ଉଷୁନା ନୁହେଁ, ଅରୁଆ ନେବ ଏଫ୍‌ସିଆଇ

ଭୁବନେଶ୍ୱର,୫।୭(ଅନିଲ ଦାସ): ରାଜ୍ୟର ବଳକା ଉଷୁନା ଚାଉଳକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଥିବାବେଳେ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଉଷୁନା ବଦଳରେ ଅରୁଆ ଚାଉଳ ନେବ ବୋଲି ରାଜ୍ୟ ସରକାରଙ୍କୁ ଜଣାଇଛି। ଏ ସମସ୍ତ ଚାଉଳ ଇଥାନଲ ପ୍ରସ୍ତୁତିରେ ବ୍ୟବହୃତ ହେବ। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଥିବା ଇଥାନଲ ଶିଳ୍ପକୁ ସମସ୍ତ ଅରୁଆ ଚାଉଳ ଯୋଗାଣ କରାଯିବ। ଏଥିପାଇଁ ଓଡ଼ିଶାରୁ ଅରୁଆ ଚାଉଳ ସଂଗ୍ରହ କରିବାକୁ ଏଫ୍‌ସିଆଇ ଆଗ୍ରହ ଦେଖାଇଛି। ଅରୁଆ ଚାଉଳ ସଂଗ୍ରହ କରିବାକୁ ଓଡ଼ିଶାରେ ଥିବା ସମ୍ବଲପୁର, ଟିଟିଲାଗଡ଼, ଜୟପୁର, ବ୍ରହ୍ମପୁର, କଟକ, ବାଲେଶ୍ୱର ଏବଂ ଭୁବନେଶ୍ୱର ଏଫ୍‌ସିଆଇ ଡିଭିଜନାଲ ମ୍ୟାନେଜରଙ୍କୁ ଏଫ୍‌ସିଆଇ ଚିଠି ଲେଖିଛି। ୨୦୨୩ ଅକ୍ଟୋବର ମଧ୍ୟରେ ୨.୫ ଲକ୍ଷ ମେଟ୍ରିକ ଟନ୍‌ ଅରୁଆ ଚାଉଳ ସଂଗ୍ରହ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଫ୍‌ସିଆଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ମଧ୍ୟ ଏ ନେଇ ସୂଚନା ଦେଇଛି। ଅରୁଆ ଚାଉଳ କରିବାକୁ ରାଜ୍ୟ ସରକାର ମିଲରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଉଷୁନା ଚାଉଳ କରୁଥିବା ମିଲରଙ୍କୁ ଅରୁଆ ଚାଉଳ କରିବାକୁ ହେଲେ ଆହୁରି ୩୦ରୁ ୪୦ ଲକ୍ଷ ଟଙ୍କା ପୁଞ୍ଜିବିନିଯୋଗ କରିବାକୁ ହେବ। ଆଗାମୀ ଦିନରେ ଉଷୁନା ବଦଳରେ ଅରୁଆ ଚାଉଳ କରିବାକୁ ମିଲରମାନଙ୍କୁ କୁହାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ରାଜ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷରେ ଖରିଫ ଋତୁରେ ୪୪ ଲକ୍ଷ ଟନ ଉଷୁନା ଚାଉଳ ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୨୪ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାରେ ପ୍ରଦାନ କରାଯାଉଛି। ପ୍ରାୟ ୨୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ରହିଯାଇଛି। ଏହି ଚାଉଳକୁ ଏଫ୍‌ସିଆଇ ନେଉ ନ ଥିବାରୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ବଳକା ଉଷୁନା ଚାଉଳ ଉଠାଇବା ପାଇଁ ଗତ ମାର୍ଚ୍ଚ ୨୮ ତାରିଖରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଥିଲେ। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ୫୪ ଲକ୍ଷ ମେଟ୍ରିକ ଟନ ଧାନ ଅର୍ଥାତ୍‌ ୪୪ ଲକ୍ଷ ଟନ୍‌ ଚାଉଳ ସଂଗ୍ରହ କରାଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଜନକଲ୍ୟାଣ କାର୍ଯ୍ୟକ୍ରମରେ ମୋଟ ୨୪ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଖର୍ଚ୍ଚ ହେଉଛି। ପ୍ରାୟ ୨୦ ଲକ୍ଷ ଟନ୍‌ ଚାଉଳ ବଳକା ରହିଯାଉଛି। ଏଫ୍‌ସିଆଇ ଚଳିତ ଆର୍ଥିକ ବର୍ଷରେ ୧୦.୩୩ ଲକ୍ଷ ଟନ ଉଷୁନା ଚାଉଳ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। ତେବେ ବଳକା ଚାଉଳ ରାଜ୍ୟର ଧାନ ସଂଗ୍ରହ ଉପରେ ଗୁରୁତର ପ୍ରଭାବ ପକାଇବ । ଏଥିରେ ହସ୍ତକ୍ଷେପ କରିବା ସହ ଏଫ୍‌ସିଆଇକୁ ଚାଉଳ ଉଠାଇବାକୁ ନିର୍ଦ୍ଦେଶ ଦେବାକୁ ନବୀନ ଚିଠିରେ ଉଲ୍ଲେଖ କରିଥିଲେ। ଏଥିସହିତ ବିଭିନ୍ନ ସମୟରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ବିଜେଡି ଏମ୍‌ପିମାନେ ମଧ୍ୟ ବଳକା ଉଷୁନା ଚାଉଳ ଉଠାଇବା ନେଇ ପାର୍ଲାମେଣ୍ଟରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାସତ୍ତ୍ୱେ ଏଫ୍‌ସିଆଇ ବଳକା ଧାନକୁ ଅରୁଆ ଚାଉଳରେ ପରିଣତ କଲେ ନେବ ବୋଲି ରାଜ୍ୟ ସରକାରଙ୍କୁ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri