ଅତିରିକ୍ତ ବଜେଟ ପ୍ରସ୍ତୁତି

ଭୁବନେଶ୍ୱର,୧୫ା୭(ଅନିଲ ଦାସ): ରାଜ୍ୟ ସରକାରଙ୍କ ନୂତନ ଯୋଜନା, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଏବଂ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଅତିରିକ୍ତ ବଜେଟ ପ୍ରସ୍ତୁତ ହେବ। ଏହାକୁ ଦୃଷ୍ଟିରେ ରଖି ଚଳିତ ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ସକାଶେ ପ୍ରସ୍ତାବ ଦେବାକୁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗର ସଚିବ, ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଛି। ଆସନ୍ତା ମୌସୁମୀ କିମ୍ବା ଶୀତକାଳୀନ ଅଧିବେଶନରେ ଉକ୍ତ ଅତିରିକ୍ତ ବଜେଟକୁ ବିଧାନସଭାରେ ସରକାର ଅନୁମୋଦନ କରାଇ ପାରନ୍ତି। ଏହା ପୂର୍ବରୁ ଅତିରିକ୍ତ ବଜେଟ ପ୍ରସ୍ତୁତ କରିବା ପାଇଁ ଅର୍ଥ ବିଭାଗ ଉଦ୍ୟମ ଆରମ୍ଭ କରିଛି। ତେବେ ଯେଉଁ ବିଭାଗଗୁଡ଼ିକ ଜୁନ୍‌ ଶେଷ ସୁଦ୍ଧା ମୂଳ ବଜେଟର ୨୫% ବ୍ୟୟ କରି ନ ଥିବେ ସେହି ବିଭାଗଗୁଡ଼ିକ ଅତିରିକ୍ତ ବଜେଟ ପାଇଁ କୌଣସି ପ୍ରସ୍ତାବ ଦେଇପାରିବେ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚଳିତ ମାସ ୩୧ ସୁଦ୍ଧା ପ୍ରସ୍ତାବ ଦେବାକୁ ବିଭାଗଗୁଡ଼ିକୁ କୁହାଯାଇଛି।
ରାଜ୍ୟ ସରକାର ଚଳିତ ବଜେଟରେ ଦୀର୍ଘମିଆଦୀ ବିକାଶ ଉପରେ ଫୋକସ କରିଛନ୍ତି। ରାଜ୍ୟରୁ ଦାରିଦ୍ର୍ୟ ଦୂରୀକରଣ କରିବା ସହ ଚାଷୀଙ୍କ ଆୟ ବଢ଼ାଇବା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ, ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛନ୍ତି। ୨୦୨୩-୨୪ରେ କେନ୍ଦ୍ର ବଜେଟରେ ଭାରତର ଅଭିବୃଦ୍ଧି ୬.୩% ଧାର୍ଯ୍ୟ କରାଯାଇଥିବା ବେଳେ ଓଡ଼ିଶାରେ ଏହା ୮% ହେବ ବୋଲି ବଜେଟରେ ଆକଳନ କରାଯାଇଛି। ସେହିପରି ରାଜ୍ୟରେ ରାଜସ୍ବ ସଂଗ୍ରହ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା ୧୨.୩ ପ୍ରତିଶତ ହୋଇଥିବା ବେଳେ ଖର୍ଚ୍ଚ ୧୫ ପ୍ରତିଶତ ହୋଇଛି। ବଜେଟ ଖର୍ଚ୍ଚ ବୃଦ୍ଧି କରିବା ଉପରେ ଅର୍ଥ ବିଭାଗ ଗୁରୁତ୍ୱ ଦେଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତିରିକ୍ତ ବଜେଟ ପ୍ରସ୍ତାବ ଦେବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ଅତିରିକ୍ତ ବଜେଟ ପାଇଁ ବିଭାଗଗୁଡ଼ିକ କାର୍ଯ୍ୟକ୍ରମ ଖର୍ଚ୍ଚଗୁଡ଼ିକୁ ଠିକ୍‌ ଭାବେ ଆକଳନ ନ କରି ପ୍ରସ୍ତାବ ଦେଉଛନ୍ତି। ଫଳରେ ବର୍ଷ ଶେଷରେ ବହୁ ପରିମାଣ ଅର୍ଥ ବିଭାଗଗୁଡ଼ିକ ଫେରସ୍ତ କରୁଛନ୍ତି। ବାସ୍ତବ ଖର୍ଚ୍ଚ ଆକଳନ କରି ଅତିରିକ୍ତ ବଜେଟ ପ୍ରସ୍ତାବ ଦେବାକୁ କୁହାଯାଇଛି। ପ୍ରଶାସନିକ ଖର୍ଚ୍ଚ ସମ୍ବନ୍ଧୀୟ ଅତିରିକ୍ତ ପ୍ରସ୍ତାବ, ଅର୍ଥ ବିଭାଗ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ବାବଦ ଅତିରିକ୍ତ ଖର୍ଚ୍ଚ ପ୍ରସ୍ତାବ ଯୋଜନା ଓ ସଂଯୋଜନା ବିଭାଗରେ ଜୁଲାଇ ୩୧ ସୁଦ୍ଧା ଅନ୍‌ଲାଇନ ଜରିଆରେ ଉପସ୍ଥାପନ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri