ରାଜ୍ୟ ସ୍ବାର୍ଥ ବିଷୟକୁ ଜୋରଦାର ଉଠାଅ: ନବୀନ

ଭୁବନେଶ୍ୱର, ୧୯।୭(ଅନିଲ ଦାସ): ଆସନ୍ତା ୨୦ ତାରିଖରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ବିଜେଡି ତା’ର ରଣନୀତି ପ୍ରସ୍ତୁତ କରିଛି। ଏହି ଅଧିବେଶନରେ ବିଜେଡି ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉତ୍‌ଥାପନ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହିତ ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ଏବଂ ବିକାଶଧାରାରେ ରାଜ୍ୟର କେତେକ ଭାଜପା ଏମ୍‌ପି କିଭଳି ବାଧକ ସାଜୁଛନ୍ତି ସେନେଇ ସ୍ବରଉତ୍ତୋଳନ କରିବ। ପାର୍ଲାମେଣ୍ଟରେ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦୀୟ ଦଳ ବୈଠକରେ ଏମ୍‌ପିମାନଙ୍କୁ ପରାମର୍ଶ ଦେଇଛନ୍ତି।
ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଅଧିବେଶନରେ ଦଳ ପକ୍ଷରୁ ‘ମହିଳା ସଂରକ୍ଷଣ’ ପ୍ରସଙ୍ଗ ସମେତ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହ୍ରାସ, ପ୍ରଧାନମନ୍ତ୍ରୀ ଆବାସରେ ଅଧିକ ଘର, ଏମ୍‌ଏସ୍‌ପି ବୃଦ୍ଧି, କୋଷ୍ଟାଲ ହାଇୱେ ନିର୍ମାଣ, ଜାତୀୟ ରାଜପଥ ନିର୍ମାଣରେ ବିଳମ୍ବ, ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରି ଓ ଭୂମିଜ ଭାଷାକୁ ସାମିଲ ସହ ବହୁ ଆଦିବାସୀ ସମୁଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ, ବଳକା ଉଷୁନା ଚାଉଳ ଉଠାଣ, ଚାଷୀଙ୍କୁ ଫସଲବୀମା ସୁବିଧା ନ ମିଳିବା, କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟର ଅଂଶ ମିଳିବାରେ ଅବହେଳା, ବ୍ୟାଙ୍କିଙ୍ଗ୍‌ ଓ ଟେଲିଫୋନ ସେବା ସମସ୍ୟା ଆଦି ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଉଠାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ବୈଠକରେ ଏମ୍‌ପିମାନଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି, ଓଡ଼ିଶା କ୍ରମାଗତ ଭାବେ ରାଜ୍ୟର ଅଂଶଧନ ଓ କେନ୍ଦ୍ରୀୟ ପାଣ୍ଠି ପାଇବାରେ ଅବହେଳାର ସମ୍ମୁଖୀନ ହେଉଛି। ‘ସ୍ପେଶାଲ ଫୋକସ ଷ୍ଟେଟ୍‌’ ଦାବିକୁ ଦୃଢ଼ତାର ସହ ଉତ୍‌ଥାପନ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି। ଏଥିସହିତ ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗକୁ କେନ୍ଦ୍ର ସରକାର ଭୁଲି ଯାଇଛନ୍ତି। ଓଡ଼ିଶାରେ ରୂପାନ୍ତରିତ ପରିବର୍ତ୍ତନ ପାଇଁ ଆମ ସରକାର ନିଜର ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି। ୫-ଟି ଉପକ୍ରମ ମାଧ୍ୟମରେ ସବୁକ୍ଷେତ୍ରରେ ସ୍ବଳ୍ପ ଅବଧି ମଧ୍ୟରେ ଆଖିଦୃଶିଆ ପରିବର୍ତ୍ତନ ସୁନିଶ୍ଚିତ ହୋଇପାରିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ୫-ଟି ସ୍କୁଲ ରୂପାନ୍ତରଣରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟ ସରକାର ଏବେ ଭିତ୍ତିଭୂମି, କୃଷି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ କରିବା ସହ ଗ୍ରାମାଞ୍ଚଳ ଅର୍ଥନୀତିର ଉତ୍‌ଥାନ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ନୀତି ଆୟୋଗ ରିପୋର୍ଟରେ ଓଡ଼ିଶା ୫ଟି ଦ୍ରୁତ ଦାରିଦ୍ର୍ୟ ହ୍ରାସ ରାଜ୍ୟ ମଧ୍ୟରେ ରହିଛି। ରାଜ୍ୟର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ୨୦୧୫-୧୬ରେ ୩୨.୬୪ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ଏହା ୧୭.୭୨ ପ୍ରତିଶତକୁ ହ୍ରାସ ପାଇଛି। ଆମେ ଆମର ଲକ୍ଷ୍ୟ ହାସଲ ପାଇଁ ଠିକ୍‌ ମାର୍ଗରେ ଚାଲିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୈଠକ ଶେଷରେ ଲୋକ ସଭା ସଦସ୍ୟ ପିନାକୀ ମିଶ୍ର କହିଛନ୍ତି, ରାଜ୍ୟର ସ୍ବାର୍ଥ ସମ୍ବଳିତ ଯେକୌଣସି ପ୍ରସଙ୍ଗ ପାର୍ଲାମେଣ୍ଟରେ ଉଠାଇବାକୁ ଚାହିଁଲେ ଜାତୀୟ ରାଜନୈତିକ ଦଳ ଭାଜପା ଏବଂ କଂଗ୍ରେସ ପାର୍ଲାମେଣ୍ଟକୁ ଚଳାଇ ଦେଉନାହାନ୍ତି। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଭାଜପା ପାର୍ଲାମେଣ୍ଟକୁ ଅଚଳ କରୁଥିବା ବେଳେ ୨୦୧୪ରୁ ଏ ପର୍ଯ୍ୟନ୍ତ କଂଗ୍ରେସ ଅଚଳ କରୁଛି। ରାଜ୍ୟ ସମ୍ବନ୍ଧୀୟ କୌଣସି ପ୍ରସଙ୍ଗ ଉତ୍‌ଥାପନ କରିବାକୁ ସୁଯୋଗ ମିଳୁନାହିଁ।
ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ରାଜ୍ୟର ସମସ୍ତ ଏମ୍‌ପି ମିଳିମିଶି କାମ କରିବା ବଦଳରେ ଭାଜପାର କେତେଜଣ ଏମ୍‌ପି ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ତାହାକୁ ଭଣ୍ଡୁର କରୁଛନ୍ତି। ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପଠାରୁ ଆରମ୍ଭ କରି ଲିଙ୍ଗରାଜ ପ୍ରକଳ୍ପକୁ ଜାଣିଶୁଣି ବନ୍ଦ କରୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ପିନାକୀ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ପାର୍ଲମେଣ୍ଟରେ ସୁଯୋଗ ମିଳୁ ନ ଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଦେଖାକରି କହିଲେ ମଧ୍ୟ ସେସବୁକୁ ରୋକାଯାଉଛି। ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାର ରାଜ୍ୟର ଅଂଶଧନକୁ ଠିକ୍‌ ସମୟରେ ଦେଉ ନ ଥିବା କହିଛନ୍ତି। ମହିଳା ସଂରକ୍ଷଣ ବିଲ୍‌, ସ୍ପେଶାଲ ଫୋକସ ଷ୍ଟେଟ୍‌ ଷ୍ଟାଟସ ଦେବାକୁ ବାରମ୍ବାର ଉତ୍‌ଥାପନ କରାଗଲେ ମଧ୍ୟ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ୫-ଟି ବ୍ୟବସ୍ଥା କିପରି ପ୍ରତ୍ୟେକ ବ୍ୟକ୍ତି ଓ କ୍ଷେତ୍ରକୁ ଛୁଇଁଛି ଓ ଏହା ଏକ ସଫଳ ମଡେଲ ହୋଇପାରିଛି ସେ ସମ୍ପର୍କରେ ପାର୍ଲାମେଣ୍ଟରେ ଉତ୍‌ଥାପନ କରିବାକୁ ସଭାପତି ପରାମର୍ଶ ଦେଇଥିବା ପିନାକୀ କହିଛନ୍ତି। ଦଳୀୟ ଏମ୍‌ପିମାନେ ଭିଡିଓ କନ୍‌ଫରେନ୍ସ ଜରିଆରେ ବୈଠକରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri