ଜାକର୍ତ୍ତା: ସିଗାରେଟ ପିଇବା ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ବର୍ତ୍ତମାନ ସମୟରେ ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ହାତରେ ସିଗାରେଟ ଦେଖିବାକୁ ମିଳୁଛି। ହେଲେ କେବେ ଛୁଆଙ୍କ ହାତରେ ସିଗାରେଟ ଥିବା ଦେଖିଛନ୍ତି? ନିକଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଛୁଆମାନେ ଯେଉଁ ବୟସରେ ଦୁଗ୍ଧ ପିଇଥାନ୍ତି, ସେହି ସମୟରେ ଇଣ୍ଡୋନେସିଆ ସୁମାତ୍ରାରେ ରହୁଥିବା ଆର୍ଡି ରିଜଲ୍ ଦିନକୁ ୪୦ଟି ସିଗାରେଟ ପିଉଥିବା ଜଣାପଡ଼ିଛି। ଅଧିକାଂଶ ସମୟରେ ତାଙ୍କ ହାତରେ ସିଗାରେଟ ରହୁଥିଲା। ସେ ଯେତେବେଳେ ୧୮ ମାସର ହୋଇଥିଲେ, ସେବେଠାରୁ ତାଙ୍କୁ ସିଗାରେଟ୍ର ଅଭ୍ୟାସ ହୋଇଯାଇଥିଲା। ଏହା ପ୍ରକୃତରେ ତାଙ୍କ ମା’ବାପାଙ୍କ ଭୁଲ। ସେମାନେ ଛୋଟବେଳୁ ମଜା ମଜାରେ ତାଙ୍କ ଛୁଆକୁ ସିଗାରେଟ ପିଇବାକୁ ଦେଇଥିଲେ। ଏହାପରେ ସେମାନେ ବହୁ ବାର କରିବା ପରେ ଛୁଆର ସିଗାରେଟ ପିଇବା ଅଭ୍ୟାସ ହୋଇଯାଇଥିଲା। ତାଙ୍କ ମା’ଙ୍କ କହିବା କଥା, ସେ ସିଗାରେଟ ବଦଳରେ ଖେଳଣା ପାଇଁ ଜିଦ୍ କରୁଥିଲା। ଅଧିକ ଜିଦ୍ କରିବାରୁ ସେ ବାଧ୍ୟ ହୋଇ ରିଜଲ୍ଙ୍କୁ ସିଗାରେଟ ଧରେଇ ଦିଅନ୍ତି। ଆଉ ମଧ୍ୟ ସେ ସିଗାରେଟ ନ ପିଇଲେ ବହୁତ ଚିଡିଚିଡ଼ା ହୋଇଯାଇଥିଲା। ତାଙ୍କ ଭୋକ ବହୁତ ବଢିଯାଇଥିଲା। ଇଣ୍ଡୋନେସିଆର ବାଳ ବିକାଶ ମନ୍ତ୍ରଣାଳୟ ଏହି ମାମଲାର ତଦନ୍ତ କଲା ଏବଂ ୨୦୧୭ ବେଳକୁ ରିଜଲ୍ ସମ୍ପୂର୍ଣ୍ଣ ସିଗାରେଟ୍ ଛାଡ଼ି ଦେଇଥିଲେ।
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି
କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...
ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….
ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….
କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...
ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...
ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ
ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
Archives


