ଓ୍ବାନ୍‌ ପ୍ଲସ୍‌ ସହ ରିଲାଏନ୍ସ ଡିଜିଟାଲର ସହଭାଗିତା

ଭୁବନେଶ୍ୱର,୨୨।୧୦: ରିଲାଏନ୍ସ ଡିଜିଟାଲ ଏବଂ ଓ୍ବାନ୍‌ ପ୍ଲସ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଛି। ବିଶେଷକରି ଓ୍ବାନ୍‌ ପ୍ଲସ୍‌ର ବହୁ ପ୍ରତୀକ୍ଷିତ ଓ୍ବାନ୍‌ ପ୍ଲସ୍‌ ଓପନ୍‌ ଫୋଲଡେବଲ୍‌ ଫୋନ୍‌ ରିଲାଏନ୍ସ ଡିଜିଟାଲର ସମସ୍ତ ଷ୍ଟୋରରେ ଉପଲବ୍ଧ ବୋଲି ଉଭୟ ସଂସ୍ଥା (କମ୍ପାନୀ) ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ଗ୍ରାହକମାନେ ସେମାନଙ୍କର ନିକଟତମ ରିଲାଏନ୍ସ ଡିଜିଟାଲ ଆଉଟଲେଟଠାରେ ଉକ୍ତ ଫୋନ୍‌ର ପ୍ରି-ବୁକ୍‌ ମଧ୍ୟ କରିପାରିବେ। ଅପରପକ୍ଷରେ ଗ୍ରାହକମାନେ ବୁକିଂ ସମୟରେ ମାଗଣା ଓ୍ବାନ୍‌ ପ୍ଲସ୍‌ ବଡ୍‌ସ ପ୍ରୋ ୨ ସହ ଦୁର୍ଘଟଣାଜନିତ ସୁରକ୍ଷା ଯୋଜନା, ଆଇସିଆଇସିଆଇ ବ୍ୟାଙ୍କର କାର୍ଡ ଉପରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍‌କ୍ଷଣାତ ରିହାତି ଏବଂ ୮୦୦୦ ଟଙ୍କା ପର୍ଯ୍ୟନ୍ତ ବିନିମୟ ବୋନସ ଭଳି ବିଶେଷ ସୁବିଧା ମଧ୍ୟ ପାଇପାରିବେ। ଏହି ଅଫର ୨୦୨୩ ଅକ୍ଟୋବର ୨୭ ପର୍ଯ୍ୟନ୍ତ ଉପଲବ୍ଧ ରହିବ (ଲାଇଭ୍‌ ଚାଲିବ)। ଏ ସମ୍ପର୍କରେ ରିଲାଏନ୍ସ ଡିଜିଟାଲର ସିଇଓ ବ୍ରେନ୍‌ ବାଡେ କହିଛନ୍ତି,ଓ୍ବାନ୍‌ ପ୍ଲସ୍‌ ସହ ଆମେ ସହଭାଗିତା କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଓ୍ବାନ୍‌ ପ୍ଲସ୍‌ର ନୂତନ ଉତ୍ପାଦ ଉନ୍ମୋଚନ (ଶୁଭାରମ୍ଭ) ସହିତ ଆମେ ଆମର ଗ୍ରାହକମାନଙ୍କୁ ଉନ୍ନତ ଟେକ୍ନୋଲୋଜିି ଆଦିର ସୁବିଧା ସହ ଅତ୍ୟାଧୁନିକ ଜ୍ଞାନ ଆଣିବାକୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଜାରି ରଖିଛୁ। ବିଶେଷକରି ଓ୍ବାନ୍‌ ପ୍ଲସ୍‌ର ଗ୍ରାଉଣ୍ଡ ବ୍ରେକିଙ୍ଗ୍‌ ୱାନ୍‌ପ୍ଲସ୍‌ ଓପନ୍‌ ସ୍ମାର୍ଟଫୋନ୍‌ର ସ୍ବତନ୍ତ୍ର ଉନ୍ମୋଚନ ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଉକ୍ତ ଫୋନ(ଡିଭାଇସ୍‌)ରେ ଅତ୍ୟାଧୁନିକ କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍‌ ସଞ୍ଚାଳକ ସହିତ ୧୨ ଜିବି ରାମ୍‌ ଏବଂ ୫୧୨ ଜିବି ଷ୍ଟୋରେଜ୍‌ ସାମିଲ ରହିଛି। ବିଶେଷକରି ଉନ୍ନତ ସ୍ଥାୟିତ୍ୱ ପାଇଁ ଏହା ଏକ ୱାଟରଡ୍ରପ୍‌ ହିଙ୍ଗେ ସହିତ ମଧ୍ୟ ଆସିଥାଏ। ଏପରିକି କ୍ୟାମେରା ସେନ୍‌ସର କମ୍ପାକ୍ଟ ଏବଂ ସୋନି ‘ଡୁଆଲ୍‌-ଲେୟାର ଟ୍ରାଞ୍ଜିିଷ୍ଟର ପିକ୍ସେଲ’ଟେକ୍ନୋଲୋଜି ସହିତ ସଜ୍ଜିତ ହୋଇଛି, ଯାହା ଏହାର ଆକାର ପାଇଁ ୨ଗୁଣ ଆଲୋକ କ୍ୟାପ୍‌ଚର କରିବାକୁ ଅନୁମତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri