ମନମୋହନଙ୍କ ନୂଆ ଟିମ୍‌

ଭୁବନେଶ୍ବର, ୫ା୮(ସୁନିତ୍‌ ମିଶ୍ର): ଭାଜପା ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେବାର ୪ ମାସ ପରେ ମନମୋହନ ସାମଲ ଦଳର ନୂଆ ଟିମ୍‌ ଗଠନ କରିଛନ୍ତି। ବହୁ ମାନସମନ୍ଥନ କରି ସେ ଏହି ନୂଆ ଟିମ୍‌ ଗଠନ କରିଥିବା ଶୁଣିବାକୁ ମିଳିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବା ଦିନ ହିଁ ମନମୋହନଙ୍କ ନୂଆ ଟିମ୍‌ ଘୋଷଣା ହୋଇଛି। ତେବେ ରାଜ୍ୟ ପଦାଧିକାରୀଙ୍କ ୩୫ ଜଣିଆ କାର୍ଯ୍ୟକର୍ତ୍ତା ତାଲିକା ଦଳ ପକ୍ଷରୁ ଜାରି କରାଯାଇଛି। ମନମୋହନଙ୍କ ଦ୍ୱାରା ଜାରି ହୋଇଥିବା ତାଲିକାରେ ୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ, ୧୦ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ରହିଛନ୍ତି। ଏହା ସହ ମନମୋହନଙ୍କ ନୂଆ ଟିମ୍‌ରେ ରାଜ୍ୟ ଭାଜପାର ବିଭିନ୍ନ ମୋର୍ଚ୍ଚାର ନୂଆ ସଭାପତିଙ୍କ ନାମ ମଧ୍ୟ ରହିଛି। ତେବେ ଦଳର କେତେଜଣ ବରିଷ୍ଠ ନେତାଙ୍କୁ ଏହି ତାଲିକାରୁ ମଧ୍ୟ ବାଦ୍‌ ଦିଆଯାଇଥିବା ଦେଖିବାକୁ ମିଳିଛି।
ଦଳର ଉପସଭାପତି ତାଲିକାରେ ନାଉରି ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ସୁକେଶୀ ଓରାମ, ବିରଞ୍ଚିନାରାୟଣ ତ୍ରିପାଠୀ ଓ ଲେଖାଶ୍ରୀ ସାମନ୍ତସିଂହାର ରହିଛନ୍ତି। ସେହିପରି ସାଧାରଣ ସମ୍ପାଦକ ତାଲିକାରେ ସାରଦା ପ୍ରସାଦ ଶତପଥୀ, ଯତୀନ ମହାନ୍ତି, ପୂର୍ଣ୍ଣିମା କେର୍କେଟା, ସୀମାଞ୍ଚଳ ଖଟେଇ ଓ ମାନସ କୁମାର ମହାନ୍ତି ରହିଛନ୍ତି। ସମ୍ପାଦକ ତାଲିକାରେ ରମେଶ ଚନ୍ଦ୍ର ସାହୁ, ଟଙ୍କଧର ତ୍ରିପାଠୀ, ନବୀନ ରାମ, ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, କୃଷ୍ଣ ଚନ୍ଦ୍ର ମହାପାତ୍ର, କସ୍ତୁରୀ ମିଶ୍ର, ପୂର୍ଣ୍ଣିମା ନାୟକ ଓ ଇରାଶିଷ ଆଚାର୍ଯ୍ୟଙ୍କୁ ରଖାଯାଇଛି।
ସେହିପରି ଯୁବ, ମହିଳା ଓ କୃଷକ ମୋର୍ଚ୍ଚା ସଭାପତି ପଦରେ ଦଳ ପରିବର୍ତ୍ତନ କରିଛି। ଭାଜପା ଯୁବମୋର୍ଚ୍ଚା ସଭାପତି ଭାବେ ଅଭିଳାଷ ପଣ୍ଡାଙ୍କୁ ନିଯୁକ୍ତି ମିଳିଥିବା ବେଳେ ଐଶ୍ଚର୍ଯ୍ୟା ବିଶ୍ୱାଳ ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି। କିଷାନ ମୋର୍ଚ୍ଚା ସଭାପତି ଭାବେ ମହେଶ୍ୱର ସାହୁଙ୍କୁ ନିଯୁକ୍ତି ମିଳିଥିବା ବେଳେ ଏସ୍‌ଟି ମୋର୍ଚ୍ଚା ସଭାପତି ନିତ୍ୟାନନ୍ଦ ଗଣ୍ଡ, ଏସ୍‌ଟି ମୋର୍ଚ୍ଚା ସଭାପତି ବିଭୁପ୍ରସାଦ ତରାଇ ଓ ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ଦାୟିତ୍ୱ ମିଳିଛି। ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ପଦ ଅପରିବର୍ତ୍ତିତ ରହିଛିି। ତେବେ ଭାଜପା ପକ୍ଷରୁ ଜାରି କରାଯାଇଥିବା ନୂଆ ତାଲିକାରେ ପୃଥ୍ବୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର ଓ ପ୍ରଦୀପ ପୁରୋହିତଙ୍କୁ ସାମିଲ କରାଯାଇନାହିଁ। ସେହିପରି ପ୍ରଭାତୀ ପରିଡ଼ା, ସଙ୍ଗୀତା ସିଂଦେଓ, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ବଳଭଦ୍ର ମାଝି, ଭାସ୍କର ମଢେଇ, କାଳନ୍ଦୀ ସାମଲ, ପିଙ୍କି ପ୍ରଧାନ, ସ୍ମୃତି ପଟ୍ଟନାୟକ ପ୍ରମୁଖଙ୍କୁ ମଧ୍ୟ ଟିମ୍‌ରୁ ବାଦ୍‌ ଦିଆଯାଇଛି। ଉମାକାନ୍ତ ପଟ୍ଟନାୟକ ଦଳର ସୋସିଆଲ ମିଡିଆ ଇନ୍‌ଚାର୍ଜ ହୋଇଥିବା ବେଳେ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ଅଫିସ୍‌ ସେକ୍ରେଟାରି କରାଯାଇଛି।
ନୂଆ ଟିମ୍‌କୁ ନେଇ ମନମୋହନ କହିଛନ୍ତି, ଏହି ନୂଆ ଟିମ୍‌ ସହ ବ୍ୟାପକ ଟିମ୍‌ କାମ କରିବେ। ଏହା ହେଉଛି ରାଜ୍ୟ ଟିମ୍‌। ଦଳ ଭିତରେ କେତେଜଣ ନେତାଙ୍କୁ ବାଦ୍‌ ଦେବା ନେଇ କିଛି ଦଳରେ କନ୍ଦଳ ନ ଥିବା ମନମୋହନ କହିଛନ୍ତି। ଭାଜପା ନୂଆ ଟିମ୍‌ ନେଇ ଦଳର ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଆଗାମୀ ଦିନରେ ଏହି କମିଟି ପୂରା ଦମ୍‌ରେ କାମ କରି ଦଳକୁ ମଜଭୁତ କରିବ। ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ଜିତି ସରକାର ଗଠନ ପାଇଁ ଅକ୍ଳାନ୍ତ ପରିଶ୍ରମ କରାଯିବ। ଦଳର ବିଭିନ୍ନ ପଦପଦବୀରେ ସାମିଲ ହୋଇଥିବା କର୍ମକର୍ତ୍ତା ଦୀର୍ଘଦିନ ହେଲା ଭାଜପା ସହ ଜଡ଼ିତ ଅଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଭାଜପା ଆଗାମୀ ନିର୍ବାଚନ ବୈତରଣୀ ପାରକରିବ। ଶାହ ଭୁବନେଶ୍ୱରରେ ପହଞ୍ଚିବା ପରେ ଶନିବାର ନୂଆ ଟିମ୍‌ ତାଙ୍କୁ ଭେଟିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri