ନୂତନ ଭାରତର କଶ୍ମୀର

୪ବର୍ଷ ପୂର୍ବେ, ଯେତେବେଳେ କଶ୍ମୀରରୁ ୩୭୦ ଅନୁଚ୍ଛେଦ ହଟାଇ ନିଆଯାଇଥିଲା ସେତେବେଳେ ସ୍ତମ୍ଭକାର ପ୍ରତାପଭାନୁ ମେହେଟ୍ଟା ଲେଖିଥିଲେ, ‘ଭାଜପା କଶ୍ମୀରକୁ ଭାରତୀୟକରଣ କରିବାକୁ ଯାଉଛି ବୋଲି ଭାବୁଛି’। କିନ୍ତୁ ଏହା ବଦଳରେ ଆମେ ସମ୍ଭବତଃ ଭାରତର କଶ୍ମୀରୀକରଣକୁ ଦେଖିଛୁ। ଭାରତୀୟ ଗଣତନ୍ତ୍ରର କାହାଣୀ ରକ୍ତ ଏବଂ ବିଶ୍ୱାସଘାତକତାରେ ଲେଖାଯାଇଛି। ସ୍ଥାନୀୟ ଲୋକଙ୍କୁ ହଟାଇଦେଇ କଶ୍ମୀରର ଭାରତୀୟକରଣ ନିୟମିତ ଭାବେ କରାଯାଇଛି। ମୁଁ ୨ ବର୍ଷ ପୂର୍ବେ ଏକ ପୁସ୍ତକ ଲେଖିଥିଲି ଯେଉଁଥିରେ ସ୍ଥାନୀୟ ମୁଖ୍ୟ ମନୋଜ ସିହ୍ନାଙ୍କ ଅଧୀନରେ କଶ୍ମୀରର ଉଚ୍ଚ ଅମଲାତନ୍ତ୍ରକୁ କେଉଁମାନେ ଚଳାଉଥିଲେ ତାହା ପ୍ରକାଶ ପାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ- ଗୃହ ଏବଂ ରାଜସ୍ବ: ଶାଲିନ କାବ୍ରା; ଅର୍ଥ: ଅରୁଣ କୁମାର ମେହେଟ୍ଟା; ସାଧାରଣ ପ୍ରଶାସନ ଏବଂ ଶିଳ୍ପ ଓ ବାଣିଜ୍ୟ: ମନୋଜ କୁମାର ଦ୍ୱିବେଦୀ; ଆଇନ, ନ୍ୟାୟ ଏବଂ ସଂସଦୀୟ ବ୍ୟାପାର: ଅଚଳ ସେଠୀ ପ୍ରମୁଖ ଅଧିକାରୀମାନେ। ଦାୟିତ୍ୱରେ ଥିବା କଶ୍ମୀରର ଅଧିକାରୀମାନେ ହେଲେ ରେହାନା ବାତୁଲଙ୍କୁ ଆଦିବାସୀ ବ୍ୟାପାର; ପୁଷ୍ପ ବିଭାଗ, ଉଦ୍ୟାନ ଏବଂ ପାର୍କ: ଶେଖ୍‌ ଫୟାଜ ଅହମ୍ମଦ; ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା: ଅଟଳ ଇୟର୍ସ ଦୁଲ୍ଲୋ; ଷ୍ଟେଶନାରି ଏବଂ ଯୋଗାଣ ଅବଦୁଲ ମାଜିଦ୍‌ ଭଟ୍ଟ; ଗ୍ରାମୀଣ ବିକାଶ: କାଜି ସାର୍‌ଓ୍ବର, ବେସାମରିକ ବିମାନ ଚଳାଚଳ: ରୁକ୍‌ସାନା ଘନି; ସଂସ୍କୃତି: ସରମାଦ୍‌ ହାଫିଜ; ମତ୍ସ୍ୟଚାଷ: ବସିର ଅହମ୍ମଦ ଭଟ୍ଟ ଏବଂ ଉଦ୍ୟାନ କୃଷି: ଅଜାଜ୍‌ ଅହମ୍ମଦ ଭଟ୍ଟ। ଏହି ସ୍ତମ୍ଭ ଲେଖିବା ପାଇଁ ମୁଁ ସମାନ ୱେବ୍‌ସାଇଟ୍‌କୁ ଫେରି ୨୦୧୯ର ୪ ବର୍ଷ ପରେ ସମାନ କଥା ଦେଖିବାକୁ ପାଇଲି। ସେଥିରେ ବି ଅରୁଣ କୁମାର ମେହେଟ୍ଟା, ଅଚଳ ସେଠୀଙ୍କ ସମେତ ଅନ୍ୟ କେତେଜଣଙ୍କ ନାମ ପାଇଲି। ଅବଶ୍ୟ, ବାହାର ଲୋକମାନଙ୍କ ଦ୍ୱାରା କରାଯାଉଥିବା ନିୟନ୍ତ୍ରଣ ଉପରେ କୌଣସି ମନ୍ତବ୍ୟ ଦିଆଯାଇ ନ ଥିଲା କି ରିପୋର୍ଟ କରାଯାଇ ନ ଥିଲା କିମ୍ବା ମିଡିଆର ଖୁବ୍‌ କମ୍‌ ଲୋକଙ୍କ ବ୍ୟତୀତ କେହି ଏହା ଜାଣି ନ ଥିଲେ। ତେବେ ଅଣ-ସ୍ଥାନୀୟ ଅଧିକାରୀଙ୍କଠାରୁ କିଛି ବି ଆଶା ନ କରାଯାଇ ପାରେ ବୋଲି ୨୦୨୧ରେ ସିଭିଲ ସୋସାଇଟିର ଜଣେ କଶ୍ମୀରୀ ବ୍ୟକ୍ତିଙ୍କ ମନ୍ତବ୍ୟରେ ରାଗିଯାଇ ଗଣ୍ଡରବାଲ୍‌ର ଡେପୁଟି କମିଶନର କ୍ରିତିକା ଜ୍ୟୋତ୍ସ୍ନାଙ୍କ ନିର୍ଦ୍ଦେଶରେ ତାଙ୍କୁ ଜେଲ ପଠାଇଦିଆଯାଇଥିଲା।
ଯେତେବେଳେ ମୁଁ ଜୁଲାଇ ୨୦୨୧ରେ ନିର୍ବାଚନ ବିଭାଗର ଲିଙ୍କ୍‌ – ceojammukashmir.nic.inକୁ ଯାଞ୍ଚ କରିଥିଲି, ତାହା କେବଳ କାମ କରୁ ନ ଥିବା ଦେଖିବାକୁ ପାଇଥିଲି। ଏହା ସହ ବ୍ରାଉଜର ଚେତାବନୀ ଦେଇଥିଲା: ‘ଏହି ୱେବ୍‌ସାଇଟ୍‌ ହୁଏତ ଆପଣଙ୍କର ବ୍ୟକ୍ତିଗତ କିମ୍ବା ଆର୍ଥିକ ତଥ୍ୟ ଚୋରି କରିବା ପାଇଁ ceojammukashmir.nic.inକୁ ବଦଳାଇଦେଇପାରେ। ତୁମେ ପୂର୍ବ ପେଜ୍‌କୁ ଫେରିଯିବା ଉଚିତ।’ ଏବେ, ଅଗଷ୍ଟ ୨୦୨୩ ରେ ଏପର୍ଯ୍ୟନ୍ତ ୱେବ୍‌ସାଇଟ୍‌ ଖୋଲାନାହିଁ କି କଶ୍ମୀରର ଗୃହ ବିଭାଗ ପାଇଁ ଉଦ୍ଦିଷ୍ଟ ଲିଙ୍କ୍‌ https://www.jkhome.nic.in ଖୋଲିନାହିଁ। ଖୋଲିବାକୁ ଚେଷ୍ଟାକଲେ ‘ଏହି ସଂଯୋଗ ବ୍ୟକ୍ତିଗତ ନୁହେଁ’ ବୋଲି ଦର୍ଶାଇ ଭ୍ରମ ସୃଷ୍ଟିକରେ। ସେତେବେଳେ ମେହେଟ୍ଟା ଯାହା ପୂର୍ବାନୁମାନ କରିଥିଲେ ଏହି ସମୟରେ ସେହିଭଳି କଶ୍ମୀରକରଣ ଘଟିଲା। ଗଣତନ୍ତ୍ର କଠିନ ଓ ଦ୍ୱନ୍ଦ୍ୱାମତ୍କ ଏବଂ ଏଥିପାଇଁ ଇଚ୍ଛା ଥିଲେ ମଧ୍ୟ ଶାସନ କଷ୍ଟସାଧ୍ୟ, ଯାହା ବହୁ ସମୟରେ ସମ୍ଭବ ହୋଇ ନ ଥାଏ। ଉତ୍ତମ ଶାସନ ନିୟମ ଅନୁସରଣ କରିବା ଏବଂ ଆଇନର ନିୟମ ପ୍ରୟୋଗ ଆବଶ୍ୟକ କରେ। ଏପରିକି ସବୁଠୁ ଦକ୍ଷ ସରକାରଙ୍କ ପାଇଁ ଏହା କରିବା ସହଜ ନୁହେଁ। କଶ୍ମୀରରେ ଉତ୍ତମ ଶାସନ ପରିବର୍ତ୍ତେ ଯାହା ବିକଳ୍ପ ବ୍ୟବସ୍ଥା କରାଯାଇଛି ସେଥିରେ ଗଣତନ୍ତ୍ରକୁ ପୂରା ହଟାଇ ଦିଆଯାଇଛି। ମଣିପୁର କିମ୍ବା ଗୁରୁଗାଓଁ ବା ଉତ୍ତରପ୍ରଦେଶ କଥା ଦେଖନ୍ତୁ। ଦୋଷୀ ସାବ୍ୟସ୍ତ ହେବା ଅପେକ୍ଷା ଅଧିକ ଦୋଷମୁକ୍ତ ହେଉଥିବାରୁ ସେଠାରେ ମାମଲା ଦାୟର କରିବା କିମ୍ବା ବିଚାରକରିବା କଷ୍ଟକର। ଫଳରେ ନ୍ୟାୟିକ ବ୍ୟବସ୍ଥା ବାହାରେ ସେଠାରେ ଲୋକଙ୍କୁ ଦଣ୍ଡ ଦେବା ସହଜ ମନେକରାଯାଉଛି। ସେଥିପାଇଁ ନ୍ୟାୟିକ ବିଚାର ବଦଳରେ ବୁଲ୍‌ଡୋଜରଗୁଡ଼ିକୁ ପସନ୍ଦ କରାଯାଇଛି। ଉତ୍ତରପ୍ରଦେଶରେ ଅଭିଯୁକ୍ତମାନଙ୍କ ଗୋଡ଼କୁ ଗୁଳି କରାଯାଉଛି। ନ୍ୟାୟିକ ହେପାଜତରେ ଥିବା ଅଭିଯୁକ୍ତମାନଙ୍କୁ ଗୁଳିକରି ହତ୍ୟା କରାଯାଉଛି। ଏପରିକି ସୁରକ୍ଷା ପାଇଁ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଘଟୁଛି। ନୂଆ ଭାରତରେ ଏହା ହେଉଛି ଆଇନର ଶାସନ। କିନ୍ତୁ କଶ୍ମୀରବାସୀ ଏଭଳି କାର୍ଯ୍ୟ ସମ୍ପର୍କରେ ବହୁ ପୂର୍ବରୁ ଅଭ୍ୟସ୍ତ ଥିଲେ।
ଗଣତନ୍ତ୍ରର ମାଆ କୁହାଯାଉଥିବା ଭାରତ ଇଣ୍ଟରନେଟ୍‌ ବନ୍ଦରେ ବିଶ୍ୱରେ ସବୁଠୁ ଆଗରେ। ଗତ ୬ବର୍ଷ ଧରି ଏହି କ୍ଷେତ୍ରରେ ଶୀର୍ଷରେ ରହିଆସିଛି। ନାଗରିକମାନଙ୍କ ପାଇଁ ଏହା ଏକ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ କହିଥିଲେ ମଧ୍ୟ ଏଥିରେ ବାଧା ଦିଆଯାଉଛି। କଶ୍ମୀର ଶାସନର ଦୋଷକୁ ପଦାକୁ ଆଣିଲା। ଯଦି ମଣିପୁରୀ ଏବଂ ହରିୟାଣାବାସୀ ଏବେ ଏହାକୁ ଲୋକଲୋଚନକୁ ଆଣିପାରୁଛନ୍ତି, ତାହା ସେଠାକାର ମଡେଲ ଯୋଗୁ ସମ୍ଭବ ହେଉଛି। ୩୭୦ ଅନୁଚ୍ଛେଦ ଉଚ୍ଛେଦ ପରେ କଶ୍ମୀରରେ ଇଣ୍ଟରନେଟ୍‌ ୧୭ ମାସ ପାଇଁ ବନ୍ଦ କରାଯାଇଥିଲା (କଶ୍ମୀର ପୃଥିବୀର ଏକମାତ୍ର ଅଂଶ ଯେଉଁଠି କୋଭିଡ୍‌ ସମୟରେ ପିଲାଙ୍କ ଅନ୍‌ଲାଇନ ଶିକ୍ଷା ଉପରେ କଟକଣା ଲଗାଯାଇଥିଲା। ଅନ୍ୟତ୍ର, ଗଣତାନ୍ତ୍ରିକ ବିରୋଧକୁ ହଟାଇବା ପାଇଁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସଂସଦକୁ ବାରଣ କରାଯିିବାରେ ସବୁଠାରୁ ପ୍ରଭାବୀ ଉପାୟ ଆପଣାଇବା ଦେଖିବାକୁ ମିଳେ। ହେଲେ ଏଠାରେ ଏଭଳି ଗଣତାନ୍ତ୍ରିକ ପଦ୍ଧତିକୁ ଅନୁସରଣ କରିବା ପରିବର୍ତ୍ତେ ଲୋକ ସଭାରେ ବିତର୍କକୁ ଏଡ଼ାଇବା ଲକ୍ଷ୍ୟ କରାଯାଉଛି। ସାଧାରଣ ଭାବରେ ଏହା ଏକ ନୀତି ଭାବେ ଗ୍ରହଣୀୟ ହୋଇଯାଇଛି। ନୂତନ ଭାରତ କାହିଁକି ନୂଆ, ତାହାର କୌଣସି ସଂଜ୍ଞା ନେଇ ଆସିନାହିଁ। ବରଂ ଏହା ଅନେକ ନିର୍ଦ୍ଦେଶକୁ ନେଇ ଆସିଛି ଯାହା ଦେଶ ଜାରି କରିଚାଲିଛି ଓ ତାହାର ପ୍ରଭାବକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବାରେ କଶ୍ମୀର ହେଉଛି ପ୍ରଥମ।


Enter your email to get our daily news in your inbox.

All Right Reserved By Dharitri.Com

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri