୨ ପ୍ରଯୋଜକ ଗୋଷ୍ଠୀ ମୁହଁାମୁହିଁ, ଯୁକ୍ତିତର୍କରୁ ହାତାହାତି

ଭୁବନେଶ୍ୱର,୨୯।୭(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ସିନେ ପ୍ରଯୋଜକଙ୍କୁ ନେଇ ଗଠିତ ଉତ୍କଳ ସିନେ ଚାମ୍ବର୍ସ ଅଫ୍‌ କମର୍ସ(ୟୁସିସି)ରେ ଏବେ ଗୋଷ୍ଠୀକନ୍ଦଳ ଚରମ ସୀମାରେ ପହଞ୍ଚତ୍ଛି। ୟୁସିସି ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର ଆସୋସିଏଶନ (ଓଏଫ୍‌ପିଏ)ରେ ଆର୍ଥିକ ଅନିୟମିତତାକୁ ନେଇ କୋର୍ଟ ଓ ଥାନାରେ ମାମଲା ପହଞ୍ଚତ୍ଥିବାବେଳେ ଏହାକୁ ନେଇ ଶୁକ୍ରବାର ୟୁସିସି ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ, ଶେଷରେ ପୋଲିସ ପହଞ୍ଚତ୍ ଖବରଦାତା ସମ୍ମଳନୀକୁ ଅଧାରୁ ବନ୍ଦ କରିଦେଇଥିଲା। ଏଥିସହ ଉଭୟ ପକ୍ଷକୁ ଥାନାକୁ ଡାକି ବୁଝାଶୁଝା କରିବା ସହ ମାମଲାର ସମାଧାନ ନ ହେବା ପର୍ଯ୍ୟନ୍ତ ଗଣମାଧ୍ୟମରେ କେହି ବିବୃତି ଦେଇପାରିବେ ନାହିଁ ବୋଲି ତାଗିଦ୍‌ କରାଯାଇଛି।
ଗତ ସୋମବାର ୟୁସିସିର ୬ଜଣ ସଦସ୍ୟ କଟକ ପୁରୀଘାଟ ଥାନାରେ ଓଏଫ୍‌ପିଏ ନାଁରେ ଏକ ଅଭିଯୋଗ କରିଥିଲେ। ଏହା ଏକ ପଞ୍ଜୀକୃତ ସଂସ୍ଥା ହୋଇ ନ ଥିଲେ ମଧ୍ୟ ସଦସ୍ୟ ଦେୟ ବାବଦରେ ୫୦ହଜାର ଟଙ୍କା ନେଇ ୩କୋଟିର ଆର୍ଥିକ ଅନିୟମିତତା କରାଯାଇଥିବାବେଳେ ନିର୍ବାଚନ ନ କରି ମନମୁଖି କାର୍ଯ୍ୟ କରାଯାଉଥିବା ନେଇ ମଙ୍ଗଳବାର ସେମାନେ ଭୁବନେଶ୍ୱରଠାରେ ଏକ ଖବରଦାତା ସମ୍ମିଳନୀ କରି ଗଣମାଧ୍ୟମକୁ ଏ ପ୍ରସଙ୍ଗରେ ଜଣାଇଥିଲେ। ଏହାର ଜବାବ ଦେବାକୁ ୟୁସିସି ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆଉ ଏକ ଖବରଦାତା ସମ୍ମିଳନୀ ଡକାଯାଇଥିଲା। ୟୁସିସି ସଭାପତି ଯୁଗଳ ଦେବତା, ଉପସଭାପତି ଅଜୟ କୁମାର ରାଉତରାୟ, ଯୁଗ୍ମ ସଚିବ ସଚ୍ଚିକାନ୍ତ ଜେନା, ସଦସ୍ୟ ସମରେଶ ରାଉତରାୟ, ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହି ଉକ୍ତ ଅଭିଯୋଗର ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ। ସେମାନେ କହିଥିଲେ, ୟୁସିସିର ୩ଟି ବିଭାଗରୁ ପ୍ରଯୋଜକ ସଂଘ (ଓଏଫ୍‌ପିଏ) ଗୋଟିଏ ବିଭାଗ। କିଛି ସଦସ୍ୟ ନିଜର ସ୍ବାର୍ଥ ସାଧନ ପାଇଁ ଆମକୁ ନ ପଚାରି, ଆମଠାରୁ ଅନୁମତି ନ ନେଇ ଗଣମାଧ୍ୟମ ଆଗରେ ବହୁତ ଭୁଲ୍‌ ତଥ୍ୟ ଦେଇ ସଂଘକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରଯୋଜକ ସଂଘର ଆଜୀବନ ସଦସ୍ୟ ଦେୟ ୫୦ହଜାର ଟଙ୍କା, ଯାହା ମାତ୍ର ଥରେ ଦେବାକୁ ପଡ଼େ। ଏହା ବାଦ୍‌ ସଂଘର ବିକାଶମୂଳକ କାର୍ଯ୍ୟ ପାଇଁ ବାର୍ଷିକ ୫୦୦ଟଙ୍କା ଦେବାକୁ ହୁଏ। ଏହା ଜେନେରାଲ ବଡି ମିଟିଂରେ ଗ୍ରହଣ ହୋଇସାରିଛି। ମାତ୍ର ୩ କୋଟିର ହେରଫେର ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା କଥା। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି ଓ ସମସ୍ତ ଦସ୍ତାବିଜ୍‌ ଆମେ ନ୍ୟାୟାଳୟରେ ଦାଖଲ କରିଛୁ। ରସିଦ ବହିରେ କେବଳ ବାର୍ଷିକ ଦେୟ ନଗଦ ଟଙ୍କା ଆକାରରେ ଆଦାୟ କରାଯାଏ। ଯଦି କେହି ସଦସ୍ୟ କୋଟି କୋଟି ଟଙ୍କା କୌଣସି ସଦସ୍ୟଙ୍କ ବ୍ୟାଙ୍କ୍‌ ଖାତାରେ ଜମା କରିଛନ୍ତି ବା କୌଣସି ପ୍ରକାରରେ ଦେଇଛନ୍ତି ତେବେ ପ୍ରମାଣ ସହ କୁହନ୍ତୁ। ୟୁସିସି ଏହାର ତୁରନ୍ତ ପଦକ୍ଷେପ ନେବ। ଏହାଛଡା ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରତିବର୍ଷ କରାଯାଏ, ପ୍ରତିଦ୍ବନ୍ଦ୍ୱୀ କେହି ରୁହନ୍ତି ନାହିଁ। ତେଣୁ ପୂର୍ବ ପଦପଦବୀକୁ କାୟମ ରଖୁ। ଚଳିତବର୍ଷ ସବୁ ଦିଗକୁ ଆଖି ଆଗରେ ରଖି ସଂଘର ନିର୍ବାଚନକୁ ନିୟମ ଅନୁସାରେ ପୋଲିସ ସହାୟତାରେ ସୁଚାରୁରୂପେ ଶେଷ କରାଯାଇଛି। ଯଦି କାହାର କିଛି ଅଭିଯୋଗ ଥିଲା ସେନେଇ ୟୁସିସିକୁ ଲିଖିତ ଭାବେ ଜଣାଇଥିଲେ ସମାଧାନ କରାଯାଇପାରିଥାନ୍ତା ବୋଲି ସେମାନେ କହିଥିଲେ। ହେଲେ ଏହାକୁ ୟୁସିିସିର ସଦସ୍ୟ ଥିବା ଅଭିଯୋଗକାରୀ ପ୍ରଯୋଜକମାନେ ବିରୋଧ କରିବା ସହ ସେମାନଙ୍କ ଯୁକ୍ତି ବାଢ଼ିଥିଲେ। ଲିଖିତ ଭାବେ ଅଭିଯୋଗ ପରେ ସମାଧାନ ନ ହେବାରୁ କୋର୍ଟ ଓ ଥାନାର ଦ୍ୱାରସ୍ଥ ହୋଇଛୁ। ନିର୍ବାଚନ କରାଯାଉନାହିଁ, ସଦସ୍ୟ ଦେୟ ଟଙ୍କା କୁଆଡ଼େ ଯାଉଛି ବୋଲି ଅଭିଯୋଗକାରୀ ପ୍ରଯୋଜକ ସଞ୍ଜୟ ନାୟକ, ବିନି ସମାଲ, ଏନ୍‌. ଜି ରେଡ୍ଡୀ ପ୍ରମୁଖ ଯୁକ୍ତି କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କରୁ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବଳ ହୋହଲ୍ଲା ସହ ଠେଲାପେଲା ମଧ୍ୟ ହୋଇଥିଲା। ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ଏହା ଶୁଣି ଅଟକି ଯାଇଥିଲେ। ଓଭରବ୍ରିଜ୍‌ ଉପରୁ ମଧ୍ୟ ଲୋକେ ଠିଆ ହୋଇ ଭିତରର ଦୃଶ୍ୟ ଦେଖିବାକୁ ଚେଷ୍ଟା କରିଥିଲେ। ନିକଟରେ ଥିବା ଶହୀଦନଗର ଥାନା ଏହା ଜାଣିବା ପରେ ଉକ୍ତ ହୋଟେଲରେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲା। ଅନ୍ୟପକ୍ଷରେ ଓଡ଼ିଆ ସିନେମାର ସ୍ଥିତି ସୁଧୁରିବାବେଳେ ସିନେ ପ୍ରଯୋଜକଙ୍କ କଳି ଓଲିଉଡ୍‌କୁ ବଦନାମ କରୁଛି ବୋଲି ସିନେପ୍ରେମୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri