ଚାଇନା ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର୍‌

ଭୁବନେଶ୍ୱର,୨୫।୭(ସତ୍ୟଜିତ୍‌ ରାଉତ):ଦେଶର ବଡ଼ ବଡ଼ ଶିଳ୍ପପତି, ଖେଳାଳି, ଅଭିନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଫଟୋ ବ୍ୟବହାର କରି ଅନ୍‌ଲାଇନ୍‌ ପୋଞ୍ଜି ସ୍କାମ୍‌ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଖୋଳତାଡ଼ ଜାରି ରଖିଛି। ଏହି ମାମଲାରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଚାଇନା ନାଗରିକଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଛି। ସେ ହେଲେ ଚାଇନା ଝେନ୍‌ଝିଆଙ୍ଗ୍‌ ରାଜ୍ୟର ଝିହୁ ଜିଲା ହାଙ୍ଗ୍‌ଝୋଉ ସହର ୱେନ୍‌ସେନ୍‌ ରୋଡ ନମ୍ବର ୧୯୯ର ଫ୍ଲାଟ୍‌ ନଂ.୨୦୨ରେ ରହୁଥିବା ଗୁଆଁହୁଆ ୱାଙ୍ଗ୍‌। ଗୁଆଁହୁଆଙ୍କୁ ଧରିବାକୁ ଇଓଡବ୍ଲ୍ୟୁର ଅନୁରୋଧକ୍ରମେ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ଇମିଗ୍ରେଶନ୍‌ (ବିଓଆଇ) ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଛି। ବିଓଆଇ ପକ୍ଷରୁ ଦେଶର ସମସ୍ତ ଏୟାରପୋର୍ଟ ଓ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ କରାଯାଇଛି। ଏଥିସହ ଗୁଆଁହୁଆଙ୍କ ଉପରେ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଓ ପୋଲିସ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିଦେଶୀ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସିଗୁଡ଼ିକ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ତେବେ ଗୁଆଁହୁଆଙ୍କୁ ଧରିବା ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ଗୁଆଁହୁଆ ୨୦୧୯ରୁ ବେଙ୍ଗାଲୁରୁ ଡିକେନ୍‌ଶୋନ୍‌ ରୋଡ୍‌ରେ ‘ବେଟ୍ଟେକ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାଁରେ ଏକ କମ୍ପାନୀ କରିଛନ୍ତି। ଏଥିସହ ବେଙ୍ଗାଲୁରୁରେ ପଞ୍ଜୀକୃତ ଅନ୍ୟ ଦୁଇଟି କମ୍ପାନୀ ଗେମ୍‌କାମ୍ପ୍‌ ସଲ୍ୟୁଶନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ବାୟିରୋଣ୍ଟେକ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟ ସେ ଚଲାଉଛନ୍ତି। ଏଥିପାଇଁ ୨୦୧୯ରୁ ୨୦୨୦ ମଧ୍ୟରେ ସେ ଭାରତକୁ ୬ଥର ଆସିଛନ୍ତି। ଏଠାରେ ସେ ଭାରତୀୟ ଏଜେଣ୍ଟଙ୍କ ସହଯୋଗରେ ସାମ୍ରାଜ୍ୟ ବିସ୍ତାର କରିବା ପରେ ଚାଇନା ପଳାଇ ଯାଇଥିଲେ। ପରେ ସେ ଚାଇନାରେ ରହି ଏହି ର଼୍ୟାକେଟ୍‌ ଚଳାଉଛନ୍ତି। ପୂର୍ବରୁ ୭୦ ଲକ୍ଷ ଟଙ୍କା ଥିବା ଗୁଆଁହୁଆଙ୍କ କମ୍ପାନୀ ଆକାଉଣ୍ଟକୁ ଇଓଡବ୍ଲ୍ୟୁ ଫ୍ରିଜ୍‌ କରିଥିଲା। ଅଭିଯୁକ୍ତମାନେ ଫେକ୍‌ ଆପ୍‌ଗୁଡ଼ିକରେ ଅମିତାଭ ବଚ୍ଚନ୍‌, ମୁକେଶ ଅମ୍ବାନୀ, ସଚିନ ତେନ୍ଦୁଲକର ପ୍ରମୁଖଙ୍କ ଫଟୋକୁ ବିଜ୍ଞାପନ ଭାବେ ବ୍ୟବହାର କରି ଲୋକଙ୍କ ବିଶ୍ୱାସ ଜନ୍ମାଉଥିଲେ। ୫ ଟଙ୍କାରୁ ୧୨୫ ଟଙ୍କା, ୨୦ ଟଙ୍କାରୁ ୧୨୮୫ ଟଙ୍କା ମିଳିବ ବୋଲି କୁହାଯାଇ ଫସାଉଥିଲେ। ଏଭଳି ଭାବେ ବିନିଯୋଗ ଆଳରେ ଦେଶବ୍ୟାପୀ ବହୁ କୋଟି ଟଙ୍କା ଠକି ନେଇଥିବା ତଦନ୍ତରୁ ଜଣାପଡ଼ିଛି। ଉଲ୍ଲଖଯୋଗ୍ୟ, ଏହାପୂର୍ବରୁ ଦୁଇଟି ଲୋନ୍‌ ଆପ୍‌ ମାମଲାରେ ୫ଜଣ ଚାଇନା ନାଗରିକଙ୍କ ନାଁରେ ୨୦୨୨ରେ ଲୁକ୍‌ ଆଉଟ୍‌ ସର୍କୁଲାର ମଧ୍ୟ ଜାରି ହୋଇଛି। ହେଲେ ସେମାନେ ଏପର୍ଯ୍ୟନ୍ତ ଧରା ନ ପଡ଼ି ନ ଥିବାବେଳେ ଗୁଆଁହୁଆ ଗିରଫ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri