Odisha Elections 2024

ସହର ସାରା ଦେଶୀ ମଦ ପାଉଚ ବିକ୍ରି

ରାଉରକେଲା ଅଫିସ, ୮ା୬: ରାଉରକେଲା ସହରରେ ପ୍ରାୟ ୧୪ ମାସ ହେଲା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟି ଖୋଲୁନାହିଁ। ତଥାପି ସହର ସାରା ଦେଶୀ ମଦ ପାଉଚ ବିକ୍ରି ଚାଲିଛି। ଦେଶୀ ମହୁଲି ମଦ ଚୋରା କାରବାର ଓ ଦେଶୀ ମଦ ପାଉଚ ଖୁଚୁରା ବ୍ୟବସାୟ ବଢିବାରେ ଲାଗିଛି। ସହରର ପ୍ରତି ଗଳିକନ୍ଦିରେ ବେଧଡ଼କ ଚାଲିଛି ଏହି କାରବାର। ଟ୍ରାଫିକ ଗେଟ୍‌ ବଜାରରୁ ଆରମ୍ଭ କରି ମାଲଗୋଦାମ, ତିଲିକାନଗର, ବନ୍ଧମୁଣ୍ଡା, ଗୋପବନ୍ଧୁପାଲି, ରେଲଓ୍ବେ କଲୋନୀ, ମଧୁସୂଦନପାଲି, ଇନ୍ଦିରା ନଗର, ଟିମ୍ବର କଲୋନୀ, ଗଙ୍ଗାଧରପାଲୀ, ସେକ୍ଟର-୨ ଖରିଆ ବାହାଳ ବସ୍ତି, ସେକ୍ଟର-୫ ଗୋଲଘର, କବି ସମ୍ରାଟପାଲି, ସୁଭାଷପାଲି, ତାରାତାରିଣୀପାଲୀ, ବାଗୁଡି ବସ୍ତି, ପାନପୋଷର ମଣିଲଲୋନୀ, ବାଂଲାଟୋଲୀ, ଦେଓଗାଁ, ବେଦବ୍ୟାସୀରେ ବ୍ୟାପକ ଦେଶୀ ମଦ କାରବାର ଚାଲିଛି।
ସୂଚନା ଅନୁସାରେ, ରାଉରକେଲା ଅବକାରୀ ଜିଲାର ବିରମିତ୍ରପୁର, ଜବାଘାଟ, କୋଇଡା, ରାଉରକେଲା, କୁଆଁରମୁଣ୍ଡା, ଡୁମେର୍ତା ଓ ବଣେଇ ଆଦି ୭ଟି ସ୍ଥାନରେ ପାଉଚ ମଦ ପ୍ରସ୍ତୁତି ଓ ବିକ୍ରି ପାଇଁ ଅନୁମତି ରହିଛି। ଉକ୍ତ ମଦଭାଟିଗୁଡିକରୁ ରାଉରକେଲା, କୁଆଁରମୁଣ୍ଡା ଓ ଡୁମେର୍ତା ମଦଭାଟି ୧୪ ମାସ ହେଲା ବନ୍ଦ ରହିଛି। ଏହାସତ୍ତ୍ୱେ ଏହି ଅଞ୍ଚଳରେ ପ୍ରବଳ ଦେଶୀ ପାଉଚ ମଦ ବିକ୍ରି ହେବା ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ ସୂଚନା ଅନୁସାରେ, ରାଉରକେଲା ଦେଶୀ ମଦଭାଟିର ମଦ କେବଳ ରାଉରକେଲାରେ ବିକ୍ରି ହେବା କଥା। କିନ୍ତୁ ଉକ୍ତ ମଦଭାଟି ବନ୍ଦ ରହିଥିବା ବେଳେ ସହରର ପ୍ରତି ଗଳିକନ୍ଦିରେ ଦେଶୀ ମଦ ବିକ୍ରି ହେଉଛି। ରାଉରକେଲା ସହରରେ ବେଆଇନ ଦେଶୀ ମଦ କାରବାର ବୃଦ୍ଧିକୁ ନେଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ରାଜନୈତିକ ଦଳ ଇତିମଧ୍ୟରେ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ତଥାପି ସହରରେ ବେଆଇନ ଦେଶୀମଦ କାରବାର ଚାଲିଛି। ଏ ନେଇ ରାଉରକେଲା ଅବକାରୀ ବିଭାଗ ଏସ୍‌ଆଇ ଶ୍ରୀଧର ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ, ଅବକାରୀ ବିଭାଗ ନିୟମିତ ଏଭଳି ବେଆଇନ ଦେଶୀମଦ କାରବାର କରୁଥିବା ବ୍ୟକ୍ତିଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ସହରରେ ବେଆଇନ ଦେଶୀ ମଦ କାରବାର ଉପରେ ନଜର ରହିଛି। ଆଗକୁ ବେଆଇନ ମଦ କାରବାର ହେଉଥିବା ସ୍ଥାନରେ ବିଭାଗ ପକ୍ଷରୁ ଜୋରଦାର ଚଢାଉ କରାଯିବ ବୋଲି ମହାନ୍ତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଟଡିହୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏସବୁ ପ୍ରତିଶ୍ରୁତି, କହିଲେ ବିଜେଡି ଆସିଲେ…

ହାଟଡିହୀ,୧୯ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଛେନାପଦୀଠାରେ ନିର୍ବାଚନୀ ପ୍ରଚାର ଏବଂ ବୈଠକରେ ଯୋଗ ଦେଇ ବିଜେଡିକୁ ଆଶୀର୍ବାଦ କରିବାକୁ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ସରଦାପୁର ବ୍ରିଜ୍‌ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ପ୍ରଶାନ୍ତ ଜେନା(୨୩)।...

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ମୋରଡ଼ା ଭାଜପା, ଏଥିରେ ରହିଛି ୧୫ ବଡ଼ ପ୍ରତିଶ୍ରୁତି…

ମୋରଡ଼ା,୧୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ଜୁନ୍‌ ୧ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଭାଜପା ସଜବାଜ ହେବା...

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

ପିସି କାରବାରରୁ ଅଭାବୀ ବିକ୍ରି

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ...

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri