ପୋଲିସ ଏସ୍‌ଆଇଙ୍କ ବିରୋଧରେ ବଳାତ୍କାର ମାମଲା

ପଦ୍ମପୁର,୧୮ା୫(ଡି.ଏନ.ଏ): ବରଗଡ଼ ଜିଲାରେ କାର୍ଯ୍ୟରତ ଜଣେ ପୋଲିସ ସବ୍‌ଇନ୍ସପେକ୍ଟର(ଏସ୍‌ଆଇ)ଙ୍କ ବିରୋଧରେ ପଦ୍ମପୁର ଥାନାରେ ବଳାତ୍କାର ଅଭିଯୋଗ ହୋଇଛି। ସେ ହେଲେ ଅତାବିରା ଥାନାରେ କାର୍ଯ୍ୟରତ ଏସ୍‌ଆଇ ରବୀନ୍ଦ୍ର ହେମ୍ବ୍ରମ। ପଦ୍ମପୁର ଥାନାରେ କାର୍ଯ୍ୟରତ ଥିବାବେଳେ ସେ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡିତା ପଦ୍ମପୁର ଥାନାରେ ଏତଲା ଦେବା ପରେ ବୁଧବାର ଏସ୍‌ଆଇ ହେମ୍ବ୍ରମଙ୍କ ବିରୋଧରେ ଦଫା ୩୭୬, ୩୨୩, ୫୦୬କ୍ରମେ ଏକ ମାମଲା(୧୩୫/୨୩) ରୁଜୁ ହୋଇଛି। ତଦନ୍ତ ଚାଲୁ ରହିଛି ବୋଲି ପଦ୍ମପୁର ଥାନା ଅଧିକାରୀ ମନୋଜ ପ୍ରଧାନ କହିଛନ୍ତି ।
ଅଭିଯୋଗ ଅନୁଯାୟୀ, ୨୦୧୧ ମସିହାରେ ଏସ୍‌ଆଇ ହେମ୍ବ୍ରମ ପଦ୍ମପୁର ଥାନାରେ କାର୍ଯ୍ୟରତ ଥିଲେ। ଚଢ଼ାଉ ଆଳରେ ଜଣେ ଯୁବତୀଙ୍କ ଘରକୁ ଯାଇଥିଲେ। ତାଙ୍କ ପରିବାର ଲୋକଙ୍କ ସହିତ ଏସ୍‌ଆଇ ହେମ୍ବ୍ରମ ସମ୍ପର୍କ ସ୍ଥାପନ କରିଥିଲେ। ସମ୍ପର୍କ ନିବିଡ଼ ହେବା ପରେ ହେମ୍ବ୍ରମ ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ କାହାକୁ କହିଲେ ସେ ଫଟୋ, ଭିଡ଼ିଓ ଭାଇରାଲ କରିଦେବା ଭଳି ଧମକ ଦେଉଥିବା ଅଭିଯୋଗ ହୋଇଛି। ଫଳରେ ଭୟରେ ଯୁବତୀ ଜଣକ ଚୁପ୍‌ ଥିଲେ। ସମୟାନୁକ୍ରମେ ଯୁବତୀଙ୍କ ପରିବାର ଲୋକେ ମଧ୍ୟ ତାଙ୍କଠାରୁ ଦୂରେଇ ରହିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ହେମ୍ବ୍ରମ ଯୁବତୀଙ୍କ ପାଖରେ ପହଞ୍ଚି ନାନା ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସକାଳ ୮ଟାରେ ଏସ୍‌ଆଇ ହେମ୍ବ୍ରମ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ନେଇ ପଦ୍ମପୁର ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri