କୋରାପୁଟ କଫି

କୋରାପୁଟ ଏକ ଆଦିବାସୀ ଅଧ୍ୟୁଷିତ ଜିଲା। ବହୁ ଲୋକଙ୍କ ଧାରଣା ଯେ, ଏହା ଏକ ଅନଗ୍ରସର ଅଞ୍ଚଳ। କିନ୍ତୁ ଯେଉଁମାନେ କୋରାପୁଟ ଯାଇଛନ୍ତି ସମସ୍ତେ ଜାଣନ୍ତି ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟ ସହ କୋରାପୁଟରେ ଅନେକ ଆଧୁନିକ ଶିଳ୍ପ ଏବଂ କୃଷି କ୍ଷେତ୍ରରେ କାର୍ଯ୍ୟ କରାଯାଉଛି। ଏଠାରେ ଅନେକ ପ୍ରତିଷ୍ଠାନ ଗଢ଼ିଉଠିଛି ଯାହାକି ଏହି ଅଞ୍ଚଳର ମାନକୁ ଜାତୀୟ ସ୍ତରକୁ ନେଇପାରିଛନ୍ତି। ଏବେ ବୈଶ୍ୱିକ କଫି ମାନଚିତ୍ରରେ କୋରାପୁଟ ସ୍ଥାନ ପାଇପାରିଛି। ନିକଟରେ ବେଙ୍ଗାଲୁରୁରେ ଅନୁଷ୍ଠିତ ୫ମ ବିଶ୍ୱ କଫି ସମ୍ମିଳନୀରେ କୋରାପୁଟ ଉତ୍ପାଦିତ କଫି ୩ଟି ପୁରସ୍କାର ଲାଭ କରିଛି। ସେଠାରେ ଉତ୍ପାଦିତ ଗୋଟିଏ କିସମ(କୃତି କଫିର ‘କିନ୍ଦିରିଗୁଡ଼ା ନେଚୁରାଲ’୍ସ୨୦୨୨-୨୩ ବ୍ୟାଚ୍‌)କୁ ସର୍ବୋତ୍କୃଷ୍ଟ ନେଚୁରାଲ କଫି ପୁରସ୍କାର ମିଳିଥିବାବେଳେ ଆଉ ଗୋଟିକୁ ସେମି ଓ୍ବାଶ୍‌ଡ ବର୍ଗରେ ସବୁଠୁ ଭଲ ଓ ଅନ୍ୟ ଏକ କିସମକୁ ଓ୍ବାଶ୍‌ଡ ବର୍ଗରେ ୫ମ ସ୍ଥାନ ମିଳିଥିବା କଫି ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇଛି। କୋରାପୁଟ ଜିଲାର ପ୍ରାକୃତିକ ପରିବେଶରେ ଚାଷ କରାଯାଉଥିବା ସବୁଠୁ ପୁରାତନ କିସମର କଫି ଏବେ ବିଶ୍ୱ କଫି ପ୍ରତିଯୋଗିତାରେ ନିଜକୁ ଉତ୍କୃଷ୍ଟ ବୋଲି ସାବ୍ୟସ୍ତ କରିପାରିଛି। ଉଲ୍ଲେଖନୀୟ ଯେ, କୋରାପୁଟ କଫି ଚାଷର ଇତିହାସ ବହୁ ପୁରୁଣା। ପ୍ରଥମେ ଜୟପୁର ମହାରାଜା ରାଜବାହାଦୁର ରାମଚନ୍ଦ୍ର ଦେଓ ୧୯୩୦ରେ ଏହି ଚାଷ ଆରମ୍ଭ କରିଥିଲେ। ଜୟପୁର ଜମିଦାରି ଉଚ୍ଛେଦ ହେବା ପରେ ଏହା ପ୍ରାୟ ବନ୍ଦ ହୋଇଯାଇଥିଲା। ପରେ ୨୦୧୭ରେ ଜିଲା ପ୍ରଶାସନ କଫି ଡେଭଲପମେଣ୍ଟ ଟ୍ରଷ୍ଟ ଗଠନ କରି କୋରାପୁଟକୁ କଫି କେନ୍ଦ୍ର କରିବାକୁ ପ୍ରୟାସ ଜାରି ରଖିଛି। ଏବେ କୋରାପୁଟରେ ପାଖାପାଖି ୪ହଜାର ହେକ୍ଟର ଜମିରେ କଫି ଚାଷ କରାଯାଉଛି। ଏକ ସରକାରୀ ଅନୁଧ୍ୟାନରୁ ଜଣାପଡ଼ିଛି ,ଏହି ଜିଲାରେ ୧.୪୬ ଲକ୍ଷ ହେକ୍ଟର ଜମି କଫି ଚାଷ ପାଇଁ ଅନୁକୂଳ। ରାଜ୍ୟ ସରକାର ଚଳିତ ବର୍ଷ କଫି ମିଶନ ଘୋଷଣା କରିବା ପରେ କୃଷି ବିଭାଗ କଫିଚାଷକୁ ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝରକୁ ବିସ୍ତାରକରି ଆଗାମୀ ୫ ବର୍ଷ ମଧ୍ୟରେ ଉତ୍ପାଦନ ୧୦ ଗୁଣ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ପ୍ରଥମେ କେବଳ ଆଦିବାସୀମାନେ ଏହି ଚାଷ କରୁଥିଲେ ଓ ଏବେ ଅଣ ଆଦିବାସୀମାନେ ଏଥିରେ ସାମିଲ ହୋଇଛନ୍ତି। କୋରାପୁଟ ଉତ୍ପାଦିତ କଫିକୁ ଆନ୍ଧ୍ର ବ୍ୟବସାୟୀ କିଣିନେଇ ତାହାକୁ ‘ଆର୍‌କୁ’ କଫି ନାମରେ ଦେଶବ୍ୟାପୀ ବିକୁଥିବା ଅନେକେ ଜାଣିଥିବେ। ତେବେ ଟ୍ରାଇବାଲ ଡେଭଲପ୍‌ମେଣ୍ଟ କୋ-ଅପରେଟିଭ କର୍ପୋରେଶନ ଅଫ୍‌ ଓଡ଼ିଶା ଲମିଟେଡ୍‌(ଟିଡିସିସିଓଏଲ୍‌) କଫି ପ୍ରୋସେସିଂ କରି ତାହାକୁ କୋରାପୁଟ କଫି ବ୍ରାଣ୍ଡ୍‌ରେ ବିକ୍ରି କରୁଛି। ଏହା ଅନେକ ଶହ ପରିବାରର ଜୀବିକାର ମାଧ୍ୟମ ହୋଇଛି।
କଫି ଉତ୍ପାଦନରେ ବିଶ୍ୱରେ ଷଷ୍ଠ ସ୍ଥାନରେ ଅଛି ଭାରତ। କଫି ଉତ୍ପାଦନ ଓ ଏହାର ବଜାର ଅଭିବୃଦ୍ଧି ଲାଗି କଫି ବୋର୍ଡ ଅଫ୍‌ ଇଣ୍ଡିଆ ପ୍ରୟାସ ଜାରି ରଖିଛି। ଭାରତରେ ମୋଟ କଫି ଉତ୍ପାଦନର ୯୦% କର୍ନାଟକ ଓ କେରଳରେ, ୫% ତାମିଲନାଡୁରେ ଏବଂ ଅବଶିଷ୍ଟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଆଦି ରାଜ୍ୟରେ ହେଉଛି। ଭାରତରେ ଯୁବବର୍ଗଙ୍କ ମଧ୍ୟରେ କଫିର ଆଦର ବଢୁଥିବାରୁ ଏହାର ବଜାର ବୃଦ୍ଧି ପାଉଛି। କାଫେ ସଂସ୍କୃତି ମଧ୍ୟ ସମୟ ସହ ତାଳଦେଇ ଆଗକୁ ବଢୁଛି। ସାଧାରଣ ଲୋକେ ମଧ୍ୟ ଚା’ ବଦଳରେ କଫିର ସ୍ବାଦ ଜାଣିଲେଣି । ନୂତନ ଯୁଗର କଫି ଚେନ୍‌ ବଜାରରେ ପ୍ରବେଶକରି ସେମାନଙ୍କ ସ୍ଥିତି ବଢ଼ାଇବାରେ ଲାଗିଛନ୍ତି। ଏହି କାଫେ ବିପ୍ଳବରେ ଚେନ୍‌ ଦୋକାନ ଭାବେ ବାରିଷ୍ଟା,କାଫେ କଫି ଡେ,କୁମ୍ବାକୋନମ୍‌, ବ୍ରୁବେଣୀ ଭଳି କେତୋଟି ନାମ ଭାରତ ବ୍ୟାପୀ ସୁପରିଚିତ ହୋଇସାରିଲାଣି। ଏତଦ୍‌ବ୍ୟତୀତ ଆମେରିକାର କଫି ଚେନ୍‌ ଷ୍ଟାର୍‌ ବକ୍‌ ୨୦୧୨ରେ ଭାରତରେ ପ୍ରବେଶ କରିବା ପରେ ଏବେ ଦେଶର ୪୪ ସହରରେ ୩୬୦ ଷ୍ଟୋର ଖୋଲି ସାରିଲାଣି। ତେବେ ଓଡ଼ିଶାରେ ଉତ୍ପାଦିତ କୋରାପୁଟ କଫିକୁ ଜାତୀୟ ସ୍ବୀକୃତି ମିଳିବା ପରେ ଏହାର ଉତ୍ପାଦନ ବୃଦ୍ଧି ଓ ବଜାରୀକରଣ ଆର୍ଥିକ ଦୃଷ୍ଟିକୋଣରୁ ଲାଭବାନ୍‌ ହୋଇପାରେ। ଏଣୁ କଫି ମିଶନର ଲକ୍ଷ୍ୟ ହାସଲ ପାଇଁ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଚାଷ କ୍ଷେତ୍ରରେ ଗବେଷଣା ଓ ଆଧୁନିକ ପଦ୍ଧତିକୁ ଗୁରୁତ୍ୱ ଦେଲେ ଓଡ଼ିଶା କଫି ଉତ୍ପାଦନରେ ଅଗ୍ରଣୀ ରାଜ୍ୟ ହୋଇପାରନ୍ତା। କଫି ଚାଷକୁ ୬ଜିଲାରେ ବ୍ୟାପକ କରାଗଲେ ତାହା ଚାଷୀଙ୍କୁ ସ୍ଥାୟୀ ଜୀବିକା ଯୋଗାଇଦେବ। କିନ୍ତୁ ଦୁଃଖର ବିଷୟ କେତେଜଣ ଅମଲାତନ୍ତ୍ରୀଙ୍କ ମସୁଧା ଯୋଗୁ ଓଡ଼ିଶାର କଫି ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ଟାଟା କମ୍ପାନୀକୁ ଧରାଇ ଦିଆଯାଇଛି, ଯାହାକି ଭବିଷ୍ୟତରେ ସାଧାରଣ ଚାଷୀଙ୍କୁ କ୍ଷତି ପହଞ୍ଚାଇପାରେ। କୋରାପୁଟ କଫିର ବଜାର ଏବେ ପୁରୀ ଓ ଭୁବନେଶ୍ୱରରେ ସୀମିତ ଥିବା ଜଣାଯାଏ। ଏହାର ପ୍ରସାର ଗୋଟିଏ କମ୍ପାନୀକୁ ଦେବା ପରିବର୍ତ୍ତେ ସେଥିରେ ପ୍ରତିଯୋଗିତାମୂଳକ ବ୍ୟବସାୟକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri