କୋଇଲା ଉତ୍ପାଦନରେ ଓସିପିଏଲ୍‌ର ସଫଳତା

ଭୁବନେଶ୍ୱର,୧୦।୮: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶା କୋଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଓସିପିଏଲ୍‌) ରେକର୍ଡ ପରିମାଣର କୋଇଲା ଉତ୍ପାଦନକରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାର ଏବଂ ଓପିଜିସି ଦ୍ବାରା ପରିଚାଳିତ ଓସିପିଏଲ୍‌ ରାଜ୍ୟର ପ୍ରମୁଖ କୋଇଲା ଖନନ ସଂସ୍ଥା ଭାବେ ବେଶ୍‌ ପରିଚିତ। ଏପରିକି ଦେଶର ଘୋର କୋଇଲା ସଙ୍କଟ ସମୟରେ ଓସିପିଏଲ୍‌ ତା’ର ଶେଷ ବ୍ୟବହୃତ ପ୍ଲାଣ୍ଟ ଓପିଜିସି (ୟୁନିଟ୍‌ ୩ ଏବଂ ୪ ) ଏବଂ ଅନ୍ୟାନ୍ୟ ଥର୍ମା ପାୱାର ପ୍ଲାଣ୍ଟ୍‌କୁ ଉତ୍ତମ ମାନର କୋଇଲା ଯୋଗାଇଛି। ଗତ୨ବର୍ଷ ମଧ୍ୟରେ ଓସିପିଏଲ୍‌ର ବୈଷୟିକ ଜ୍ଞାନକୌଶଳ ଯୋଗୁ ଓପିଜିସିକୁ ହାରାହାରି ୨୦% ନିମ୍ନ ଦରରେ ଜିସିଭି ବେସ୍‌ଡ ଲାଣ୍ଡେଡ କୋଲ୍‌ କୋଷ୍ଟରେ କୋଇଲା ଯୋଗାଉଛି। ଓସିପିଏଲ୍‌ ସ୍ବ ଅର୍ଜିତ ଲାଭାଂଶରୁ ପ୍ରାୟ ୫୦%ଋଣ ପରିଶୋଧ କରିବାରେ ସକ୍ଷମ ହୋଇପାରିଛି। ଏଥିଯୋଗୁ ଓପିଜିସି ପାଇଁ ଆକଳନ କରାଯାଉଥିବା ଇନ୍‌ପୁଟ ପ୍ରାଇସର ଫାଇନାନ୍ସ କମ୍ପୋନେଟ ପ୍ରାୟ ୫୭% କମିଯିବ ବୋଲି ଆକଳନ କରାଯାଉଛି। ସେହିଭଳି ଓସିପିଏଲ୍‌ର ପିକ୍‌ ରେଟେଡେ୍‌ କାପାସିଟି ୨୦୨୫-୨୬ ଆର୍ଥକ ବର୍ଷରେ ୧୬ ମିଲିଅନ୍‌ ଟନ୍‌ ହେବା ଯଥେଷ୍ଟ ସମ୍ଭାବନା ରହିଛି। ଏପରିକି ପୂର୍ଣ୍ଣ କ୍ଷମତାସମ୍ପନ୍ନ ହେବା ପରେ ଓପିଜିସିର ଇନ୍‌ପୁଟ କୋଲ କୋଷ୍ଟ ଆଶାତୀତ ଭାବେ ହ୍ରାସ କରିବା ସମ୍ଭାବନା ରହିଛି। ବିଶେଷକରି ଓସିପିଏଲ୍‌ ଉତ୍ତମ ମାନର ଏବଂ ପର୍ଯ୍ୟାପ୍ତ ମାତ୍ରାରେ କୋଇଲା ଯୋଗାଣ କରୁଛି। ଓସିପିଏଲ୍‌ ଯୋଗୁ ଓପିଜିସି ରାଜ୍ୟର ୩୦% ପାଓ୍ବାର ରିକ୍ୱାରମେଣ୍ଟକୁ ପୂରଣ କରିପାରୁଛି। କୋଇଲାସ୍ତର ମଧ୍ୟରେ ଉପଲବ୍ଧ ଅନ୍‌ ଗ୍ରେଡେଡ୍‌ କାର୍ବନିୟସ ସେଲ୍‌କୁ ଓଭରବର୍ଡନ ଡମ୍ପରେ ଫିଙ୍ଗି ନ ଦିଆଯାଇ କିଛି ମାତ୍ରାରେ ଜି-୧୪ କୋଇଲର ମିଶ୍ରଣକରି ଏହାର ମାନକୁ ଜି-୧୭ରେ ପରିଣତ କରିବାରେ ଓସିପିଏଲ୍‌ ସକ୍ଷମ ହୋଇପାରିଛି, ଯାହାର ଲାବରେଟୋରି ବିଶ୍ଳେଷଣ ତଥା ପ୍ରମାଣପତ୍ର ରାଜ୍ୟ ସରକାରଙ୍କ ଇସ୍ପାତ ଏବଂ ଖଣି ବିଭାଗ ଦ୍ୱାରା ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…

ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri