ସିତାଂଶୁ ମୋହନ ଦ୍ୱିବେଦୀ ଚତୁର୍ଥଥର ପାଇଁ ନିର୍ବାଚିତ

ଭୁବନେଶ୍ୱର, ୨୮।୭:ରାଜ୍ୟ ବାର୍‌ କାଉନ୍‌ସିଲ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବାର୍‌ ଆସୋସିଏଶନର ଆଇନଜୀବୀ ସିତାଂଶୁ ମୋହନ ଦ୍ୱିବେଦୀ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏନେଇ ଗୁରୁବାର ଘୋଷଣା କରାଯାଇଛି। ୨୦୦୨ ଏବଂ ୨୦୦୮ ମସିହାରେ ହୋଇଥିବା ରାଜ୍ୟ ବାର୍‌ କାଉନ୍‌ସିଲ ନିର୍ବାଚନରେ ଦ୍ୱିବେଦୀ ପ୍ରଥମ ପସନ୍ଦ ରେକର୍ଡ ସଂଖ୍ୟକ ଭୋଟ୍‌ ପାଇ ନିର୍ବାଚିତ ହୋଇଥିଲେ। ଏପରି କି ୨୦୧୩ ଏବଂ ୨୦୨୩ରେ ମଧ୍ୟ ଦ୍ୱିବେଦୀ ଆବଶ୍ୟକ ମୁତାବକ ପ୍ରଥମ ପସନ୍ଦ ମ୍ୟାଜିକ ନମ୍ବର ଭୋଟ ପାଇ ଚତୁର୍ଥଥର ପାଇଁ ନିର୍ବାଚିତ ହୋଇଥିବାରୁ ରାଜ୍ୟର ସମସ୍ତ ଆଇନଜୀବୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ରାଜ୍ୟ ବାର୍‌ କାଉନ୍‌ସିଲ ନିର୍ବାଚନ ଗତ ଏପ୍ରିଲ୍‌ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୯୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ସୂଚନାଯୋଗ୍ୟ, ରାଜ୍ୟ ବାର କାଉନସିଲ ନିର୍ବାଚନ ପ୍ରତି ୫ ବର୍ଷ ବ୍ୟବଧାନରେ ହେବାର ସାମ୍ବିଧାନିକ ବ୍ୟବସ୍ଥା ଥିଲେ ମଧ୍ୟ କୌଣସି କାରଣ ପାଇଁ ୧୦ବର୍ଷ ଧରି ହୋଇପାରୁ ନ ଥିଲା। ତେଣୁ ଆଇନଜୀବୀ ସିତାଂଶୁ ମୋହନ ଦ୍ୱିବେଦୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦ୍ୱିବେଦୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ପ୍ରମଥ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦୨୩ ଏପ୍ରିଲ ୧୫ରେ ନିର୍ବାଚନ ସମାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଧାର୍ଯ୍ୟ ତାରିଖରେ ନିର୍ବାଚନ ଶେଷ ହୋଇଥିବାବେଳେ ଭୋଟ ଗଣତି କାର୍ଯ୍ୟକ୍ରମ ଚାଲୁ ରହିଛି। ରାଜ୍ୟ ବାର୍‌ କାଉନସିଲର ପୂର୍ବ ହୃତଗୌରବ ଫେରାଇ ଆଣିବା ସହ ଆଇନଜୀବୀମାନଙ୍କ ବହୁଦିନର ନ୍ୟାଯ୍ୟଦାବି ଯଥା କଲ୍ୟାଣପାଣ୍ଠି, ମ୍ୟାଚିଙ୍ଗଗ୍ରାଣ୍ଟ ବୃଦ୍ଧି, ସ୍ବାସ୍ଥ୍ୟବୀମା, ଆଡ୍‌ଭୋକେଟ ଏକାଡେମୀ ଏବଂ ଅନ୍ୟାନ୍ୟ ନ୍ୟାଯ୍ୟ ଦାବିର ଉପସ୍ଥାପନା କରି ରାଜ୍ୟ ଆଇନଜୀବୀମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ପାଇଁ ଦୃଢ଼ ପରିକର ଏବଂ ସଙ୍କଳ୍ପବଦ୍ଧ ବୋଲି ଦ୍ୱିବେଦୀ କହିଛନ୍ତି। ଚଳିତ ନିର୍ବାଚନରେ ଆଇନଜୀବୀମାନେ ଯୁବ ସଭ୍ୟମାନଙ୍କୁ ଅଧିକ ପରିମାଣରେ ପସନ୍ଦ କରିଥିବାରୁ ଏବଂ ବ୍ରହ୍ମପୁର ବାର୍‌ ଆସୋସିଏଶନର ଯୁବ ଆଇନଜୀବୀ ପୀତବାସ ପଣ୍ଡା ଏବଂ ଯାଜପୁର ଟାଉନ ବାର୍‌ ଅସୋସିଏଶନର ଯୁବ ଆଇନଜୀବୀ ରାଜୀବ ମହାନ୍ତିଙ୍କୁ ରାଜ୍ୟ ବାର କାଉନ୍‌ସିଲର ସଭ୍ୟ ଭାବେ ନିର୍ବାଚିତ କରିଥିବାରୁ ଦ୍ୱିବେଦୀ ରାଜ୍ୟର ସମସ୍ତ ବୁଦ୍ଧୀଜୀବୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri