ଅନ୍ଧବିଶ୍ୱାସରୁ ଯାଉଛି ଜୀବନ

ଭୁବନେଶ୍ୱର,୨୧ା୮(ସତ୍ୟଜିତ୍‌ ରାଉତ):ପ୍ରାଚୀନ ଯୁଗରେ ଗୁଣିଗାରେଡ଼ି, ଯାଦୁବିଦ୍ୟା, ତନ୍ତ୍ରସାଧନ, ଝଡ଼ାଫୁଙ୍କା ଆଦି ଅନ୍ଧବିଶ୍ୱାସ ଉପରେ ଲୋକମାନେ ଅଧିକ ବିଶ୍ୱାସ କରୁଥିଲେ। ଏବେ ବିଜ୍ଞାନର ଅଗ୍ରଗତି ପରେ ମଧ୍ୟ କେତେ ଲୋକଙ୍କ ମନରୁ ଏହି ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ବିଭିନ୍ନ ପ୍ରକାର ଅପରାଧ ବୃଦ୍ଧି ପାଉଛି। ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ଯୋଗୁ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି, ଯାହା ଚିନ୍ତାର ବିଷୟ ହୋଇଛି। ପୂର୍ବରୁ ଉପାନ୍ତ ଅଞ୍ଚଳରେ ଏଭଳି ଘଟଣା ନଜରକୁ ଆସୁଥିଲା। ହେଲେ ଏବେ ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି। କେତେବେଳେ ତନ୍ତ୍ର ସାଧନ ପାଇଁ ନିରୀହ ଶିଶୁଙ୍କୁ ବଳି ଚଢ଼ାଯାଉଛି ତ ଆଉ କେତେବେଳେ ତନ୍ତ୍ର ସାଧନ କରୁଥିବା ବ୍ୟକ୍ତିଙ୍କୁ ଗୁଣିଆ କହି ହତ୍ୟା କରାଯାଉଛି। ଗୁଣିଗାରେଡ଼ି ଯୋଗୁୁ ଏଭଳି ହିଂସାକାଣ୍ଡ ଘଟୁଥିବାରୁ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରୁଛି।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁଯାୟୀ, ୨୦୧୯ରୁ ୨୦୨୧ ମଧ୍ୟରେ ଦେଶରେ ଗୁଣିଗାରେଡ଼ି ସନ୍ଦେହରେ ୨୫୮ ଜଣଙ୍କୁ ହତ୍ୟା କରାଯାଇଛି। ଓଡ଼ିଶାରେ ଏହି ସଂଖ୍ୟା ୨୯ ରହିଛି। ଗତ କିଛି ମାସରେ ରାଜ୍ୟରେ ଘଟିଥିବା କିଛି ଘଟଣାକୁ ଦେଖିବାକୁ ଗଲେ ଗୁଣିଗାରେଡ଼ିଜନିତ ହତ୍ୟାକାଣ୍ଡ ବଢ଼ିଥିବା ଜଣାପଡ଼ିଛି। ଗତ ଜୁଲାଇ ୨୮ରେ ପୁରୀ ଗୁରୁକୃପା ଆଶ୍ରମ ରକ୍ତପାତ ହୋଇଥିଲା। ବିଷ୍ଣୁବାବାଙ୍କ ଆକ୍ରମଣରେ ଅର୍ଜୁନ ଏବଂ ଦୟାନିଧି ବାବାଙ୍କର ମୃତ୍ୟୁ ହୋଇଥିଲା।ଅଭିଯୁକ୍ତ ବିଷ୍ଣୁବାବାଙ୍କୁ ଧରାଯିବା ବେଳେ ତାଙ୍କ ମୁହଁ ସାରା ରକ୍ତ ଲାଗିଥିଲା। ସେ ଏକ ବ୍ଲେଡ୍‌ରେ ନିଜ ଜିଭକୁ କାଟିବା ସହ ଅର୍ଜୁନ ବାବାଙ୍କ ରକ୍ତ ପିଇଥିବା ଜଣେ ପୋଲିସ କର୍ମଚାରୀ କହିଥିଲେ। ତନ୍ତ୍ରସାଧନ ପାଇଁ ସେ ଏହି କାଣ୍ଡ ଘଟାଇଥିବା କୁହାଯାଉଥିବା ବେଳେ ପୋଲିସ ଏହି ଦିଗକୁ ନେଇ ତଦନ୍ତ ଜାରି ରଖିଛି। ସେହିଭଳି ଗୁଣି ସନ୍ଦେହରେ ଜୁଲାଇ ୨୫ରେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଡିମିରିକୁଦା ଗ୍ରାମରେ ହତ୍ୟାକାଣ୍ଡ ଘଟିଥିଲା। ଗ୍ରାମର ଶୁକ୍ରୁ ମାଝି ଘରେ ତନ୍ତ୍ରସାଧନା କରୁଥିଲେ। ପଡ଼ୋଶୀ ସଞ୍ଜୁ ମାଝୀଙ୍କ ୪ବର୍ଷର ପୁଅର ମୃତ୍ୟୁ ପାଇଁ ଶୁକ୍ରୁଙ୍କୁ ଦାୟୀ କରାଯାଇଥିଲା। ଶୁକ୍ରଙ୍କୁ ସଞ୍ଜୁଙ୍କ ପରିବାର ଲୋକ କାଠଫାଳିଆ ଓ କୋଦାଳରେ ଆକ୍ରମଣ କରି ହତ୍ୟା କରିଥିଲେ। ଅନ୍ୟପଟେ ଜୁଲାଇ ୨୩ ରାତିରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ ହରନବାବି-ବନ୍ତପାଟଣା ଗ୍ରାମରେ ଗୁଣିଗାରେଡ଼ି ପାଇଁ ବିଭିତ୍ସ ହତ୍ୟାକାଣ୍ଡ ଘଟିଥିଲା। ମଣିଚରଣ ତାଙ୍କ ବାଡ଼ିପଟେ ଗୁଣି କରି କିଛି ରଖିଥିବା ପଡ଼ୋଶୀ ସନ୍ଦେହ କରିଥିଲେ। ରାତିରେ ଶୋଇଥିବା ମଣିଚରଣଙ୍କୁ ପଡ଼ୋଶୀ ଅଜୁ ମହାରଣା ତାଙ୍କ ଦୁଇପୁଅଙ୍କ ସହ ମିଶି ଶାବଳ ଓ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଥିଲେ।
ଆଇନଜୀବୀ ଅଶୋକ ବଡ଼ପଣ୍ଡାଙ୍କ କହିବା କଥା, ଲାଗୁ ହୋଇଥିବା ଉକ୍ତ ଆଇନ ବିଷୟରେ ପ୍ରାୟ ଲୋକ ଜାଣନ୍ତି ନାହିଁ। ତେଣୁ ଗୁଣିଗାରେଡ଼ି ନେଇ ଆରମ୍ଭରୁ କେହି ଥାନାକୁ ଆସି ଅଭିଯୋଗ କରନ୍ତି ନାହିଁ। ଏନେଇ ସଚେତନ କରାଗଲେ ଲୋକେ ଆରମ୍ଭରୁ ଅଭିଯୋଗ କରିବେ ଏବଂ ଗୁଣିଗାରେଡ଼ି ଯୋଗୁ ହେଉଥିବା ହତ୍ୟାକୁ ରୋକାଯାଇପାରିବ। ଏଥିପାଇଁ ରାଜ୍ୟ ସରକାର ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଆଗକୁ ଆସି ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି ସେ କହିଛନ୍ତି।
ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ବିଜ୍ଞାନ ଓ ଚିକିତ୍ସା ପଦ୍ଧତିରେ ଉନ୍ନତି ଘଟି ନ ଥିବା ସମୟରୁ ଗୁଣିଗାରେଡ଼ି ଆରମ୍ଭ ହୋଇଥିଲା। ଏବେ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ପାଖରେ ଶିକ୍ଷା, ସ୍ବାସ୍ଥ୍ୟ ଆଦି ଠିକ୍‌ ଭାବେ ପହଞ୍ଚୁପାରିନାହିଁ। ତେଣୁ ଲୋକମାନଙ୍କ ମଧ୍ୟରେ ପାରମ୍ପାରିକ ଅନ୍ଧବିଶ୍ୱାସ ଆଦି ରହିଛି। ଶିକ୍ଷା ଏବଂ ସ୍ବାସ୍ଥ୍ୟ ସହ ବିଜ୍ଞାନସମ୍ମତ ଦୃଷ୍ଟିଭଙ୍ଗୀର ପ୍ରସାର କରାଇପାରିଲେ ଏହି ଅନ୍ଧବିଶ୍ୱାସ କମି ଯିବ। ଏହା ବିରୋଧରେ ରହିଥିବା ଆଇନକୁ ଠିକ ଭାବେ କାର୍ଯ୍ୟକାରୀ କରାଯିବା ଦରକାର। କେବଳ ଆଇନ କରିଦେଲେ ଏହି ଅନ୍ଧବିଶ୍ୟାସ କମିବ ନାହିଁ। ସରକାର ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ। ଉକ୍ତ ଆଇନକୁ ଅଧିକ ସମୀକ୍ଷା କରାଯାଇ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର ବୋଲି ସେ କହିଛନ୍ତି।

ଆଇନ କ’ଣ କହୁଛି

ରାଜ୍ୟରେ ଗୁଣିଗାରେଡ଼ି ଜନିତହତ୍ୟାକାଣ୍ଡ ରୋକିବାକୁ ୨୦୧୩ରେ ଓଡ଼ିଶା ସରକାର ‘ଦି ଓଡ଼ିଶା ପ୍ରିଭେନଶନ୍‌ ଅଫ୍‌ ଓ୍ବିଚ୍‌-ହଣ୍ଟିଂଙ୍ଗ୍‌ ଆକ୍ଟ,୨୦୧୩’ ଆଇନ ଆଣିଥିଲେ। ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ୨୦୧୪ରେ ଏହି ଆଇନ ଲାଗୁ ହୋଇଛି। ଏହି ଆଇନ ଅନୁଯାୟୀ, କୌଣସି ମହିଳାଙ୍କୁ ଡାହାଣୀ କହିବା କିମ୍ବା ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଦଣ୍ଡନୀୟ ଅପରାଧ। ଗୁଣି, ଝଡ଼ାଫୁଙ୍କା, ହଟ ବିଦ୍ୟା, କୁଳ ବିଦ୍ୟା, ନଖ ଦର୍ପଣ ଆଦି ନାମରେ ରହିଥିବା ତନ୍ତ୍ରବିଦ୍ୟା ଯଦି କୌଣସି ଲୋକଙ୍କ କ୍ଷତିସାଧନ ପାଇଁ କରାଯାଉଥାଏ ତେବେ ଉକ୍ତ ବ୍ୟକ୍ତି ଦଣ୍ଡିତ ହେବେ। ତାଙ୍କୁ ବର୍ଷେରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ୫ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାକୁ ଆଇନରେ ଦର୍ଶାଯାଇଛି। ଏପରିକି ସରକାର ଏନେଇ ଏକରୁ ଅଧିକ ଯୋଜନା କରି ଅନ୍ଧବିଶ୍ୱାସ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରିବେ। ତେବେ ଏହି ଆଇନ ଠିକ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ କମୁ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri