ମାଧ୍ୟମିକ ଶିକ୍ଷାରେ ଓଡ଼ିଶାର ଡ୍ରପ୍‌ ଆଉଟ୍‌ ହାର ସର୍ବାଧିକ

ଭୁବନେଶ୍ୱର,୨୭।୭(ଅନୁରାଧା ମହାରଣା)ମାଧ୍ୟମିକ ଶିକ୍ଷାରେ ଓଡ଼ିଶାରେ ସର୍ବାଧିକ ପିଲା ଅଧାରୁ ପାଠପଢ଼ା ଛାଡୁଛନ୍ତି। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ରାଜ୍ୟ ସଭାରେ ଏପରି ତଥ୍ୟ ରଖିଛନ୍ତି। ଉକ୍ତ ତଥ୍ୟ ଅନୁସାରେ, ଜାତୀୟ ଡ୍ରପ୍‌ ଆଉଟ୍‌ ରେଟ୍‌ ବା ଜାତୀୟ ସ୍ତରରେ ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାଙ୍କ ହାର ୧୨.୬ ପ୍ରତିଶତ ରହିଛି। ତେବେ ଓଡ଼ିଶାରେ ଏହି ହାର ସର୍ବାଧିକ ରହିଛି ଅର୍ଥାତ୍‌ ୨୭.୩ ପ୍ରତିଶତ ପିଲା ଅଧାରୁ ପାଠ ଛାଡ଼ିଛନ୍ତି। ଶ୍ରେଣୀ ବଢ଼ିଲେ ପିଲାଙ୍କ ସଂଖ୍ୟା କମୁଛି। ରାଜ୍ୟରେ ୫-ଟି ଅଧୀନରେ ସରକାରୀ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଇ ପିଲାଙ୍କୁ ସ୍କୁଲମୁହାଁ କରିବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ମାଧ୍ୟମରେ ପିଲାଙ୍କ ଉପସ୍ଥାନ ବଢ଼ାଇବା ଉଦ୍ୟମ କରାଯାଉଥିବା ରାଜ୍ୟ ସରକାର ଡେଙ୍ଗୁରା ପିଟୁଥିବାବେଳେ କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ୟୁଡିଆଇଏସ୍‌ଇ ପ୍ଲସ୍‌ ପକ୍ଷରୁ ମିଳିଥିବା ସୂଚନା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଭିନ୍ନ ଚିତ୍ର ବଖାଣୁଛି। ପ୍ରାଥମିକ ଶିକ୍ଷା ଓ ଉଚ୍ଚ ପ୍ରାଥମିକ ଶିକ୍ଷାରେ ଡ୍ରପ୍‌ ଆଉଟ୍‌ ହାର ତୁଳନାରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଏହି ହାର ଅଧିକ ରହିଛି। ଓଡ଼ିଶା ତଳକୁ ମେଘାଳୟ ରହିଛି। ମାଧ୍ୟମିକ ଶିକ୍ଷାରେ ଅଧାରୁ ପାଠ ଛାଡୁଥିବା ହାର ମେଘାଳୟରେ ୨୧.୭ ପ୍ରତିଶତ ରହିଥିବା ବେଳେ ବିହାର ୨୦.୫, ଆସାମ ୨୦.୩, ଆନ୍ଧ୍ରପ୍ରଦେଶ ୧୬.୩, ଗୁଜରାଟ ୧୭.୯, ପଞ୍ଜାବ ୧୭.୨ ଏବଂ ପଶ୍ଚିମବଙ୍ଗରେ ୧୮ ପ୍ରତିଶତ ରହିଛି।
ଅନ୍ୟପକ୍ଷରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମଣିପୁରରେ ଡ୍ରପ୍‌ ଆଉଟ୍‌ ହାର ସର୍ବାଧିକ ୧୩.୩ ପ୍ରତିଶତ ରହିଛି। ଏହା ତଳକୁ ମେଘାଳୟରେ ୯.୮ ପ୍ରତିଶତ ଓ ଅରୁଣାଞ୍ଚଳ ପ୍ରଦେଶରେ ୯.୩ ପ୍ରତିଶତ ରହିଛି। ସେହିପରି ଉଚ୍ଚ ପ୍ରାଥମିକ ଶିକ୍ଷାରେ ମେଘାଳୟର ଡ୍ରପ୍‌ ଆଉଟ୍‌ ହାର ସର୍ବାଧିକ ୧୦.୬ ପ୍ରତିଶତ ରହିଥିବାବେଳେ ଆସାମରେ ୮.୮ ପ୍ରତିଶତ ଓ ପଞ୍ଜାବରେ ୮ ପ୍ରତିଶତ ରହିଛି। ରାଜ୍ୟ ସଭାରେ ତଥ୍ୟ ଉପସ୍ଥାପନ କରି ମନ୍ତ୍ରୀ ଦେବୀ କହିଛନ୍ତି, ଭାରତ ସରକାର ୨୦୧୮-୧୯ରେ ସାମଗ୍ରିକ ଶିକ୍ଷା ଯୋଜନା ଆରମ୍ଭ କରିଥିଲେ। ପ୍ରି-ସ୍କୁଲରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ଯାଏ ପିଲାମାନେ ଯେପରି ଅଧାରୁ ପାଠପଢ଼ା ନ ଛାଡ଼ନ୍ତି ତାହା ଏହି ଯୋଜନାର ଲକ୍ଷ୍ୟ ରହିଛି। କିନ୍ତୁ ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ସର୍ବାଧିକ ରହିବା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri