ଆପାର୍ଟମେଣ୍ଟ କ୍ରେତା ସଂଘକୁ କ୍ଷମତା

ଭୁବନେଶ୍ୱର,୨୭ା୯ (ଅନିଲ ଦାସ): ବହୁ ପ୍ରତୀକ୍ଷା ପରେ ଆପାର୍ଟମେଣ୍ଟ ମାଲିକ(କ୍ରେତା)ମାନଙ୍କୁ ସୁରକ୍ଷା ଦେବା ସକାଶେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ବିଲ୍‌-୨୦୨୩କୁ ମଙ୍ଗଳବାର ବିଧାନସଭାରେ ଗୃହୀତ କରାଇଛନ୍ତି॥ ଏଥିରେ ଆପାର୍ଟମେଣ୍ଟ କ୍ରେତାମାନଙ୍କ ସଂଘକୁ ଅଧିକ କ୍ଷମତା ଦିଆଯାଇଛି। ସଂଘର ବାଇ-ଲ ଅନୁଯାୟୀ ଆପାର୍ଟମେଣ୍ଟ ପରିଚାଳିତ ହେବ।
ନୂଆ ବିଧେୟକ ବ୍ୟବସ୍ଥା ଅନୁଯାୟୀ ବିଲ୍‌ଡର କିମ୍ବା ପ୍ରମୋଟର କ୍ରେତାମାନଙ୍କୁ ଅକୁପାନ୍ସି ସାର୍ଟିଫିକେଟ ଦେବାର ୩୦ ଦିନ ମଧ୍ୟରେ ସଂଘକୁ କମନ ଏରିଆର ସମସ୍ତ ମୂଳ ପ୍ରମାଣପତ୍ର ଦେବା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ କ୍ରେତାଙ୍କଠାରୁ ସିକ୍ୟୁରିଟି, ଆଡ୍‌ଭାନ୍ସ ଆକାରରେ ନେଇଥିବା ସମସ୍ତ ଅର୍ଥ ୩୦ ଦିନ ମଧ୍ୟରେ ଫେରାଇବେ। ରିୟଲ ଇଷ୍ଟେଟ୍‌ ଅଧିନିୟମ(ବିନିୟମ ଓ ଉନ୍ନୟନ) ଆଇନ-୨୦୧୬ ଅନୁଯାୟୀ ପ୍ରକଳ୍ପରେ ୫୦ ପ୍ରତିଶତ ଅଥବା ୭ ଜଣ କ୍ରେତା ହେବା ପରେ ସଂଘ ଗଠନ କରାଯିବ। ପୂର୍ବରୁ ମାଲିକ ସଂଘ ସାଧାରଣ ଅଞ୍ଚଳ(କମନ ଏରିଆ)ରୁ ମାଲିକାନା ହକ୍‌ ପାଇପାରୁ ନ ଥିଲା। ଏହି ବିଧେୟକ ପାରିତ ହେବା ପରେ ଉକ୍ତ ଅଞ୍ଚଳ ମାଲିକାନା ସଂଘଠାରେ ନ୍ୟସ୍ତ ହେବ। ଏଥିସହିତ ଆପାର୍ଟମେଣ୍ଟ ବିକ୍ରି, ଉତ୍ତରାଧିକାରୀ ସୂତ୍ରରେ ଆବଣ୍ଟନ ଆଦି କ୍ଷେତ୍ରରେ କମନ ଏରିଆ ହସ୍ତାନ୍ତର କରାଯାଇପାରିବ। ମାତ୍ର ଉକ୍ତ ଅଂଶକୁ କୌଣସି ଉଦ୍ଦେଶ୍ୟରେ ଖଣ୍ଡ ଖଣ୍ଡ କରାଯାଇପାରିବ ନାହିଁ। ପ୍ରତ୍ୟେକ ମାଲିକ ବିଧେୟକରେ ଥିବା ଚୁକ୍ତି, ସର୍ତ୍ତ ଓ କଟକଣାକୁ ମାନିବାକୁ ବାଧ୍ୟ ହେବେ। ଯଦି କେହି ଏହାକୁ ଉଲ୍ଲଂଘନ କରିବେ ଆପାର୍ଟମେଣ୍ଟ ମାଲିକ ସଂଘ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ କ୍ଷତିଭରଣା କରିପାରିବେ। ଏଥିସହିତ ନିଜ ଅଧୀନରେ ଥିବା ଆପାର୍ଟମେଣ୍ଟ ଉପରେ ମାଲିକମାନେ ଋଣ କରିପାରିବେ।
ପୂର୍ବରୁ ଆପାର୍ଟମେଣ୍ଟ ବିକ୍ରୟ କରୁଥିବା ପ୍ରମୋଟରଙ୍କ ନାମରେ କମନ ଏରିଆର ରେକର୍ଡ ଅଫ୍‌ ରାଇଟସ୍‌ (ଆର୍‌ଓଆର୍‌) ରହୁଥିଲା। ଏହି ବିଧେୟକ ପାରିତ ହେବା ପରେ ଉକ୍ତ ଅଞ୍ଚଳ ଆପାର୍ଟମେଣ୍ଟ ଆସୋସିଏଶନ ନାମରେ ରେଜିଷ୍ଟ୍ରେଶନ ଅଧିନିୟମ-୧୯୦୮ ଅନୁଯାୟୀ ରେଜିଷ୍ଟ୍ରି କରାଯିବ। ତେବେ ରିୟଲ ଇଷ୍ଟେଟ ଅଧିନିୟମ (ବିନିୟମ ଓ ଉନ୍ନୟନ) ଆଇନ-୨୦୧୬ ପରେ ଯଦି କୌଣସି ଆପାର୍ଟମେଣ୍ଟ ବିକ୍ରି ହୋଇଥିବ ଏବଂ କମନ ଏରିଆ ଆସୋସିଏଶନ ନାମରେ ଆର୍‌ଓଆର୍‌ ହୋଇ ନ ଥିବ ସେ କ୍ଷେତ୍ରରେ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍‌-୨୦୨୩ ବ୍ୟବସ୍ଥା ଅନୁଯାୟୀ ୩ ମାସ ମଧ୍ୟରେ ରେଜିଷ୍ଟ୍ରି କରାଯିବାକୁ ବ୍ୟବସ୍ଥା ହୋଇଛି। ପଞ୍ଜୀକରଣ ସମୟରେ ଓଡ଼ିଶା ରିୟଲ ଇଷ୍ଟେଟ ବିନିୟାମକ ପ୍ରାଧିକରଣ(ରେରା) ପଞ୍ଜୀକରଣ ପ୍ରମାଣପତ୍ର ଦେବାକୁ ହେବ। ଆପାର୍ଟମେଣ୍ଟ ମାଲିକମାନେ ସଂଘର ବାଇ-ଲ’କୁ ମାନି ଚଳିବାକୁ ହେବ। କମନ ଏରିଆ ଯେଉଁ ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ କେବଳ ସେହି ଉଦ୍ଦେଶ୍ୟରେ ହିଁ ବ୍ୟବହାର କରାଯିବ। ଆପାର୍ଟମେଣ୍ଟ ସଂଘର ନୀତିନିୟମକୁ କୌଣସି ପରିସ୍ଥିିତିରେ ବାଧା ଦେବା କିମ୍ବା ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ମାଲିକମାନେ ନିଜ ଆପାର୍ଟମେଣ୍ଟକୁ ନିଜ ଖର୍ଚ୍ଚରେ ମରାମତି କିମ୍ବା ରକ୍ଷଣାବେକ୍ଷଣ କରିପାରିିବେ। ମାତ୍ର ସାଧାରଣ ସ୍ଥାନରେ ଥିବା କୌଣସି ଭାଗକୁ କ୍ଷତି ପହଞ୍ଚାଇ
ପାରିବେ ନାହିଁ। ଆପାର୍ଟମେଣ୍ଟ କାନ୍ଥ କିମ୍ବା ସାଧାରଣ ସ୍ଥାନରେ ପୋଷ୍ଟର, ହୋର୍ଡିଂ ଲଗାଇପାରିବେ ନାହିଁ। ଆପାର୍ଟମେଣ୍ଟରେ କୌଣସି ଅଦଳ ବଦଳ କରି ପାରିବେ ନାହିଁ କିମ୍ବା ଯୋଗ କରିପାରିବେ ନାହିଁ। ମାଲିକ ସଂଘର ଲିଖିତ ଅନୁମତି ନ ନେଇ ବାହାର ପଟ ଝରକା କିମ୍ବା କାନ୍ଥର ରଙ୍ଗ ବଦଳାଇ ପାରିବେ ନାହିଁ। ଶିଡି କିମ୍ବା ସାଧାରଣ ଯାତାୟାତ ସ୍ଥାନରେ ଓଜନିଆ ଜିନିଷ ରଖିପାରିବେ ନାହିଁ। ଆପାର୍ଟମେଣ୍ଟ ମାଲିକ ଭଡାଟିଆମାନଙ୍କର କୌଣସି କାର୍ଯ୍ୟ ଓ ତ୍ରୁଟି ପାଇଁ ଦାୟୀ ରହିବେ। ଆପାର୍ଟମେଣ୍ଟ ବ୍ୟବହାର ନ କଲେ ମଧ୍ୟ ସାଧାରଣ ବ୍ୟୟ ବାବଦକୁ ନିଜର ଅଂଶ ଦେବାକୁ ବାଧ୍ୟ। ଆପାର୍ଟମେଣ୍ଟ ବିକ୍ରି ପରେ ବକେୟା ଥିବା ସମସ୍ତ ସାଧାରଣ ଦେୟ ଦେବାକୁ ପଡ଼ିବ। ଜଣେ କ୍ରେତା ଯେତୋଟି ଆପାର୍ଟମେଣ୍ଟ କ୍ରୟ କଲେ ମଧ୍ୟ ସଂଘର ଜଣେ ସଦସ୍ୟ ରୂପେ ବିବେଚିତ ହେବା ସହ ଗୋଟିଏ ଭୋଟ ଦେବା ଅଧିକାର ପାଇବେ। ଯଦି ଆପାର୍ଟମେଣ୍ଟ କ୍ରେତାଙ୍କ ନାମରେ ଦଲିଲ ହୋଇ ନ ଥିବ ତେବେ ସେ ସଂଘର ସଦସ୍ୟ ହୋଇପାରିବେ ନାହିଁ। ଆପାର୍ଟମେଣ୍ଟ ମାଲିକ ସଂଘ ଗଠନ କରିବା ସହ ବିଧେୟକ କାର୍ଯ୍ୟକାରୀ ହେବାର ୬ ମାସ ଭିତରେ ପଞ୍ଜୀକରଣ କରିବାକୁ ହେବ। ପୂର୍ବରୁ ଥିବା ସଂଘଗୁଡ଼ିକ ମଧ୍ୟ ଏହି ବିଧେୟକ ଅନୁଯାୟୀ ପରିଚାଳିତ ହେବେ। ଉକ୍ତ ବିଧେୟକ କାର୍ଯ୍ୟକାରୀ ହେବା ପରେ ପୂର୍ବ ପ୍ରଚଳିତ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିମୟ -୧୯୮୨ ଅକାମୀ ହୋଇଯିବ।
ଗୃହୀତ ହୋଇଥିବା ବିଲ୍‌ରେ ଆପାର୍ଟମେଣ୍ଟଗୁଡ଼ିକର ବୀମା, ୩୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଢାଞ୍ଚାଗୁଡ଼ିକର ଗୁଣବତ୍ତା ପରୀକ୍ଷା, କ୍ଷମତାପ୍ରାପ୍ତ ପ୍ରାଧିକାରୀଙ୍କ ନିର୍ଦ୍ଦେଶ ବିରୋଧରେ ଅପିିଲ ଆଦି ବ୍ୟବସ୍ଥା କରାଯାଇଛି। ଯଦି ସଂଘର ବାଇ-ଲକୁ କୌଣସି ଆପାର୍ଟମେଣ୍ଟ ମାଲିକ ଅମାନ୍ୟ କରିବେ କିମ୍ବା ମୌଳିକ ଖର୍ଚ୍ଚ ଦେଉ ନ ଥିବେ କିମ୍ବା ଏହି ବିଧେୟକରେ ଥିବା ବ୍ୟବସ୍ଥାକୁ ଉଲ୍ଲଂଘନ କରିବାକୁ ଧମକ ଦେବେ ସଂଘ ସମ୍ପୃକ୍ତ ମାଲିକଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଣ ବନ୍ଦ କରିପାରିବେ। ତେବେ ବିନା ୧୫ ଦିନିଆ ନୋଟିସରେ ସଂଘ ଉଲ୍ଲଂଘନକାରୀ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ଯଦି ଆପାର୍ଟମେଣ୍ଟ ୩୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବ ତେବେ ସଂଘ ଆପାର୍ଟମେଣ୍ଟର ସ୍ଥାୟିତ୍ୱ ନେଇ ପଞ୍ଜୀକୃତ ଇଞ୍ଜିନିୟରଙ୍କ ଦ୍ୱାରା ଯାଞ୍ଚ କରାଇପାରିବେ।
ଏହି ନୂତନ ବିଧେୟକରେ ଆପାର୍ଟମେଣ୍ଟ ନିର୍ମାତାଙ୍କ ପାଇଁ ଦଣ୍ଡବିଧିର ବ୍ୟବସ୍ଥା ରହିଛି। ଯଦି କେତ୍ରାମାନଙ୍କ ସଂଘ ଗଠନ କରିବାରେ ପ୍ରମୋଟର ବିଫଳ ହେବେ କିମ୍ବା ବିନା ଅକୁପାନ୍ସି ସାର୍ଟିିଫିକେଟରେ ଗୃହ ଆବଣ୍ଟନ କରିବେ ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଭରିବାକୁ ପଡ଼ିବ। ଯଦି ଜରିମାନା ଦାଖଲ କରିବାରେ ବିଳମ୍ବ ହେବ ପ୍ରତ୍ୟେକ ଦିନ ୨ ହଜାର ଟଙ୍କା ଅତିରିକ୍ତ ଜରିମାନା ଦାଖଲ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri