ତୋରଣରେ ସର୍ବଧର୍ମର ବାର୍ତ୍ତା

ଭୁବନେଶ୍ୱର,୧୩।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏଶନ ପକ୍ଷରୁ ଏଥର ନିଆରା ଢଙ୍ଗରେ ମା’ଙ୍କ ଆବାହନ କରାଯିବ। ୨୦୦୮ରୁ ଆସୋସିଏଶନ ପକ୍ଷରୁ ଦୁର୍ଗାପୂଜା ଆଡମ୍ବର ସହକାରେ କରାଯାଉଛି। ସ୍ଥାୟୀ ମଣ୍ଡପରେ ମା’ଙ୍କ ପୂଜା ହେଉଥିବାବେଳେ ହିନ୍ଦୁ, ମୁସଲିମ୍‌ ଓ ଖ୍ରୀଷ୍ଟିଆନ ଧର୍ମର ଲୋକେ ମିଳିତ ଭାବେ ଏଠାରେ ପୂଜା କରିଥାନ୍ତି। ତେଣୁ ଚଳିତ ବର୍ଷ ସର୍ବ ଧର୍ମକୁ ନେଇ ଏଥର ତୋରଣ ନିର୍ମାଣ କରାଯାଉଛି। ତୋରଣ ନିର୍ମାଣ ଦାୟିତ୍ୱରେ ବାବୁଲି ଉଦଗାତା ରହିଛନ୍ତି। ଏବର୍ଷ ୧୪ ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ ଚାଲିଛି। କେନ୍ଦ୍ରାପଡ଼ା ମୂର୍ତ୍ତି କାରିଗର ପ୍ରଫୁଲ୍ଲ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଶିଳ୍ପୀମାନେ ମୂର୍ତ୍ତି ତିଆରି କାର୍ଯ୍ୟରେ ଲାଗିପଡ଼ିଥିବାବେଳେ ଇତିମଧ୍ୟରେ ଅଧାରୁ ଅଧିକ ସରିଲାଣି। ମୂର୍ତ୍ତିରେ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର କରାଯିବ ନାହିଁ। କେବଳ ପ୍ରାକୃତିକ ରଙ୍ଗରେ ସଜ୍ଜିତ ହେବେ ମା’ ଓ ଅନ୍ୟମାନଙ୍କ ମୃଣ୍ମୟ ମୂର୍ତ୍ତି। ପୂଜାମଣ୍ଡପରେ କୌଣସି ପ୍ଲାଷ୍ଟିକ ଜିନିଷ ବ୍ୟବହାର କରାଯିବ ନାହିଁ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ମା’ଙ୍କ ପାଖରେ ରୀତିନୀତି ଅନୁଯାୟୀ ପୂଜାପାଠ ହେବ। ଷଷ୍ଠୀରେ ବିଲ୍ବବରଣୀ ପରେ ସପ୍ତମୀରେ ମା’ଙ୍କର ଚକ୍ଷୁଦାନ, ଅଷ୍ଟମୀରେ ମା’ଙ୍କ ନିକଟରେ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯିବ। ପ୍ରତିଦିନ ମା’ଙ୍କ ପାଖରେ ଚରୁ ଅନ୍ନ ଭୋଗ ଲାଗି ହେବ। ନବମୀରେ ୨୧ଜଣ କୁମାରୀଙ୍କ ପୂଜା ବିଶେଷ ଆକର୍ଷଣ ସାଜିବ। ଅଷ୍ଟମୀ ଓ ନବମୀରେ ଲଡ଼ୁ ଭୋଗକୁ ଘରେ ଘରେ ବଣ୍ଟାଯିବ। ସୁରକ୍ଷାକୁ କଡ଼ା କଡ଼ି କରିବାକୁ ପ୍ରଶାସନର ସହଯୋଗ ନିଆଯାଇଛି। ପୂଜା ପାଇଁ କମିଟି ପକ୍ଷରୁ ସେଭଳି କୌଣସି ସ୍ବତନ୍ତ୍ର ବଜେଟ୍‌ର ବ୍ୟୟବରାଦ ହୋଇନାହିଁ। ଆସୋସିଏଶନର ସଭ୍ୟାସଭ୍ୟା ତଥା ଶ୍ରଦ୍ଧାଳୁଙ୍କ ଆର୍ଥିକ ସହାୟତାରେ ପୂଜା କରାଯିବ।

ପ୍ଲାଷ୍ଟିକ ସାମଗ୍ରୀ, ରାସାୟନିକ ରଙ୍ଗ ମନା
ସବୁବର୍ଷ ନିଆରା ଢଙ୍ଗରେ ଏଠାରେ ପୂଜାପାଠ କରାଯାଏ। ଏଥର ମଧ୍ୟ ପୂଜା ମଣ୍ଡପରେ କୌଣସି ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ହେବ ନାହିଁ। ମା’ଙ୍କ ମୂର୍ତ୍ତିରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର ନିଷେଧ ହୋଇଛି। ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ ପାଳନ କରାଯାଇ ମଣ୍ଡପରେ ମା’ଙ୍କ ସମସ୍ତ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ।
-ଦାମୋଦର ପ୍ରଧାନୀ, ସଭାପତି
ଘର ସମ୍ମୁଖରେ ପୂର୍ଣ୍ଣ କଳସ, ଘିଅ ଦୀପ ଜାଳିବାକୁ ନିବେଦନ
ପ୍ରତିବର୍ଷ ପରି ଚଳିତବର୍ଷ ସର୍ବଧର୍ମ ସମନ୍ବୟକୁ ନେଇ ତୋରଣ ପ୍ରସ୍ତୁତ କରାଯାଉଛି। ପୂଜାମଣ୍ଡପ ଓ ଚତୁଃପାଶର୍‌ବରେ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ସଫେଇ କରାଯିବା ସହ ବିଶୋଧନ କରାଯିବ। ୫ଦିନ ପର୍ଯ୍ୟନ୍ତ ପ୍ରତି ଘର ସମ୍ମୁଖରେ ଏକ ପୂର୍ଣ୍ଣ କଳସ ବସାଇବା ସହିତ ଘିଅ ଦୀପ ଜାଳିବା ପାଇଁ ଆସୋସିଏଶନ ପକ୍ଷରୁ ସମସ୍ତ ଭକ୍ତଙ୍କୁ ନିବେଦନ କରାଯାଇଛି। କିଭଳି ଶାନ୍ତି ଶୃଙ୍ଖଳାର ସହ ପୂଜା ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ। ଦିନରାତିରେ ସମସ୍ତ ଭକ୍ତଙ୍କ ନିମନ୍ତେ ଅନ୍ନପ୍ରସାଦ ସେବନ ନିମନ୍ତେ ବ୍ୟବସ୍ଥା କରାଯିବା ସହିତ ଶ୍ରୀଜଗନ୍ନାଥଙ୍କ ଫେଣି ଭୋଗ ପ୍ରତ୍ୟେକ ଘରେ ବଣ୍ଟାଯିବ।
-ସରୋଜକାନ୍ତ ମଲ୍ଲିକ, ସାଧାରଣ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri