‘ସାମାଜିକ ଗଣମାଧ୍ୟମରେ ମୋତେ ବଦନାମ କରାଯାଉଛି’

ମଙ୍ଗୁଳି-ଜଗତପୁର/ ଖୁଣ୍ଟୁଣୀ,୨୧।୯(ମାନସ ସାମଲ/ ସଚ୍ଚିଦାନନ୍ଦ ପଣ୍ଡା)ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ମୃତ୍ୟୁ ଘଟଣାରେ ସାମାଜିକ ଗଣମାଧ୍ୟମରେ ବଦନାମ କରାଯାଉଛି ବୋଲି ମା’ ବିଦ୍ୟୁତ୍‌ଲତା ମହାନ୍ତି ବୁଧବାର ଅଭିଯୋଗ କରିଛନ୍ତି। ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ କଖଡି ଗ୍ରାମ ମଙ୍ଗଳା ସାହିସ୍ଥିତ ବାସଭବନରେ ସେ ଖବରଦାତା ସମ୍ମିଳନୀ ଡାକି କହିଛନ୍ତି, ଝିଅ ମୃତ୍ୟୁ ପରେ କ୍ଷତିପୂରଣ ଟଙ୍କା ବାବଦରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତାଙ୍କ ଆକାଉଣ୍ଟକୁ ୧୬ଲକ୍ଷ ଟଙ୍କା ପଠାଇଛନ୍ତି ବୋଲି ଗତ କିଛି ମାସ ହେବ ପ୍ରଚାର ହୋଇଥିଲା। ସେ ଏହା ଶୁଣିବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ଗ୍ରାମରେ ହେଉଥିବା ଏକ ସଭାରେ ମନ୍ତ୍ରୀଙ୍କୁ ଏ ବିଷୟରେ ପଚାରିଥିଲେ। ମନ୍ତ୍ରୀ ତାଙ୍କ ପ୍ରଶ୍ନର ଉତ୍ତର ରଖିବା ପରିବର୍ତ୍ତେ ସେଠାରୁ ଚାଲି ଯାଇଥିଲେ। ସେବେଠାରୁ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଦିଲୀପ ଛତାର ନିଜ ଫେସବୁକ ପେଜରେ ବିଦ୍ୟୁତ୍‌ଲତାଙ୍କ ମାନସିକ ସନ୍ତୁଳନ ଠିକ୍‌ ନାହିଁ, ତାଙ୍କ ପାଇଁ ଗାଁ ବିକାଶ ଅଟକୁଛି, ଗାଁର ସମ୍ମାନ ଗଲା, ଏହାର ସାମୂହିକ ଭାବେ ଜବାବ ମଗାଯିବ ଭଳି କଟୁ ମନ୍ତବ୍ୟ ଦେଉଛନ୍ତି। ଏହାଦ୍ୱାରା ତାଙ୍କର ଏବଂ ପରିବାରର ମାନସିକ ସନ୍ତୁଳନ ବିଗିଡ଼ିଯାଇଛି ବୋଲି ବିଦ୍ୟୁତ୍‌ଲତା ଖବରଦାତା ସମ୍ମିଳନୀରେ କହିଛନ୍ତି। ସେ ଆହୁରି କହିଛନ୍ତି, ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ମୋର ରହିଛି ମୁଁ ପ୍ରଶ୍ନ କଲି କିନ୍ତୁ ମନ୍ତ୍ରୀ ଉତ୍ତର ରଖିଲେନି । ଗାଁରେ ଏକାଧିକ ବିଜେଡି ନେତୃବୃନ୍ଦ ଥିଲେ ମଧ୍ୟ କେହିବି ମୋତେ ମନ୍ତ୍ରୀଙ୍କ ବିଷୟରେ କହୁ ନ ଥିବା ବେଳେ ସରପଞ୍ଚଙ୍କ ସ୍ବାମୀ ଦିଲୀପ ବାରମ୍ବାର ଏଭଳି ପୋଷ୍ଟ କରୁଛନ୍ତି। ଝିଅ ମୃତ୍ୟୁ ଘଟଣାରେ ସମବେଦନା ନ ଜଣାଇ ସେ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ମୋର ଓ ପରିବାର ସମ୍ମାନ ହାନି କରିଛନ୍ତି। ଏନେଇ ଆଇନ୍‌ର ଆଶ୍ରୟ ନେବେ ବୋଲି ରୁଚିକାର ମା’ ବିଦ୍ୟୁତ୍‌ଲତା କହିଛନ୍ତି । ଏହି ସମ୍ମିଳନୀରେ ପୂର୍ବତନ ସରପଞ୍ଚ ସୁନୀଲ ସୂତାର ଯୋଗଦେଇ ତାଙ୍କ ବିବୃତି ରଖିଥିଲେ। ଏ ସମ୍ପର୍କରେ ଦିଲୀପ କହିଛନ୍ତି, ଗାଁ କଥାକୁ ମୁଁ ପରିପ୍ରକାଶ କରିଛି। ମୁଁ କାହା ନଁା ନେଇ ଲେଖିନି ବରଂ ମୋ ନା ଓ ମୋ ସ୍ତ୍ରୀଙ୍କ ନା ନେଇ ସେ ଗଣମାଧ୍ୟମରେ ବଦନାମ କରୁଛନ୍ତି। ମୁଁ ଆଇନକୁ ସମ୍ମାନ କରେ। ବିଦ୍ୟୁତ୍‌ଲତା ଆଇନର ଆଶ୍ରୟ ନିଅନ୍ତୁ ମୋର ଭୁଲ ଥିଲେ ଆଇନ ଯାହା ଦଣ୍ଡ ଦେବ ମୁଁ ଗ୍ରହଣ କରିବି ବୋଲି ଦିଲୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri