କଳାହାଣ୍ଡିରେ ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ: କୂଳ ଲଘିଂଲା ହାତୀନଦୀ,୧୦ ଘର ଭାଙ୍ଗିଲା, ଚାଷ ଜମି ଜଳମଗ୍ନ

ଭବାନୀପାଟଣା/ଜୁନାଗଡ଼,୮।୮(ଡି.ଏନ.ଏ.) ଗତ ୩ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କଳାହାଣ୍ଡି ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା ୫୭ ନମ୍ବର ଜାତୀୟ ରାଜପଥର ମଣ୍ଡଳପଦର ନିକଟରେ ଆପ୍ରୋଚ ରୋଡ଼ ଧୋଇଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ସେହିପରି ମୋହନଗିରି-ମ.ରାମପୁର ରାସ୍ତା ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲାଞ୍ଜିଗଡ ବ୍ଲକର ଚମ୍ପାଦେଇପୁର ଗ୍ରାମପଞ୍ଚାୟତ ଚନ୍ଦନପୁର ଗ୍ରାମକୁ ବନ୍ୟା ଜଳ ପଶି ଯିବାରୁ ୫ଟି ପରିବାର ଗଁା ସ୍କୁଲରେ ଆଶ୍ରୟ ନେଇଛନ୍ତି । ଲାଞ୍ଜିଗଡ଼ ଓ ମୁନିଗୁଡା ରାସ୍ତା ବନ୍ୟା ଯୋଗୁ ବନ୍ଦ ଥିବାବେଳେ ରେଙ୍ଗୋପାଲି, ପନ୍ଧାଗୁଡା, କପାଗୁଡା ଗ୍ରାମ ଜଳ ଘେରରେ ରହିଛି । ଥୁଆମୂଳ ରାମପୁର ପେଟଫୁଲା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏଥିରେ କାଠଖୁରା ଗ୍ରାମର ଜଣେ ଯୁବକ ଭାସିଯାଇଥିବା ଜଣାପଡିଛି। ଖବର ସଂଗ୍ରହ ପର୍ଯ୍ୟନ୍ତ ଯୁବକ ଜଣକ ନିଖୋଜ ଥିବା ଜଣାପଡ଼ିଛି । ସେହିଭଳି ମଙ୍ଗଳବାରରୁ ବୁଧବାର ଦିନ ତମାମ ପ୍ରବଳ ବର୍ଷା ଯୋଗୁ ଲାଞ୍ଜିଗଡ-ମୁନିଗୁଡା ମୁଖ୍ୟ ରାସ୍ତା ବେଦାନ୍ତ କମ୍ପାନୀ ପାଖ ରାସ୍ତା ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ୮ ଘଣ୍ଟା ଧରି ଯାତାୟାତ ବନ୍ଦ ରହିଛି ା
ଜୁନାଗଡ ବ୍ଲକରେ ପ୍ରବାହିତ ହାତୀନଦୀରେ ଜଳସ୍ତର ବୃଦ୍ଧି ପାଇ କୂଳ ଲଘିଂଛି। ଏହି ନଦୀରେ ୨୦୯.୫୭ ମିଟର ବିପଦ ସଙ୍କେତ ଥିବାବେଳେ ବୁଧବାର ୨୦୫.୯୩ ମିଟର ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜର ୫ଟି ଗେଟ୍‌ ଖୋଲାଯାଇଛି। ସେଠାରୁ ସେକେଣ୍ଡ ପ୍ରତି ୧୩୪ କ୍ୟୁସେକ ଜଳ ହାତୀନଦୀରେ ଛଡାଯାଉଛି। ଫଳରେ ହାତୀନଦୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ବନ୍ୟାଜଳ ପ୍ରବେଶ କରି ଚାଷଜମିଗୁଡିକ ଏବେ ଜଳମଗ୍ନ ହୋଇଛି। ଲଗାଣ ବର୍ଷା ଯୋଗୁ ଚିଚୈଗୁଡା-ଜୁନାଗଡ ପିଡବ୍ଲ୍ୟୁଡି ରାସ୍ତା ମଧ୍ୟରେ ଥିବା ଖଲିଆ ସର (ନାଳ) ଉପରେ ପାଣି ଚାଲୁଛି। ଫଳରେ ସେହି ରାସ୍ତା ଦେଇ ଏବେ ଯାନବାହନ ଚଳାଚଳ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁ ଜୁନାଗଡ଼ ବ୍ଲକରେ ୧୦ଟି ଘର ଭାଙ୍ଗିଛି। ଜୁନାଗଡ଼ ସହର ସିଡିପିଓ କାର୍ଯ୍ୟାଳୟ, ପିଆଇ କଲେଜ ପାଣି ଘେରରେ ରହିଥିବାବେଳେ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଯିବା ରାସ୍ତା, ଫତେନଗରପଡା ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ସହରର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପାଣି ପଶିଯାଇଛି। ବର୍ଷାରେ ହୋଇଥିବା କ୍ଷୟକ୍ଷତିସ୍ଥିତି ଅନୁଧ୍ୟାନ କରିବା ପାଇଁ ଜୁନାଗଡ଼ ତହସିଲଦାର ଉପେନ୍ଦ୍ର ଲୁହା ବ୍ଲକର ବିଭିନ୍ନ ସ୍ଥାନ ବୁଲି ଦେଖୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri