୧୧ରୁ ମିଶନ ଇନ୍ଦ୍ରଧନୁଷ ୫.୦

ଭୁବନେଶ୍ୱର, ୯।୯(ଅସମାପିକା ସାହୁ): ରାଜ୍ୟରେ ଆସନ୍ତା ୧୧ ତାରିଖରୁ ‘ଇଣ୍ଟେନ୍ସିଫାଏଡ୍‌ ମିଶନ ଇନ୍ଦ୍ରଧନୁଷ (ଆଇଏମ୍‌ଆଇ) ୫.୦’ ଅଭିଯାନ ଆରମ୍ଭ ହେବ। ୫ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ ଏବଂ ପଞ୍ଜୀକରଣ କରି ଟିକାକରଣ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଆଇଏମ୍‌ଆଇ ୫.୦ ନଭେମ୍ବର ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ କରାଯିବ ଓ ପ୍ରତି ପର୍ଯ୍ୟାୟ ଛଅ ଦିନ ରହିବ। ପ୍ରଥମ ପର୍ଯ୍ୟାୟ ୧୧ ରୁ ୧୬, ଦ୍ୱିତୀୟ ପର୍ଯ୍ୟାୟ ଅକ୍ଟୋବର ୯ରୁ ୧୪ ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର ୬ରୁ ୧୧ ପର୍ଯ୍ୟନ୍ତ ଚାଲିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଶୁକ୍ରବାର ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଡା. ପାଣିଗ୍ରାହୀ କହିଛନ୍ତି, ୩୦ଟି ଜିଲାର ୩୧୪ଟି ବ୍ଲକ୍‌ରେ ଟିକା ନେଇ ନ ଥିବା କିମ୍ବା ଆଂଶିକ ଟିକା ନେଇଥିବା ୧,୦୪,୨୬୧ ଶିଶୁ ଏବଂ ୧୯,୮୯୬ ଗର୍ଭବତୀଙ୍କ ଟିକାକରଣ ସୁନିଶ୍ଚିତ କରାଯିବ। ୟୁନିସେଫ୍‌ର ସାମାଜିକ ଓ ସ୍ବଭାବ ପରିବର୍ତ୍ତନ ବିଶେଷଜ୍ଞ ଡ. ସୁଗତ ରଏ କହିଥିଲେ, ଟିକାର ଲାଭ ବିଷୟରେ ଜ୍ଞାନ ଅଭାବ ଯୋଗୁ ଶିଶୁ ଓ ଗର୍ଭବତୀ ମା’ମାନେ ଟିକାକରଣରେ ଭାଗ ନେଇ ନ ଥାନ୍ତି। ପରିବାର ସଦସ୍ୟଙ୍କୁ ସଚେତନ କରିବା ସହ ଟିକାକରଣ ପାଇଁ ଉତ୍ସାହିତ କରିବା ଦିଗରେ ଆମେ କାର୍ଯ୍ୟ କରିବୁ ବୋଲି ସୁଗତ କହିଛନ୍ତି। ଏହି ଅଭିଯାନରେ ୟୁନିସେଫ୍‌, ଡବ୍ଲ୍ୟୁଏଚ୍‌ଓ, ୟୁଏନ୍‌ଡିପି ଏବଂ ଜେଏସ୍‌ଆଇ ଆଦି ସଂସ୍ଥା ସହଯୋଗ କରିବେ।
ସୂଚନାଯୋଗ୍ୟ, ଏନ୍‌ଏଫ୍‌ଏଚ୍‌ଏସ୍‌ ୫ ରିପୋର୍ଟ ୨୦୧୯-୨୧ ଅନୁଯାୟୀ, ଦେଶରେ ସମ୍ପୂର୍ଣ୍ଣ ଟିକାରଣରେ ଓଡ଼ିଶାର ହାର ସର୍ବାଧିକ ରହିଛି। ଏପରିକି ଏ କ୍ଷେତ୍ରରେ କ୍ରମାଗତ ଉନ୍ନତି କରି ୩୬.୧% (ଏନ୍‌ଏଫ୍‌ଏଚ୍‌ଏସ୍‌ ୧ ରିପୋର୍ଟ ୧୯୯୨-୯୩)ରୁ ୯୦.୫% (ଏନ୍‌ଏଫ୍‌ଏଚ୍‌ଏସ୍‌ ୫ ରିପୋର୍ଟ ୨୦୧୯-୨୧) ପହଞ୍ଚତ୍ପାରିଛି। ଏହାଦ୍ୱାରା ରାଜ୍ୟରେ ରୋଗ ପ୍ରତିରୋଧକ ଟିକା ହେତୁ ଶିଶୁ ମୃତ୍ୟୁ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri