୪.୧୧ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର, ୫ା୮(ଅନିଲ ଦାସ): ଲଗାଣ ବର୍ଷା ପ୍ରଭାବରେ ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଏଥିରେ ୨୧ ଜିଲାର ମୋଟ ୧୩୬ ବ୍ଲକର ୧,୮୮୯ ଗଁା, ୨୬ ପୌରାଞ୍ଚଳ ଅଧୀନ ୧୦୧ ୱାର୍ଡର ମୋଟ ୪ ଲକ୍ଷ ୧୧ ହଜାର ୩୩୮ ଜଣ ପ୍ରଭାବିତ ହୋଇଛନ୍ତି। ୨,୩୨୯ ଘର ନଷ୍ଟ ହୋଇଛି। ବୌଦ୍ଧ, ଜଗତ୍‌ସିଂହପୁର, ଯାଜପୁର ଜିଲାରେ ୫ ସ୍ଥାନରେ ଘାଇ ହୋଇଛି। କେନ୍ଦୁଝର, ଯାଜପୁର ଜିଲାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ୫୧,୬୭୮ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ପରିମାଣ ହ୍ରାସ ପାଇବା ପରେ ବିଭିନ୍ନ ନଦୀର ଜଳସ୍ତର କମୁଛି। ତେବେ ନରାଜଠାରେ ମହାନଦୀ ଏବଂ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ସ୍ଥିତର ମୁକାବିଲା ପାଇଁ ରାଜ୍ୟ ସରକାର ୧୬ ଜିଲାରେ ୧୩ ଓଡ୍ରାଫ୍‌, ୮ ଏନ୍‌ଡିଆର୍‌ଏଫ୍‌ ଓ ୮୫ ଅଗ୍ନିଶମ ବାହିନୀ ଟିମ୍‌ ମୁତୟନ କରିଛନ୍ତି।
ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ଜିଲାର କେଭିଠାରେ ମହାନଦୀରେ ୧୦୦ମିଟର ନଦୀବନ୍ଧ ଧୋଇ ଯାଇଛି। ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ନିକଟସ୍ଥ ତେରମାଣପୁରଠାରେ ମହାନଦୀରେ ପ୍ରାୟ ୨୦ମିଟର ଘାଇ ହୋଇଛି। ସେହିପରି ଯାଜପୁର ଜିଲାର ରସୁଲପୁର ବ୍ଲକର ବନ୍ଧଡ଼ିହାଠାରେ ବ୍ରାହ୍ମଣୀ ନଦୀରେ ୧୦ ମିଟର ଘାଇ ହୋଇଛି। ଦଶରଥପୁର ବ୍ଲକର ମଲ୍ଲିକାପୁର ଓ ଶାସନ ଗଁା ନିକଟରେ କାଣୀ ନଦୀରେ ୨ ମିଟର ଓ ୫ମିଟରର ଘାଇ ହୋଇଥିବା ଜଣାପଡ଼ିଛି। ଏସବୁ ଘାଇକୁ ମରାମତି କରିବା ଲାଗି ଯୁଦ୍ଧକାଳୀନଭିତ୍ତିରେ ପଦକ୍ଷେପ ନିଆଯାଉଛି।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୩.୧ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୨୫ ଫୁଟ୍‌ ଥିବାବେଳେ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୯୨ ହଜାର ୯୧୧ କ୍ୟୁସେକ ଜଳ ପ୍ରବେଶ କରୁଛି। ୭ଟି ଗେଟ୍‌ ଦେଇ ୧ ଲକ୍ଷ ୫୬ ହଜାର ୬୭୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଖଇରମାଳଠାରେ ୨.୮୨ ଲକ୍ଷ କ୍ୟୁସେକ, ବରମୂଳଠାରେ ୪.୨୦ ଲକ୍ଷ କ୍ୟୁସେକ ଓ ମୁଣ୍ଡଳୀଠାରେ ୬.୨୦ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି। କଟକର ନରାଜଠାରେ ମହାନଦୀର ବିପଦ ସଙ୍କେତ ୨୫.୪୧ ଫୁଟ ଥିବାବେଳେ ଜଳସ୍ତର ୨୫.୭୨ ଫୁଟ ରହିଛି। ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୧୭.୩୩ ଫୁଟ ଥିବାବେଳେ ୧୭.୯୪ ଫୁଟ ଉପରେ ପାଣି ଚାଲିଛି। ଅନ୍ୟ କୌଣସି ନଦୀରେ ଜଳସ୍ତର ବୃଦ୍ଧି ପାଉନାହିଁ।
ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲାର ମୋଟ ୭୯ ବ୍ଲକ ଅଧୀନ ୨୬୯ ପଞ୍ଚାୟତର ୪୭୩ ଗାଁ ଏବଂ ୧୪ ପୌରାଞ୍ଚଳର ୫୬ଟି ୱାର୍ଡ ବନ୍ୟା-ବର୍ଷା ବିତ୍ପାତରେ ପ୍ରଭାବିତ ହୋଇଛି। ପ୍ରାୟ ୨୮୦୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଜିଲାରେ ମୋଟ୍‌ ୨୩୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏସବୁ ଜିଲାର ମୋଟ ୭୩୯ଟି ଘର ନଷ୍ଟ ହେବା ସହ ୧୧,୭୦୮ଜଣ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଅନୁଗୋଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲାର ମୋଟ ୫୭ ବ୍ଲକର ୩୯୮ ପଞ୍ଚାୟତର ୧୪୧୬ଟି ଗାଁ ଏବଂ ୧୨ ପୌରାଞ୍ଚଳର ୪୫ ୱାର୍ଡର ମୋଟ ୩ ଲକ୍ଷ ୯୯ ହଜାର ୬୩୦ ଜଣ ପ୍ରଭାବିତ ହୋଇଛନ୍ତି। ଏସବୁ ଜିଲାର ୪୮,୮୭୪ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୨୦୬ଟି ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇଛି। ବର୍ଷା ଓ ବନ୍ୟା ଯୋଗୁ ଉକ୍ତ ୧୧ଟି ଜିଲାର ମୋଟ ୧୫୯୦ଟି ଘର ନଷ୍ଟ ହୋଇଛି। ବର୍ଷା କମିଯାଇଥିବାରୁ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ରହିଥିବା ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri