‘ଧାର୍ଯ୍ୟ ସମୟ ଭିତରେ କାମ ଶେଷ କରିବାକୁ ନିର୍ଦ୍ଦେଶ’

ଭୁବନେଶ୍ବର,୨୩ା୬(ସୁନିତ୍‌ ମିଶ୍ର): ଜାତୀୟ ରାଜପଥ(ଏନ୍‌ଏଚ୍‌)-୧୬ରେ ଆସୁଥିବା ଖୋର୍ଦ୍ଧାରୁ ଚଣ୍ଡିଖୋଲ ରାସ୍ତା ମଧ୍ୟରେ ଦୁର୍ଘଟଣା ଏବଂ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ହ୍ରାସ କରିବାକୁ ଗତ ମାସରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ତ୍ୱରିତ କାର୍ଯ୍ୟକାରୀ କରିବା ସହ ଧାର୍ଯ୍ୟ ସମୟରେ କାର୍ଯ୍ୟ ଶେଷ କରିବାକୁ ଏନ୍‌ଏଚ୍‌ଏଆଇ ମୁଖ୍ୟ ଜେନେରାଲ ମ୍ୟାନେଜରଙ୍କୁ ବୁଧବାର ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢୀ ଚିଠି ଲେଖିଛନ୍ତି।
ଖୋର୍ଦ୍ଧାରୁ ଚଣ୍ଡିଖୋଲ ରାସ୍ତା ମଧ୍ୟରେ ରାସ୍ତା ପାର୍ଶ୍ୱରେ ବେଆଇନ ପାର୍କିଂ ଏବଂ ଜବରଦଖଲ ହଟାଇବା ନେଇ ଗତ ମାସ ୪ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଆସନ୍ତା ଜୁଲାଇ ୧୫ ତାରିଖ ସୁଦ୍ଧା ଭୁବନେଶ୍ୱର-କଟକ ରାସ୍ତାରେ ଲେନ୍‌ ଡ୍ରାଇଭିଂ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏଥିସହ ଏନ୍‌ଏଚ୍‌ଏଆଇ ହେଲ୍‌ପ ଲାଇନ ନମ୍ବର ୧୦୩୩ ସମ୍ପର୍କରେ କ୍ୟାମ୍ପେନ କରାଯିବାକୁ କୁହାଯାଇଥିଲା। ପୋଲିସ ଏବଂ ଏନ୍‌ଏଚଏଆଇ ପାଟ୍ରୋଲିଂ ଗାଡ଼ି ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବା, କ୍ରାସ୍‌ ଆନାଲିସିସ୍‌ ଟିମ୍‌କୁ କାର୍ଯ୍ୟରେ ଲଗାଯିବା, ଖୋର୍ଦ୍ଧା-ଚଣ୍ଡିଖୋଲ ରାସ୍ତା ଉନ୍ନତିକରଣ, ପ୍ରଶସ୍ତିକରଣ ଲାଗି ଅଡିଟ୍‌ ଟିମ୍‌ ଦେଇଥିବା ସ୍ବତନ୍ତ୍ର ପ୍ରସ୍ତାବକୁ ଜୁଲାଇ ୩୧ ସୁଦ୍ଧା କାର୍ଯ୍ୟକାରୀ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ସେଭ୍‌ ଲାଇଫ ଫାଉଣ୍ଡେଶନ ଏହି ରାସ୍ତାରେ ଥିବା ମୁଖ୍ୟ ୫ଟି ବ୍ଲାକ ସ୍ପଟକୁ ନେଇ ଦେଇଥିବା ପ୍ରସ୍ତାବ କାର୍ଯ୍ୟକାରୀ କରାଯିବା ସହ ଚଣ୍ଡିଖୋଲ ଛକକୁ ଇଞ୍ଜିନିୟରିଂ ଟିମ୍‌ ଦ୍ୱାରା ପୁନଃନିର୍ମାଣପରିବର୍ତ୍ତନ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଅସ୍ଥାୟୀ ଜବରଦଖଲ ସ୍ଥାନ ଗୁଡ଼ିକରେ ପାର୍କିଂ ନ କରିବା ଲାଗି ସାଇନ୍‌ ବୋର୍ଡ ଲଗାଇବା ସହ ମଙ୍ଗୁଳି, ଡ୍ରିମ୍‌ ଛକ, ପାହାଳ ଭଳି ସ୍ଥାନରୁ ସ୍ଥାୟୀ ଜବରଦଖଲ ଉଚ୍ଛେଦ କରିବା ଏବଂ ଜୁଲାଇ ୩୧ ସୁଦ୍ଧା ରାସ୍ତା ପାର୍ଶ୍ୱରେ ଲୁହା ବାଡ଼ କରିବା ସମ୍ପର୍କିତ ନିଷ୍ପତ୍ତି ଉପରେ ତ୍ୱରିତ ପଦକ୍ଷେପ ନେବାକୁ ପାଢ଼ୀ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହ ଚଳିତ ମାସ ଶେଷ ସପ୍ତାହରେ ଏନେଇ ଆଉ ଏକ ବୈଠକ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri