ପ୍ରଦୂଷଣ ବଢାଉଛି ବିରାଜ ଷ୍ଟିଲ୍‌

ସମ୍ବଲପୁର,୩୦ା୬(ଶୁଭାଶିଷ ପାଢ଼ୀ): ଚିମିନିରୁ ଅନବରତ ନିଷ୍କାସିତ ହେଉଛି କଳା ଧୂଆଁ। ବାୟୁମଣ୍ଡଳରେ ଉଡୁଛି ଧୁଳିଗୁଣ୍ଡ। ପୂର୍ବପରି ଆଉ ଚାଷ ବି ହେଉନି। ମଣିଷ, ଜୀବଜନ୍ତୁଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏପରି କି ସେହି ରାସ୍ତା ଦେଇ ଯିବା କଷ୍ଟକର ହୋଇପଡିଛି। ସମସ୍ତେ ପ୍ରଦୂଷଣ ବଳୟରେ ଜୀବନ ବିତାଉଛନ୍ତି। ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକରେ ଥିବା ବିରାଜ ଷ୍ଟିଲ ଆଖପାଖ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।
ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏସ୍କପ୍ରେସ ୱେ ରାସ୍ତାକଡ଼କୁ ଲାଗିରହିଛି ଏହି କାରଖାନା। ଚିମିନିକୁ ଦେଖିଲେ ଲାଗୁଛି ପ୍ରଦୂଷଣକୁ ନେଇ କମ୍ପାନୀର ଆଦୌ ଚିନ୍ତା ନାହିଁ। କାରଣ ଏଠାରୁ ଅନବରତ କଳା ଧୂଆଁ ବାହାରି ବାୟୁମଣ୍ଡଳରେ ମିଶୁଛି। ପ୍ରଦୂଷିତ ଧୂଆଁକୁ ବାୟୁମଣ୍ଡଳରେ ଛାଡିବା ପାଇଁ ବ୍ୟାକ୍‌ ଫିଲଟର୍‌ ଲଗାଇବା ନିୟମ ରହିଛି। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଅନେକଥର ଏହାକୁ ନେଇ କମ୍ପାନୀ ଉପରେ ଜରିମାନା ହୋଇଛି। ନିକଟସ୍ଥ ଗୁରୁପାଲି ଗ୍ରାମବାସୀ କମ୍ପାନୀ ବିରୋଧରେ ବହୁବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଚାଷ ନଷ୍ଟ ହେବା ସହ ମଣିଷ ଜୀବନ ପ୍ରତି ବିପଦ ରହିଛି। ଅନେକ ଲୋକ ପ୍ରଦୂଷଣ ପାଇଁ ପ୍ରାଣ ହରାଉଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏପଟେ ଥରେ ଦୁଇଥର କମ୍ପାନୀ ଉପରେ ଜରିମାନା ଲଗାଇ ଚୁପ୍‌ ବସିଛି ସମ୍ବଲପୁର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଦୂଷଣ କେବଳ ମଣିଷଙ୍କ ଉପରେ ପ୍ରଭାବ ପକାଉନି, ଜୀବଜନ୍ତୁଙ୍କ ଉପରେ ମଧ୍ୟ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳୁଛିା ପ୍ରଦୂଷଣ ପାଇଁ ବୁଲା କୁକୁରଙ୍କ ଲୋମ ଝଡିବା ସହ ନାନା ରୋଗର ଶିକାର ହେଉଛନ୍ତି। ପୂର୍ବଭଳି ପକ୍ଷୀଙ୍କ କଳରବ ଶୁଣିବାକୁ ମିଳୁନି। ଘରଚଟିଆ, କୋଇଲି, କାଉ ଭଳି ପକ୍ଷୀ ଲୋପ ପାଇବାକୁ ବସିଲେଣି। କୀଟପତଙ୍ଗ ଓ ଅନ୍ୟ ପ୍ରାଣୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ଅଧିକ। ପୂର୍ବରୁ ଘରେ ଘରେ ପ୍ରାୟ ବିରୁଡି ବସା କରୁଥିଲେ। କିନ୍ତୁ ଏବେ ବିରୁଡିଙ୍କୁ ଦେଖିବାକୁ ମିଳୁନି। ମହୁମାଛି ଖୋଜିଲେ ବି ମିଳୁ ନାହାନ୍ତି। ତୁରନ୍ତ ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ଏ ସମ୍ପର୍କରେ ସମ୍ବଲପୁର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ସତ୍ୟନାରାୟଣ ନନ୍ଦ କହିଛନ୍ତି, ଅଭିଯୋଗ କ୍ରମେ ତଦନ୍ତ କରି ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ରିପୋର୍ଟ ଦିଆଯାଇଛି। ନିର୍ଦ୍ଦେଶ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ୭୬.୫୩ ପ୍ରତିଶତ ମତଦାନ: ଭୋଟରଙ୍କ ପାଇଁ ତତ୍ପରତା ଦେଖାଇଲା ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୧୩ା୫(ଶରତ ଧଳ): ପ୍ରଥମ ପର୍ଯ୍ୟାୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ସୋମବାର ଭୋଟର ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି। ସୀମାନ୍ତ ଭୋଟରଙ୍କ ପାଇଁ...

ବୁଥ ନ ହେବାରୁ ଭୋଟ ଦେଲେନି ଗ୍ରାମବାସୀ

କୋକସରା,୧୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସୋମବାର ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପାଇଁ ମତଦାନ ପ୍ରକିୟା ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାରେ ମତଦାନ...

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌: ୨୦ ଆହତ

କେନ୍ଦୁଝର,୧୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ତେଲକୋଇ ଦେଇ ରାଉରକେଲା ଯାଉଥିବା ମା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ସୋମବାର ଅପରାହ୍ନରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଚେକିଂ ବେଳେ କାର୍‌ରୁ ବିପୁଳ ପରିମାଣର ଟଙ୍କା ଜବତ

ବୌଦ୍ଧ,୧୩।୫ (ଅଜିତ କୁମାର ବାରିକ): ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଗାଡି ଯାଞ୍ଚ ବେଳେ ଏକ କାର୍‌ରୁ...

୩ଟା ସୁଦ୍ଧା କୋରାପୁଟରେ ୫୩.୨୭ ପ୍ରତିଶତ ମତଦାନ

କୋରାପୁଟ,୧୩।୫(ଅମିତାଭ ବେହେରା ) ଅପରାହ୍ନ ୩ଟା ସୁଦ୍ଧା କୋରାପୁଟ ଜିଲାରେ ୫୩.୨୭ ପ୍ରତିଶତ ମତଦାନ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଜିଲାର...

ମାଓବାଦୀ ଅଞ୍ଚଳରୁ ହେଲିକପ୍ଟରରେ ଫେରିଲେ ପୋଲିଂ ପାର୍ଟି

ନୂଆପଡ଼ା,୧୩।୫(ମକାରୁ ବେମାଲ): ନୂଆପଡ଼ା ଜିଲା ମାଓବାଦୀ ଉପଦ୍ରୁତ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ସୋମବାର ପୋଲିଂ ପାର୍ଟି ଭୋଟ ଗ୍ରହଣ ଶେଷ କରି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ...

ବିଜେଡି ଏମ୍‌ପି, ଏମ୍‌ଏଲ୍‌ଏ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ମହୁମାଛି ଆକ୍ରମଣ

ସୋନପୁର,୧୩।୫(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ବୀରମହାରାଜପୁର ବିଧାନସଭା ପ୍ରାର୍ଥୀ ପଦ୍ମନାଭ ବେହେରା ସୋମବାର ବିନିକା ବ୍ଲକ...

ପର୍ଯ୍ୟଟନସ୍ଥଳ ବୁଲିବା ହେଲା କାଳ, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

କୋରାପୁଟ,୧୩।୫(ଅମିତାଭ ବେହେରା): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକର ଗଳିଗୋବଡର ପର୍ଯ୍ୟଟନସ୍ଥଳରେ ପାଣିରେ ବୁଡି କୋରାପୁଟ ସହରର ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତଦେହକୁ ପାଣିରୁ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri