ବିଦା ହେଲେ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଟିମ୍‌ ଲିଡର

ଭୁବନେଶ୍ୱର, ୨୪।୬ (ବନ୍ଦନା ସେଠୀ): ନିଶା ଖାଇ ହାଇଡ୍ରାମା କରିବା ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ପରିମଳ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଟିମ୍‌ ଲିଡରଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ବିଏମ୍‌ସିକୁ ଲୋକ ଯୋଗାଉଥିବା ଘରୋଇ ସଂସ୍ଥା ଟାଇମ୍ସକୁ ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେ କଡ଼ା ଚେତାବନୀ ଶୁଣାଇଛନ୍ତି। ଯଦି ଆଗକୁ ଏପରି କୌଣସି ଅଭିଯୋଗ ସାମ୍ନାକୁ ଆସେ, ତେବେ ଘରୋଇ ସଂସ୍ଥାକୁ ବ୍ଲାକ୍‌ ଲିଷ୍ଟେଡ କରାଯିବ ବୋଲି ମେୟର କହିଛନ୍ତି। ବୁଧବାର ରାତିରେ ବିଏମ୍‌ସି ଉତ୍ତର ମଣ୍ଡଳରେ ପରିମଳ ଏନ୍‌ଫୋର୍ସମେଣ୍ଟ ସିକ୍ୟୁରିଟି ଭାବେ କାମ କରୁଥିବା ପ୍ରମୋଦ କୁମାର ରାଉତ ଏକ ହୋଟେଲକୁ ଯାଇ ତୁମୁଳ କାଣ୍ଡ କରିଥିଲେ। ଏନେଇ ଖବର ପ୍ରକାଶିତ ହେବାପରେ ଶୁକ୍ରବାର ମେୟର ସମ୍ପୃକ୍ତ ସଂସ୍ଥା ଏବଂ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ‘ପ୍ରାଇଡ’ର ଟିମ ଲିଡରଙ୍କୁ ଡାକି ସମୀକ୍ଷା କରିଥିଲେ। ଏନେଇ ଟାଇମ୍ସର ମ୍ୟାନେଜର କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ବୁଧବାର ରାତିରେ ହୋଟେଲକୁ ଖାଇବାକୁ ଯାଇଥିଲେ। ସେ ବିଏମସି ପକ୍ଷରୁ ଫାଇନ କାଟୁଥିବାରୁ ସେଠାରେ ତାଙ୍କୁ କିଛି ବ୍ୟବସାୟୀ ତଥା ହୋଟେଲ କର୍ମଚାରୀ ଆକ୍ରମଣ କରିବା ସହ ପ୍ରବଳ ମାଡ଼ ମାରିଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତି ବଟି ମାଗୁଥିବା ଅଭିଯୋଗ ନେଇ ସଂସ୍ଥା ଅଧିକାରୀ ଚୁପ୍‌ ରହିଥିଲେ। ସମୀକ୍ଷା ବୈଠକରେ ମେୟର କାର୍ଯ୍ୟରତ ସମସ୍ତ ଟିମ୍‌ ଲିଡରଙ୍କୁ ଜନସାଧାରଣ ଓ ଦୋକାନୀଙ୍କୁ ସଚେତନ କରାଇବାକୁ ଅଧିକ ଫୋକସ ଦେବାକୁ ବୁଝାଇଥିଲେ। ଫାଇନ କେବଳ ସାନିଟାରୀ ଇନ୍ସପେକ୍ଟର ହିଁ ଆଦାୟ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ପ୍ରତ୍ୟେକ ମାସରେ ପରିମଳ ଏନଫୋର୍ସମେଣ୍ଟ ଟିମକୁ ରୋଟେସନ କରାଯିବ। ଫଳରେ ପରିମଳ ଯାଞ୍ଚରେ ସ୍ବଚ୍ଛତା ରହିବ ବୋଲି ବିଏମ୍‌ସି ଅତରିକ୍ତ କମିଶନର ଶୁଭେନ୍ଦୁ ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନିକଟରେ ବିଏମସି ପରିମଳ ବିଭାଗ ଖରାପ ପ୍ରଦର୍ଶନ କରୁଥିବା କିଛି ସଦସ୍ୟଙ୍କୁ ଛଟେଇ କରିଥିଲା। ତାଙ୍କ ବଦଳରେ ଘରୋଇ ସଂସ୍ଥା ‘ଟାଇମ୍ସ’ କିଛି ନୂଆ ଅବସରପ୍ରାପ୍ତ ଆର୍ମି ଅଫିସରଙ୍କୁ ଯୋଗାଇଥିଲା। ବିଏମସିର ଉତ୍ତର ଜୋନ ପରିମଳ ଯାଞ୍ଚ ଟିମରେ ପ୍ରମୋଦଙ୍କୁ ନିଯୁକ୍ତ କରାଯାଇଥିଲା। ତେବେ କାମ କରିବାର ୪୮ ଘଣ୍ଟା ନ ପୁରୁଣୁ ବାବୁଙ୍କ ହାଇଡ୍ରାମା ନଜରକୁ ଆସିଛି। ଡ୍ୟୁଟି ସରିବା ପରେ ନିଶା ଖାଇ ସେ ଏକ ହୋଟେଲକୁ ଯାଇ ପରିମଳ ଯାଞ୍ଚ ନାଁରେ ବଟି ମାଗୁଥିବା ଅଭିଯୋଗ ହେବାପରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ବିଏମ୍‌ସି ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri