ବିଜ୍ଞାନ ପଢ଼ିବାକୁ ମାଟ୍ରିକ୍‌ ଟପ୍ପର ଆଗ୍ରହୀ

ବରଗଡ଼ ଅଫିସ୍‌,୧୯।୫(ପ୍ରେମାନନ୍ଦ ଖମାରୀ):  ରାଜ୍ୟରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲାର ଛାତ୍ରୀଛାତ୍ର ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍‌ ହାର ୯୬.୪୦ ପ୍ରତିଶତ ରହିଥିବାବେଳେ ବରଗଡ଼ ଜିଲାରେ ୯୭.୨୨ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଏହି ଜିଲା ରାଜ୍ୟର ପଞ୍ଚମ ସ୍ଥାନରେ ରହିଛି । ଜିଲାର ୧୦୫ ଜଣ ଛାତ୍ରୀଛାତ୍ର ଗ୍ରେଡ୍‌ ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଗ୍ରେଡ୍‌ ଏ-୨ରେ ୮୦୧, ବି-୧ରେ ୨୬୯୯, ବି-୨ରେ ୪୪୧୩, ଗ୍ରେଡ୍‌-ସିରେ ୪୨୭୫, ଗ୍ରେଡ୍‌-ଡିରେ ୩୦୭୩, ଗ୍ରେଡ୍‌-ଇରେ ୧୭୧୮ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି । ଅର୍ଥାତ୍‌ ଜିଲାର ସମୁଦାୟ ୧୭ହଜାର ୫୭୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭ହଜାର ୮୪ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ଜିଲାର ସର୍ବାଧିକ ମାର୍କ ରଖିଥିବା ତାଲିକାରେ ଥିବା ୪ଜଣ ଛାତ୍ରୀଛାତ୍ର ୯୭ ତଥା ୯୭ରୁ ଊର୍ଦ୍ଧ୍ୱ ପ୍ରତିଶତ ମାର୍କ ରଖିଛନ୍ତି। ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରିୟଦର୍ଶିନୀ ବେହେରା ୯୭.୬୭ ପ୍ରତିଶତ ମାର୍କ ରଖି ଜିଲା ଟପ୍ପର ହୋଇଥବବା ଜଣାପଡିଛି। ସେହିପରି ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଲିସା ପ୍ରଧାନ, ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ତିଲକ ହୋତା, ପ୍ରୀତିଶ ଚନ୍ଦ୍ର ସାହୁ ୯୭ ପ୍ରତିଶତ ଲେଖାଏଁ ମାର୍କ ରଖିଛନ୍ତି।
ଢେଙ୍କାନାଳ ଝିଅ ବରଗଡ଼ ଜିଲା ଟପ୍ପର
ଢେଙ୍କାନାଳ ଜିଲାର ମୂଳବାସିନ୍ଦା ପ୍ରସନ୍ନ ବେହେରା ଏବଂ ମୋନାଲିସାଙ୍କ ଝିଅ ପ୍ରିୟଦର୍ଶିନୀ ବେହେରା। ପ୍ରସନ୍ନ ବରଗଡ଼ ସହକାରୀ ଅଗ୍ନିଶମ ଅଧିକାରୀ ଭାବେ କାର୍ଯ୍ୟ କରୁଥିବାରୁ ପ୍ରିୟଦର୍ଶିନୀ ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପଢ଼ୁଥିଲେ। ସେ ସମୁଦାୟ ୬୦୦ ମାର୍କରୁ ୫୮୬ ମାର୍କ ପାଇଛନ୍ତି । ତେବେ ଇଂରାଜୀ, ଗଣିତ, ବିଜ୍ଞାନ ବିଷୟରେ ଆଉ କିଛି ଅଧିକ ମାର୍କ ମିଳିବ ବୋଲି ସେ ଆଶା କରିଥିଲେ ଏବଂ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରିୟଦର୍ଶିନୀ କହିଛନ୍ତି।
ଟପ୍ପର ତାଲିକାରେ ଚାଷୀଙ୍କ ଝିଅ
ବରଗଡ଼ ବ୍ଲକ ହଳଦୀପାଲି ଗ୍ରାମର ଚାଷୀ ମନୋଜ ପ୍ରଧାନ ଏବଂ ବୈଦେହୀଙ୍କ ଝିଅ ଲିସା। ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଲିସା ଦିନକୁ ସେ ୭ରୁ ୮ଘଣ୍ଟା ପାଠପଢ଼ାରେ ବିନିଯୋଗ କରୁଥିଲେ। ସେ ତାଙ୍କ ସଫଳତାର ଶ୍ରେୟ ମା’ ବାପା, ସ୍କୁଲର ଗୁରୁମା, ଗୁରୁଜୀଙ୍କୁ ଦେଇଛନ୍ତି। ସେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇବେ ଏବଂ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀସେବା କରିବେ ବୋଲି ଲିସା କହିଛନ୍ତି ।
ଇଞ୍ଜିନିୟର ହେବା ପ୍ରୀତିଶଙ୍କ ଲକ୍ଷ୍ୟ
ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରୀତିଶ ଚନ୍ଦ୍ର ସାହୁ ୫୮୨ ମାର୍କ ପାଇଛନ୍ତି। ଇଂରାଜୀରେ ଆଉ କିଛି ଅଧିକ ମାର୍କ ମିଳିବ ବୋଲି ତାଙ୍କ ଆଶା ଥିଲା। ପରୀକ୍ଷା ପୂର୍ବରୁ ସେ ଦିନକୁ ୪ରୁ ୫ଘଣ୍ଟା ପଢ଼ୁଥିଲେ। ପ୍ରୀତିଶଙ୍କ ବାପା ଅକ୍ରୂରମଣି ରେମଣ୍ଡା ହାଇସ୍କୁଲ ଏବଂ ମା’ ମଧୁମିତା ବାଗବାଡ଼ି ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଛନ୍ତି। ସେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇବେ ଏବଂ ଭବିଷ୍ୟତରେ ଜଣେ ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରହିଛି ବୋଲି ପ୍ରୀତିଶ କହିଛନ୍ତି।
ଟିଉଶନ ନ ହୋଇ ଟପ୍ପର
ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ତିଲକ ହୋତା ଟପ୍ପର ତାଲିକାରେ ରହିଛନ୍ତି। ବାପା ନିରଞ୍ଜନ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଓ ମା’ ମମତାମୟୀ ଗୃହିଣୀ ଅଟନ୍ତି। ନିରଞ୍ଜନ ଯେଉଁ ସ୍କୁଲର ପ୍ରଧାନ ଆଚାର୍ଯ୍ୟ, ସେହି ସ୍କୁଲରେ ପାଠପଢ଼ି ଟପ୍ପର ତାଲିକାରେ ରହିଥିବା ଯୋଗୁ ତିଲକ ଖୁସିବ୍ୟକ୍ତ କରିଛନ୍ତି। କେବେ ସେ ଟିଉଶନ ଯାଇନାହାନ୍ତି। ପରୀକ୍ଷା ପୂର୍ବରୁ ସେ ୧୫ରୁ ୧୬ଘଣ୍ଟା ପରିଶ୍ରମ କରୁଥିଲେ। ଆଗକୁ ବିଜ୍ଞାନ ପଢ଼ି ଜଣେ ଡାକ୍ତର ହେବା ତାଙ୍କ ଲକ୍ଷ୍ୟ ରହିଥିବା ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri