ତ୍ରା ଷ୍ଟେଶନ ନିକଟରେ ଏହି ଭିଡିଓ ଶୁଟିଂ କରାଯାଇଛି।
‘ରେଲଓ୍ବେ ଟ୍ରାକ୍‌ରେ ୟୁଟ୍ୟୁବର ଫୁଟାଇଥିବା ବାଣ କ୍ୟାପଶନ ଲେଖାଯାଇଛି। ଏଭଳି କାର୍ଯ୍ୟ ଗୁରୁତର ଦୁର୍ଘଟଣା ଘଟାଇପାରେ। ଦୟାକରି ଏହିପରି ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ‘ଭିଡିଓ କ୍ୟାପଶନରେ ଟ୍ରେନ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ଭିଡିଓ ଶେୟାର କରାଯାଇଛି।

ଭିଡିଓ ଦେଖି ୟୁଜରମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ତାଙ୍କର ଅସାବଧାନତା ପାଇଁ ୟୁଟ୍ୟୁବରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଏପରି କାର୍ଯ୍ୟ ଗୁରୁତର ହୋଇପାରେ। ଏପରି ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡ ଦିଆଯିବା ସହ ରେଳବାଇକୁ ଯଥାଶୀଘ୍ର ପଦକ୍ଷେପ ନେବାକୁ କହିଛନ୍ତି।

ଏହି ଭିଡିଓ ଉପରେ ଉତ୍ତର ପଶ୍ଚିମ ରେଳ ବିଭାଗର ରେଳ ପରିଚାଳକ ଜୟପୁର ଏବଂ ରେଳ ସୁରକ୍ଷା ବଳକୁ ଏହି ଘଟଣାର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଆର୍‌ପିଏଫ୍‌ ଭିଡିଓର ଅନୁସନ୍ଧାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri