ମରାମତି ହେଉନି ଏସ୍‌କେପ୍‌

ଧାମନଗର,୨।୮ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲାର ଧାମନଗର ଏକ ବନ୍ୟା ପ୍ଲାବିତ ଅଞ୍ଚଳ। ଉପରମୁଣ୍ଡରେ ସାମାନ୍ୟ ବର୍ଷା ହେଲେ ବୈତରଣୀ ଓ ତା’ର ଶାଖା ନଦୀ ଗେଙ୍ଗୁଟିରେ ବନ୍ୟା ଆସି ବ୍ଲକର ୩୧ ପଞ୍ଚାୟତରୁ ଅଧିକାଂଶ ପଞ୍ଚାୟତର ଚାଷଜମି ଜଳମଗ୍ନ ହେବା ସହ ବହୁ ଗ୍ରାମ ରାସ୍ତା ଓ ଗ୍ରାମ୍ୟ ଉନ୍ନୟନ ରାସ୍ତା ବୁଡ଼ି ଯାତାୟାତ ବନ୍ଦ ହୋଇଥାଏ। ବୈତରଣୀ ବନ୍ୟାର ମୁଖ୍ୟ କାରଣ ହେଲା ଭଣ୍ଡାରିପୋଖରୀ ବ୍ଲକରେ ଥିବା କଣ୍ଟି ଏସ୍‌କେପ୍‌ ସହ ଧାମନଗର ବ୍ଲକର ଦେହୁଡ଼ି ଆନନ୍ଦପୁର ପଞ୍ଚାୟତରେ ଥିବା ମଲ୍ଲିମାହାରା ଓ ସୋହଡ଼ା ପଞ୍ଚାୟତର ଗୌରାଙ୍ଗପୁରଠାରେ ଥିବା ଗୌରାଙ୍ଗପୁର ଏସ୍‌କେପ୍‌। ଏସ୍‌କେପଗୁଡ଼ିକର ଉଚ୍ଚତା ବୃଦ୍ଧି ସାଙ୍ଗକୁ ସୁଦୃଢ଼ୀକରଣ କରାଯାଉ ନ ଥିବାରୁ ଧାମନଗରବାସୀ ପ୍ରତିବର୍ଷ ବନ୍ୟା ବିପର୍ଯ୍ୟୟକୁ ମୁକାବିଲା କରିଥାନ୍ତି। ବୈତରଣୀ ଓ ଶାଖା ଗେଙ୍ଗୁଟି ନଦୀରେ ଥିବା ୫ଟି ଜଳ ନିଷ୍କାସନ ପଥ (ଏସ୍‌କେପ୍‌) ଆଜି ବି ମୁକୁଳା ପଡ଼ିଛି। ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁରଠାରେ ମଲ୍ଲିମାହାରା, ସୋହଡ଼ା ପଞ୍ଚାୟତରେ ଗୌରାଙ୍ଗପୁର ଏସ୍‌କେପ୍‌ ରହିଥିବା ବେଳେ ଗେଙ୍ଗୁଟି ନଦୀର କନକେଇ, ମଠମାହାରା, ଗାଈଛନ୍ଧା ଆଦି ୫ଟି ଜଳ ନିଷ୍କାସନ ପଥ ରହିଛି। ପ୍ରତିବର୍ଷ ବନ୍ୟା ସ୍ରୋତରେ ଏହି ଏସ୍‌କେପ୍‌ର ପଥରଗୁଡ଼ିକ ନଦୀ ପାଣି ସ୍ରୋତରେ ନଷ୍ଟ ହେବା ସହ ଏଣେତେଣେ ହୋଇଯାଇଥାଏ। ପରେ ବିଭାଗ ପକ୍ଷରୁ ମରାମତି କରାଯାଏ। ହେଲେ ଗତବର୍ଷ ବନ୍ୟାରେ ନଷ୍ଟ ହୋଇଥିବା ଏସ୍‌କେପ ଆଜିଯାଏ ମରାମତି ହୋଇନାହିଁ। ଗତବର୍ଷ ବନ୍ୟାରେ ଏସ୍‌କେପ୍‌ରୁ ପଥର ଭାସିଯିବା ସହ ପ୍ରଖର ସ୍ରୋତରେ ନିଷ୍କାସନ ପଥ ଖୋଳି ନଷ୍ଟ କରି ପକାଇଛି। ଏସବୁ ଏସ୍‌କେପର ଉଚ୍ଚତା ବୃଦ୍ଧି ସହ ତାହା ଉପରେ ଫୁଟ୍‌ବ୍ରିଜ ପାଇଁ ସ୍ଥାନୀୟ ଲୋକେ ଦାବି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କରାଯାଉ ନାହିଁ।
ଧାମନଗର ଅଞ୍ଚଳରେ ପ୍ରବାହିତ ବୈତରଣୀ ସମେତ କୋଚିଳା ଓ ଗେଙ୍ଗୁଟି ନଦୀରେ ପ୍ରତିବର୍ଷ ବନ୍ୟା ଆସି ପ୍ରାୟ ୨୫ ପଞ୍ଚାୟତ ପ୍ରଭାବିତ କରିଥାଏ। ଘରଦ୍ୱାର, ଚାଷଜମି ଓ ରାସ୍ତା ନଷ୍ଟ ହୋଇଥାଏ। ବ୍ଲକର ତଳିଆ ଅଞ୍ଚଳବାସୀ ପ୍ରାୟ ଚାରିଦିନ ଜଳବନ୍ଦୀ ହୋଇ ରହନ୍ତି। ଏସବୁ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କାର୍ଯ୍ୟ ନିମ୍ନମାନର ଯୋଗୁ ବର୍ଷେ ଭିତରେ ବନ୍ଧ ନଷ୍ଟ ହେଉଛି। ଗେଙ୍ଗୁଟି ନଦୀବନ୍ଧର ଗୋବିନ୍ଦାଗଡ଼ିଆରୁ ଦୋବଲ ଦେଇ ସୋଧ ବନ୍ଧ ସୁଦୃଢ଼ୀକରଣର କିଛି ମାସ ମଧ୍ୟରେ ନଷ୍ଟ ହେଲାଣି। ଗତବର୍ଷ ବନ୍ୟା ପରେ ଗୌରାଙ୍ଗପୁର ଓ ମଲ୍ଲିମାହାରା ଜଳ ନିଷ୍କାସନ ପଥ ମରାମତି ପାଇଁ ପ୍ରାୟ ୭୦ଲକ୍ଷ ଟଙ୍କା ବ୍ୟୟ କରାଯାଇ କାର୍ଯ୍ୟ କରାଯାଇଥିଲା। ହେଲେ ନିମ୍ନମାନର କାମ ଯୋଗୁ ବନ୍ଧ ଧସି ଫାଟ ସୃଷ୍ଟି ହୋଇଛି। ଗୌରାଙ୍ଗପୁର ଏସ୍‌କେପ୍‌ରେ ବନ୍ୟାଜଳ ବାହାରି ସୋହଡ଼ା ପଞ୍ଚାୟତର ବାଲିପଡ଼ା, ଗୌରାଙ୍ଗପୁର, ଦୁଲାରପୁର ପାଟୁଳି (ଜେନାସାହି) ଓ ସୋହଡ଼ା ଗ୍ରାମର ବହୁ ଲୋକ ବନ୍ୟାଘେରରେ ରହିଥାନ୍ତି।
ଆଖୁଆପଦାଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୧୭.୮୩ ମିଟର ରହିଛି। ସେଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ତଥା ୧୮.୦୧ ମିଟର ଛୁଇଁଲେ ଗୌରାଙ୍ଗପୁର ଓ ମଲ୍ଲିମାହାରା ଏସ୍‌କେପରୁ ବନ୍ୟାଜଳ ନିଷ୍କାସନ ହୋଇଥାଏ। ସେହିପରି ଦୁଇ ଏସ୍‌କେପର ଲେଭଲ ୧୦.୨ ମିଟର ଥିବାବେଳେ ପ୍ରତିବର୍ଷ ବନ୍ୟାରେ ଏସ୍‌କେପ୍‌ ନଷ୍ଟ ହେଉଛି। ଏଥର ନଦୀରେ ବଡ଼ଧରଣର ବନ୍ୟା ଆସିଲେ ଧାମନଗର ଅଞ୍ଚଳ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ ଏସ୍‌କେପ୍‌ଗୁଡ଼ିକର ଉଚ୍ଚତା ବୃଦ୍ଧି ସହ ସୁଦୃଢ଼ୀକରଣ କରାଯିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଗୌରାଙ୍ଗପୁର ଏସ୍‌କେପ୍‌ ଉପରେ ଫୁଟ୍‌ବ୍ରିଜ ଓ ମରାମତି କାର୍ଯ୍ୟ ପାଇଁ ପ୍ରାୟ ୪ କୋଟି ୨୦ ଲକ୍ଷ ଏବଂ ମଲ୍ଲୀମାହାରା ଏସ୍‌କେପ୍‌ ଉପରେ ଫୁଟ୍‌ବ୍ରିଜ ଓ ସୃଦୁଢ଼ୀକରଣ ନିମନ୍ତେ ୬ କୋଟି ୮୫ ଲକ୍ଷ ଟଙ୍କା ସରକାରଙ୍କ ପକ୍ଷରୁ ବ୍ୟୟବରାଦ ହୋଇଛି। ଚଳିତ ବର୍ଷାଋତୁ ପରେ କାର୍ଯ୍ୟ ଆରମ୍ଭ ହେବ। ତେବେ ଗେଙ୍ଗୁଟି ନଦୀରେ ଥିବା ୩ ଏସ୍‌କେପ ମରାମତି କାର୍ଯ୍ୟ ପାଇଁ କୌଣସି ବ୍ୟବସ୍ଥା ହୋଇ ନ ଥିବା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri