ପାର୍ବଣରେ ରାଜଧାନୀ ରାସ୍ତାର ଶୋଚନୀୟ ସ୍ଥିତି

ଭୁବନେଶ୍ୱର, ୨୫।୯ (ବନ୍ଦନା ସେଠୀ):ସ୍ମାର୍ଟସିଟି ଭୁବନେଶ୍ୱରର ରାସ୍ତାଘାଟ ଏବେ ଖାଲଖମାରେ ଭର୍ତ୍ତି ହୋଇପଡିଛି। ଗଳି ରାସ୍ତା ହେଉ ଅବା ମୁଖ୍ୟ ରାସ୍ତା, ସବୁଆଡେ ରାସ୍ତାକୁ ଖୋଳିତାଡ଼ି ଛାଡ଼ି ଦିଆଯାଉଛି। ବିଭିନ୍ନ ସ୍ଥାନରେ ରାସ୍ତା ଖଣ୍ଡିଆ ଖାବରା ହୋଇ ରହିଥିଲେ ମଧ୍ୟ ମରାମତି ହେଉ ନ ଥିବାରୁ ବର୍ଷା ପାଣି ଜମି ବଡ଼ ବଡ଼ ଗାତ ସୃଷ୍ଟି ହେଲାଣି। ପ୍ରତିଦିନ ସହରବାସୀ ହଇରାଣ ହୋଇ ଯିବା ଆସିବା କରୁଥିବାବେଳେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଶନିବାର ବିଳମ୍ବିତ ରାତିରେ କଟକ ରୋଡ୍‌ର ବମିଖାଲ ଓଭରବ୍ରିଜ୍‌ ତଳ ରାସ୍ତାରେ ଥିବା ଖାଲଖମାରେ ଜଣେ ଯୁବ ଡାକ୍ତରଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। କାର୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ରେ ପିଟି ହୋଇଯିବାରୁ ଅମିତ ବିଶୋଇଙ୍କ ମୃତ୍ୟୁ ହୋଇଥିଲା। କେବଳ ଏହି ଗୋଟିଏ ଘଟଣା ନୁହେଁ, ସହରରେ ଏଭଳି ଖାଲଖମାପୂର୍ଣ୍ଣ ଅନେକ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। ମାତ୍ର ଏତେ ପରେ ବି ବିଏମ୍‌ସି କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ ଓ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ କେହି ଚେତୁ ନାହାନ୍ତି। ଫଳରେ ସହରବାସୀଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଥିବାବେଳେ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ଏବେ ପାର୍ବଣ ଋତୁ ଚାଲିଥିବାରୁ ଟ୍ରାଫିକ୍‌ ସମସ୍ୟା ଲାଗି ରହିବା ସହ ରାସ୍ତାଘାଟର ଶୋଚନୀୟ ଅବସ୍ଥା ଲୋକଙ୍କୁ ହନ୍ତସନ୍ତ କରୁଛି। ଏହାର ସମାଧାନ ପାଇଁ ଅଗଷ୍ଟ ୮ରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବିଭାଗ ସହ ସମନ୍ବୟ ବୈଠକ ଡାକି କେଉଁ ଓ୍ବାର୍ଡର କେଉଁ କେଉଁ ସ୍ଥାନରେ କେତେ ଖାଲଖମା ରହିଛି ତାହାର ତାଲିକା ପ୍ରସ୍ତୁତ କରି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସେପ୍ଟେମ୍ବରରେ ଏହାର କାମ ଆରମ୍ଭ କରାଯିବ ବୋଲି କହିଥିଲେ। ମାତ୍ର ସେପ୍ଟେମ୍ବର ସରିବାକୁ ବସିଥିଲେ ବି ଏଯାଏ ମରାମତି କାମ ଆରମ୍ଭ ହେବା ଦୂରର କଥା ଟେଣ୍ଡର ମଧ୍ୟ ଠିକ୍‌ ଭାବେ ହୋଇପାରି ନାହିଁ। ପୁଣି ଅକ୍ଟୋବର ଆରମ୍ଭରୁ ବଡ ବର୍ଷା ଥିବା ପାଣିପାଗ ବିଭାଗ ଆକଳନ କରିଥିବାବେଳେ ରାସ୍ତା ମରାମତି କାମ କିଭଳି କରାଯିବ ସେ ନେଇ ଭାଳେଣି ପଡିଛି। ସହରରେ ୧ଶହରୁ ଊର୍ଦ୍ଧ୍ୱ ସ୍ଥାନରେ ମା’ଙ୍କର ପୂଜା ହେଉଥିବାବେଳେ ଏଥିପାଇଁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ତେବେ ସହରର ଅନ୍ୟ ଅଞ୍ଚଳର ରାସ୍ତାଘାଟ ଭଳି ପୂଜା ମଣ୍ଡପଗୁଡିକ ନିକଟରେ ମଧ୍ୟ ଖାଲଖମା ଭର୍ତ୍ତି ହୋଇ ରହିଛି। ଏହାର ମରାମତି କେବେ ହେବ ସେ ନେଇ ପୂଜା ମଣ୍ଡପ କର୍ତ୍ତୃପକ୍ଷ ଚିନ୍ତାରେ ଅଛନ୍ତି। ବରମୁଣ୍ଡା, ହେଉ ଅବା ବମିଖାଲ, ଝାରପଡ଼ା, ନୟାପଲ୍ଲୀ, ବଡ଼ଗଡ଼, ଭିଏସ୍‌ଏସ୍‌ ନଗର ସବୁ ପୂଜା ମଣ୍ଡପ ନିକଟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏଭଳି କ୍ଷେତ୍ରରେ ଶ୍ରଦ୍ଧାଳୁମାନେ କିଭଳି ସୁରକ୍ଷିତ ଭାବେ ମଣ୍ଡପକୁ ଆସି ମା’ଙ୍କ ଦର୍ଶନ କରିବେ ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏନେଇ ବରମୁଣ୍ଡା ଦୂର୍ଗାପୂଜା କମିଟି ସଭାପତି ତଥା କର୍ପୋରେଟର ରାମଚନ୍ଦ୍ର ରଣସିଂହ କହିଛନ୍ତି, ବରମୁଣ୍ଡା ପୂଜା ମଣ୍ଡପ ନିକଟରେ ଖାଲଖମା ଭରି ରହିଛି। ମାତ୍ର ଏ ଯାଏ ବିଏମ୍‌ସି ପକ୍ଷରୁ ମରାମତି ଆରମ୍ଭ ହୋଇପାରି ନାହିଁ। କେବେ ବିଏମ୍‌ସି ଏଥିପାଇଁ ଟେଣ୍ଡର ଡାକିବ କେବେ କାମ ଆରମ୍ଭ ହେବ ତାହା ଅନିଶ୍ଚିତତା ଭିତରେ ରହିଛି। ପୁଣି ଆଗକୁ ବର୍ଷା ଥିବାବେଳେ ପୂଜା ପୂର୍ବରୁ କାମ ସରିବା ନେଇ ଆଶଙ୍କା ଦେଖାଦେଉଛି। ସେହିପରି ପୂର୍ବବର୍ଷଗୁଡିକରେ ମଣ୍ଡପ ଆଖପାଖ ରାସ୍ତା ମରାମତି ପାଇଁ ବିଏମ୍‌ସି ୫ଲକ୍ଷଟଙ୍କା ପ୍ରତି ଓ୍ବାର୍ଡକୁ ଦେଉଥିଲା। ମାତ୍ର ଏଥର ତାହା ବନ୍ଦ କରି ଦେଇଛି। ପୂଜା ମଣ୍ଡପ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା ହୋଇ ନ ଥିବାରୁ ନିକଟରେ ଥିବା ମାଟି ରାସ୍ତାରେ କାଦୁଅ ପଙ୍କ ଜମି ରହିବ। କେବେ ସହରର ସମସ୍ତ କଚ୍ଚା ରସ୍ତା ପକ୍କା ହେବ ଆଉ ମଣ୍ଡପ ନିକଟ ମାଟି ରାସ୍ତାର ରୂପ ବଦଳିବ ତାହା ମଧ୍ୟ ସ୍ବପ୍ନ ହୋଇ ରହିଛି। ଝାରପଡ଼ା ଦୂର୍ଗାପୂଜା କମିଟିର ଆବାହକ ତଥା କର୍ପୋରେଟର ଶ୍ରୀଧର ଜେନା କହିଛନ୍ତି, କର୍ପୋରେଶନରେ ଏନେଇ ଆଲୋଚନା ହୋଇଥିଲା। ଆର୍‌ଆଣ୍ଡ୍‌ବିକୁ ତା’ ଅଧୀନରେ ଥିବା ସମସ୍ତ ରାସ୍ତାର ମରାମତି ପୂଜା ପୂର୍ବରୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ଏଭଳି ଅବସ୍ଥା ପାଇଁ ଟାଟା ପାଓ୍ବାର ଏବଂ ସ୍ବେରେଜ୍‌ ବିଭାଗ ମୁଖ୍ୟତଃ ଦାୟୀ। ତେବେ ସହରର ବଡ଼ ରାସ୍ତାଗୁଡିକ ଦୁର୍ଗାପୂଜା ପରେ ନିର୍ମାଣ ହେବାକୁ ଥିବାବେଳେ ବର୍ଷା ଛାଡିବା ପରେ ତୁରନ୍ତ ଛୋଟମୋଟ କାମ କରାଯିବ। ଏନେଇ ବିଏମ୍‌ସି କମିଶନର କୁଲାଙ୍ଗେ କହିଛନ୍ତି, ଫାଇଲ୍‌ ଦେଖିବା ପରେ ଟେଣ୍ଡର ହୋଇଛି କି ନାହିଁ କହିବି। ଏବେ ସହରରେ ଥିବା ମାଟିରାସ୍ତା ଓ ପକ୍କା ରାସ୍ତାର ସର୍ଭେ ଚାଲିଛି। ଖୁବ୍‌ଶୀଘ୍ର ଟେଣ୍ଡର ହୋଇ କାମ ଆରମ୍ଭ ହେବ। ତେବେ ପୂଜା ପୂର୍ବରୁ କାମ ସରିବା ନେଇ ପ୍ରୟାସ କରାଯାଉଥିବା କୁଲାଙ୍ଗେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri