ସାପ କାମୁଡ଼ା ମୃତ୍ୟୁରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୨୪।୭(ଅଭିଜିତ ଦାସ): ଓଡ଼ିଶାରେ ସାପ କାମୁଡ଼ା ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ବର୍ଷାଦିନ ଆସିଲେ ସାପକୁ ନେଇ ବିଶେଷକରି ଗ୍ରାମାଞ୍ଚଳରେ ଭୟ ବଢ଼ୁଛି। ଉନ୍ନତ ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ସାପ କାମୁଡ଼ା ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଉଥିବା ଅଭିଯୋଗ ହେଉଛି। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ରିପୋର୍ଟ ଅନୁଯାୟୀ, ସାପ କାମୁଡ଼ା ମୃତ୍ୟୁରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପ୍ରତିବର୍ଷ ରାଜ୍ୟରେ ଏହି ମୃତ୍ୟୁହାର ପ୍ରାୟ ୨.୨ ପ୍ରତିଶତ ବଢ଼ିଚାଲିଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ, ଗତ ୩ ବର୍ଷରେ ରାଜ୍ୟରେ ୨ ହଜାର ୮୩୯ ଜଣଙ୍କ ଜୀବନ ଯାଇଛି। ପ୍ରାକୃତିକ ଦୁର୍ବିପାକରେ ହୋଇଥିବା ମୃତ୍ୟୁସଂଖ୍ୟାର ଏହା ହେଉଛି ୩୮%। ତେବେ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୨୩୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମ ଜିଲାରେ ୧୯୭ ଜଣଙ୍କ ଜୀବନ ନେଇଛି ସାପ। ସେହିପରି କେନ୍ଦୁଝରରେ ୧୮୯, ମାଲକାନଗିରିରେ ୧୬୨ ଓ ବାଲେଶ୍ୱରରେ ୧୫୬ ଜଣ ସାପ କାମୁଡ଼ାରେ ଆଖି ବୁଜିଛନ୍ତି। ତେବେ ଚଳିତବର୍ଷର ସାପ କାମୁଡ଼ା ମୃତ୍ୟୁର ସ୍ପଷ୍ଟ ଚିତ୍ର ଆସି ନ ଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସାପକାମୁଡ଼ା ଘଟଣା ସାମ୍ନାକୁ ଆସିଛି। କେବଳ ଜୁଲାଇ ମାସର ୨୩ ତାରିଖ ପର୍ଯ୍ୟନ୍ତ ସାପ କାମୁଡ଼ାରେ ୧୧ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।
ପୂର୍ବତନ ପିସିସିଏଫ୍‌ ବିଜୟ କେତନ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ସାପ କାମୁଡାରେ ଓଡ଼ିଶାରେ ଯେତେ ଲୋକଙ୍କ ମୃତ୍ୟୁ ଘଟୁଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଗ୍ରାମାଞ୍ଚଳର କୃଷକ ଓ ମହିଳା। ସାଧାରଣତଃ ଜୁନ୍‌ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ସର୍ବାଧିକ ସାପ କାମୁଡାଜନିତ ଅପମୃତ୍ୟୁ ଦେଖାଯାଏ। ବର୍ଷାଋତୁ ଓ ବନ୍ୟା ସମୟରେ ସାପଙ୍କୁ ଦେଖିବାକୁ ମିଳିଥାଏ। ସାପ କାମୁଡା ମୃତ୍ୟୁ ହାରକୁ ଦେଖିଲେ ଅନୂ୍ୟନ ୭୭% ମୃତ୍ୟୁ ଆଧୁନିକ ବା ଉନ୍ନତ ଚିକିତ୍ସା ଅଭାବରୁ ହେଉଥିବା ଜଣାପଡୁଛି। ଅନ୍ୟପକ୍ଷରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ କହିଛନ୍ତି, ସାପ କାମୁଡ଼ା ମୃତ୍ୟୁକୁ କେନ୍ଦ୍ର ସରକାର ତାଙ୍କ ଜାତୀୟ ପ୍ରାକୃତିକ ଦୁର୍ବିପାକଜନିତ ମୃତ୍ୟୁ ଭାବେ ଗ୍ରହଣ କରୁ ନ ଥିବାବେଳେ ଓଡ଼ିଶା ସରକାର ଏହାକୁ ଏକ ବିପର୍ଯ୍ୟୟଜନିତ ମୃତ୍ୟୁ ଭାବେ ତାଲିକାଭୁକ୍ତ କରିଛନ୍ତି। ସାପ କାମୁଡ଼ାରେ କାହାର ମୃତ୍ୟୁ ହେଲେ ଷ୍ଟେଟ୍‌ ସ୍ପେସିଫିକ ଡିଜାଷ୍ଟର ଆକ୍ଟରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର କ୍ଷତିପୂରଣ ମୃତକଙ୍କ ପରିବାରକୁ ଦେଉଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା, ରାଜ୍ୟର ଅଧିକାଂଶ ହସ୍ପିଟାଲରେ ସାପ କାମୁଡ଼ା ରୋଗୀଙ୍କ ଲାଗି ଆବଶ୍ୟକ ଉନ୍ନତ ଚିକିତ୍ସା ବ୍ୟବସ୍ଥା ନାହିଁ। କେତେକ ହସ୍ପିଟାଲରେ ଆଣ୍ଟି ଭେନମ୍‌ ଇଞ୍ଜେକ୍ସନ ରଖାଯାଉଥିଲେ ମଧ୍ୟ ଉନ୍ନତମାନର ଚିକିତ୍ସା ବା ଆଇସିୟୁ ସୁବିଧା, ଠିକ୍‌ ଡାଇଗ୍ନୋସିସ୍‌ ହୋଇପାରୁ ନ ଥିବାରୁ ଅକାଳରେ ଜୀବନ ଚାଲିଯାଉଛି। ଗ୍ରାମାଞ୍ଚଳରେ ଅଧିକାଂଶ ସାପ କାମୁଡ଼ା ଘଟଣା ଦେଖାଯାଉଛି। ପୀଡିତଙ୍କୁ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥାଏ। ମାତ୍ର ସେଠାରେ ଆବଶ୍ୟକ ଚିକିତ୍ସା ମିଳି ନ ଥାଏ। ଜିଲା ବା ରାଜ୍ୟର ବଡ଼ ବଡ଼ ହସ୍ପିଟାଲକୁ ନିଆଯିବାବେଳକୁ ବିଳମ୍ବ ହୋଇଯାଉଥିବାରୁ ରୋଗୀଙ୍କ ଜୀବନ ବଞ୍ଚାଇବା ପ୍ରାୟତଃ କଷ୍ଟକର ହୋଇପଡିଥାଏ। ଆଉ କେତେକ କ୍ଷେତ୍ରରେ ଲୋକେ ସାପ କାମୁଡ଼ିଲେ ଝଡ଼ାଫୁଙ୍କାକୁ ବିଶ୍ୱାସ କରି ଅଯଥା ବିଳମ୍ବ କରିଦେଇଥାନ୍ତି। ରୋଗୀ ସଙ୍କଟାପନ୍ନ ହେଲେ ଡାକ୍ତରଖାନା ନେଉଛନ୍ତି। ତେଣୁ ଆବଶ୍ୟକ ସଚେତନତା ସହ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ସାପ କାମୁଡ଼ା ରୋଗୀଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri