ପାଳିରେ ଚାଲିଛି ସ୍ବାସ୍ଥ୍ୟସେବା

ରଣପୁର,୨୯ା୮(ସୁକାନ୍ତ କିଶୋର ଡ଼ାକୁଆ ): ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଲାଗି ରହୁଥିଲା ବେଳେ ପାଳି କରି ରୋଗୀସେବା ଚାଲିଛି। ଶଯ୍ୟାଗୁଡିକ ଖାଲି ପଡୁଥିଲା ବେଳେ ସେବା ନ ପାଇ ରୋଗୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ମୁହଁ ଫେରାଇ ନେଉଛନ୍ତି। ବର୍ଷ ବର୍ଷ ଧରି ଏପରି କିଛି ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ରାଜନେତା ଆଖିବୁଜି ଦେଇଛନ୍ତି। କର୍ମଚାରୀଙ୍କ ଶୋଷଣ, ଆବଶ୍ୟକ ଡାକ୍ତର ନ ଥିବାରୁ ସ୍ବାସ୍ଥ୍ୟ ସେବା ଦିଗହରା ହୋଇ ଚାଲିଛି।
ଏ ସମ୍ପର୍କରେ ଗୋଲଖ ଦାସ, ପ୍ରଭାତ ମିଶ୍ର, ନିରଞ୍ଜନ ମହାନ୍ତି ପ୍ରମୁଖ କୁହନ୍ତି, ରଣପୁର ବ୍ଲକର ୩୭ଟି ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ ଟି ୱାର୍ଡ ସହ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର ୫ଟି, ବେଗୁନିଆ ବ୍ଲକର ସିକୋ, ଖଡ଼ିପଦର, ଟାଙ୍କୋଳ, ଛଣିଗିରି ଆଦି ଗ୍ରାମର ଲୋକ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ୬୬ ବର୍ଷ ପରେ ବି ସ୍ବାସ୍ଥ୍ୟକେନ୍ଦ୍ରଟି ରୋଗୀମାନଙ୍କୁ ସେବା ଯୋଗଇବାରେ ବିଫଳ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରକୁ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନରେ ଏଠାକୁ ରୋଗୀ ସେବା ପାଇଁ ବ୍ୟାପକ ଅର୍ଥ ଆସୁଥିଲେ ମଧ୍ୟ ରୋଗୀମାନେ ଉପଯୁକ୍ତ ସେବା ପାଉନାହାନ୍ତି। ଏହି ଟଙ୍କା ବାଟବରଣ ହେଉଥିବା ଅଭିଯୋଗ ହେଉଛି। ସ୍ବାସ୍ଥ୍ୟକେନ୍ଦ୍ରଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇ ଥିଲେ ମଧ୍ୟ ଆବଶ୍ୟକ ବିଶେଷଜ୍ଞ ନାହାନ୍ତି। ସରକାରୀ ନିୟମ ଅନୁସାରେ, ଏଠାରେ ୧୧ଜଣ ବିଶେଷଜ୍ଞ ରହିବା କଥା। ତେବେ ଏଠାରେ ଜଣେ ସହକାରୀ ସର୍ଜନ, ୩ ଜଣ ଏମ୍‌ବିବିଏସ୍‌ ଡାକ୍ତର ରହିଛନ୍ତି। ଶିଶୁୁ ରୋଗ ବିଶେଷଜ୍ଞ ନ ଥିବାରୁ ଶିଶୁ ଓ ଛୋଟ ପିଲାମାନେ ସ୍ବାସ୍ଥ୍ୟ ସେବା ପାଇଁ ହଟହଟା ହେଉଛନ୍ତି। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନ ଥିବାରୁ ଗର୍ଭବତୀ ମହିଳାମାନେ ଚିକିତ୍ସା ପାଇ ହଇରାଣ ହେବା ସହ ଖର୍ଚ୍ଚାନ୍ତ ହୋଇ ବାହାରକୁ ଯାଉଛନ୍ତି। ଅନ୍ୟପକ୍ଷରେ ୪ଜଣ ଡାକ୍ତର ରହୁଥିଲା ବେଳେ ସପ୍ତାହକେ ଦୁଇ ଦୁଇ ଦିନ ପାଳିରେ ସ୍ବାସ୍ଥ୍ୟ ସେବା କରୁଥିବା ଦେଖିବାକୁ ମିଳିଛି। ବହୁ ବର୍ଷ ଧରି ଜଣେ ଡାକ୍ତର ଅନ୍ୟତ୍ର ବଦଳି ନ ହୋଇ ରହୁଥିବାରୁ ସେ ରୋଗୀମାନଙ୍କୁ ରୁକ୍ଷ ବ୍ୟବହାରପ୍ରଦର୍ଶନ କରୁଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି ଅଭିଯୋଗ ହେଉଛି। ୧୭ଜଣ ଷ୍ଟାଫନର୍ସଙ୍କ ସ୍ଥାନରେ ୮ଜଣ ଅଛନ୍ତି। ୧୪ଜଣ ଆଟେନାଣ୍ଟଙ୍କ ସ୍ଥାନରେ ୭ଜଣ ଅଛନ୍ତି। ଏହା ହେଉଛି ଜିଲାର ସବୁଠାରୁ ବଡ଼ ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ଯନ୍ତ୍ରାନ୍ସଗୁଡିକ ଟେକନିସିଆନ୍‌ ନ ଥିବାରୁ ପଡି ପଡ଼ି ନଷ୍ଟ ହେବାକୁ ବସିଲାଣି। ଏଠାରେ ରୋଗୀମାନଙ୍କ ପାଇଁ ରକ୍ତଭଣ୍ଡାର ନାହିଁ। ଫଳରେ ରୋଗୀମାନେ ନୟାଗଡ ୪୦ କିମି ଏବଂ ଖୋର୍ଦ୍ଧା ୫୦ କିମି ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ୧୯୫୭ରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲା। ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ନୂତନ ଗୃହ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଉନ୍ନତିକରଣ ପାଇଁ ଟଙ୍କା ଖର୍ଚ୍ଚ ହେଉଥିଲାବେଳେ ଅବସ୍ଥା ସୁଧୁର ଆସୁନାହିଁ। ଶଯ୍ୟା ଗୁଡିକ ପ୍ରାୟତଃ ନଷ୍ଟ ହୋଇଗଲାଣି। ଏପରି କି କେତେକ ଶଯ୍ୟାକୁ ସ୍ବାସ୍ଥ୍ୟକେନ୍ଦ୍ର ଘରେ ଚାବି ପକାଇ ରଖାଯାଇଛି। ଆଉଟ ଡୋର ଏବଂ ଉନ୍‌ଡୋରରେ ପାଣିର ବ୍ୟବସ୍ଥା ନାହିଁ। କିଛି ବର୍ଷ ପୂର୍ବେ ରାଜ୍ୟ ସଭା ସାଂସଦଙ୍କ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ହୋଇଥିଲା। ଏବେ ତାହା ଅଚଳ ହୋଇପଡିଛି। ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ନ ଥିବାରୁ ରୋଗୀମାନେ ହଟହଟା ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ପରିବେଶ ଅପରିଷ୍କାର ହୋଇରହିଛି। ଏଠାରେ ଚିକିତ୍ସା କରୁଥିବା ଡାକ୍ତରମାନେ ସାଧାରଣ ରୋଗୀଙ୍କୁ ଚିକିତ୍ସା ନ କରି ଭୁବନେଶ୍ୱର ବେସରକାରୀ ଡାକ୍ତରଖାନାକୁ ପଠାଇ ଦେଉଥିବା ବହୁ ସମୟରେ ଅଭିଯୋଗ ହେଉଛି। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀଙ୍କ ରକ୍ତ, ମଳ, ମୁତ୍ର ପରୀକ୍ଷା କରାଯାଉ ନ ଥିବାରୁ ଖର୍ଚ୍ଚାନ୍ତ ହୋଇ ବାହାରେ କରିବାକୁ ପଡୁଛି। ରଣପୁର ଏନ୍‌ଏସିରେ ଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଜନ୍ମମୃତ୍ୟୁ ପ୍ରମାଣପତ୍ର ମିଳୁନାହିଁ। ଏହି ପ୍ରମାଣପତ୍ର ପାଇବା ପାଇଁ ଲୋକମାନେ ସୁନାଖଳା ୧୩ କିମି ଦୂର ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଁ ଖର୍ଚ୍ଚାନ୍ତ ହୋଇ ଯାଉଛନ୍ତି। ଏଠାରେ ରୋଗୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ଏହିପରି ନାନା ଅବ୍ୟବସ୍ଥା ମଧ୍ୟରେ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ଛନ୍ଦି ହୋଇ ଯାଇଛି। ଏ ସମ୍ପର୍କରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ରମାକାନ୍ତ ପଣ୍ଡାଙ୍କୁ ପଚାରିବାରେ ଏବେ ନୂଆ କରି ଯୋଗ ଦେଇଛି। ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯାହା କିଛି ଅସୁବିଧା ଅଛି ଆପଣଙ୍କଠାରୁ ଜାଣିଲି। ୨ରୁ ୩ ଦିନ ଭିତରେ ସମାଧାନ କରିବା ପାଇ ଚେଷ୍ଟା କରିବି ଓ ଏହାର ସମାଧାନ କରାଯିବ। ସ୍ଥାନୀୟ ବିଧାୟକ ଯଦି ତାଙ୍କ ପ୍ୟାଡ଼ରେ ମତେ ଲେଖି କି ଦେବେ ତାହା ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉ ପାଳିରେ ଡାକ୍ତରମାନେ କାମ କରିବେ ନାହିଁ। ଏକ ସାଙ୍ଗରେ କାମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri