‘ଶାରୀରିକ ସମ୍ପର୍କ ରଖୁଥିଲେ ଶ୍ରୀକାନ୍ତ ସାହୁ’

ଭୁବନେଶ୍ୱର,୫।୭(ସତ୍ୟଜିତ୍‌ ରାଉତ): ବିଜେଡି ନେତ୍ରୀ ସଞ୍ଜୁକ୍ତା ମହଲା ମଙ୍ଗଳବାର ବିସ୍ଫୋରକ ବୟାନ ଦେଇଛନ୍ତି। ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ନିର୍ଯାତନା ଦେଉଥିଲେ ବୋଲି ସଞ୍ଜୁକ୍ତା ଗଣମାଧ୍ୟମରେ କହିଛନ୍ତି। ତେବେ ସଞ୍ଜୁକ୍ତାଙ୍କ ଏଭଳି ବୟାନ ପରେ ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଗଣମାଧ୍ୟମ ଜରିଆରେ ସଞ୍ଜୁକ୍ତା ଦେଇଥିବା ବୟାନ ଅନୁଯାୟୀ, ଶ୍ରୀକାନ୍ତ ୨୦୧୫ରୁ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଆଳ ଦେଖାଇ ତାଙ୍କୁ ନିର୍ଯାତନା ଦେବା ସହ ଶାରୀରିକ ସମ୍ପର୍କ ରଖୁଥିଲେ। ସ୍ତ୍ରୀ ଭଳି ସେ ତାଙ୍କୁ ରଖୁଥିବାବେଳେ ଘରକୁ ମଧ୍ୟ ଆସୁଥିଲେ। ସଞ୍ଜୁ୍‌କ୍ତା ମଧ୍ୟ ଶ୍ରୀକାନ୍ତଙ୍କ ଅଞ୍ଚଳକୁ ଯାଆନ୍ତି। ହେଲେ ମନ୍ତ୍ରୀ ପଦ ପାଇଲା ପରେ ଶ୍ରୀକାନ୍ତ ତାଙ୍କୁ ଆଉଟ୍‌ କରିବାକୁ ବସିଲେ। ସେତେବେଳକୁ ୩୦ ବର୍ଷର ସମ୍ପର୍କରେ ଥିବା ସ୍ବାମୀଙ୍କ ସହ ଛାଡ଼ପତ୍ର ମଧ୍ୟ କରିସାରିଥିଲେ। ତେବେ ଏନେଇ ସେ ଥାନାରେ ଏଫ୍‌ଆଇଆର୍‌ ଦେଇଥିଲେ। ହେଲେ ଚାପରେ ପଡ଼ି ପୋଲିସ କେସ୍‌ କଲା ନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟାୟ ଦେବେ ବୋଲି ପୂରା ଭରସା ଥିଲା। ଶ୍ରୀକାନ୍ତଙ୍କ ମନ୍ତ୍ରୀ ପଦ ଗଲା। କିନ୍ତୁ ମୋତେ ପ୍ରକୃତ ନ୍ୟାୟ ମିଳିଲା ନାହିଁ। ଏଥିସହ ସଞ୍ଜୁକ୍ତା ଆହୁରି କହିଛନ୍ତି ଯେ, ସେ ସବୁଆଡ଼େ ଶୁଣିବାକୁ ପାଇଲେ ତାଙ୍କୁ କୁଆଡ଼େ ପଇସା ଦିଆଯାଇଛି, କୋଟିଏ ଟଙ୍କା ଦିଆଯାଇଛି, ଗୋଟିଏ ଆପାର୍ଟମେଣ୍ଟ ଦିଆଯାଇଛି। ତାହାଛଡ଼ା ଦଳରେ ଗୋଟିଏ ପଦବୀ ମଧ୍ୟ ଦିଆଯାଇଛି। ହେଲେ ମୋତେ କୌଣସି ଜିନିଷ ଦିଆଯାଇନାହିଁ ବୋଲି ଆପଣମାନେ ଜାଣିରଖନ୍ତୁ ବୋଲି ସଞ୍ଜୁକ୍ତା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଅନ୍ୟପକ୍ଷରେ ସୋମବାର ପରିବାର ଲୋକେ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇ ସଂଯୁକ୍ତାଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏ ସଂକ୍ରାନ୍ତରେ ମଧ୍ୟ ସଞ୍ଜୁକ୍ତା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗ ଭିତ୍ତିହୀନ। ଏସବୁ ଘଟଣାରେ ମୁଖ୍ୟ ପୁରୋଧା ଶ୍ରୀକାନ୍ତ ସାହୁ ବୋଲି ସଞ୍ଜୁକ୍ତା କହିଛନ୍ତି। ଏସବୁର ଅନ୍ତ ହେବ। ଏଫ୍‌ଆଇଆର୍‌ କପି ପ୍ରସ୍ତୁତ କଲିଣି। ଏଥିରେ ଯଦି ନ୍ୟାୟ ନ ମିଳିବ, ତେବେ ଆଗାମୀ ଦିନରେ ତାଙ୍କ ଦୁଆର ମୁହଁରେ ବସିବେ ବୋଲି ସଞ୍ଜୁକ୍ତା ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ରିସିଭ୍‌ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri