ବିନା ପରିବେଶ ମଞ୍ଜୁରୀରେ ଖଣି ଖନନ ଅଭିଯୋଗ

ଛତ୍ରପୁର,୨୮ା୪(ଡି.ଏନ୍‌.ଏ.): ଛତ୍ରପୁର ନିକଟ ମାଟିଖାଲସ୍ଥିତ ଭାରତୀୟ ବିରଳ ମୂର୍ତ୍ତିକା ଲିଃ (ଆଇଆରଇ)ରେ ବିଭିନ୍ନ ବେନିୟମ କାର୍ଯ୍ୟ ଓ ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ଭାରତୀୟ ବିକାଶ ପରିଷଦ। ଛତ୍ରପୁର ଠାରେ ଏକ ଖବରଦାତା ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ, କାରଖାନା ପକ୍ଷରୁ ବିନା ଚୁକ୍ତିନାମାରେ ଲୋକଙ୍କୁ ଧମକ ଦେଇ ଦଲାଲ ମାଧ୍ୟମରେ ଜମିରେ ଖନନ କରାଯାଉଛି। ୨୦୧୯ଠାରୁ ୨୦୨୨ ବିନା ପରିବେଶ ମଞ୍ଜୁରିରେ ଖଣିଜ ସମ୍ପଦ ଖନନ କରିଥିଲା, ଏହା ପ୍ରଶାସନ ଓ ପରିବେଶ ଅଧିକାରୀଙ୍କ ଜ୍ଞାତସାରରେ ହୋଇଥିବା ଅଭିଯୋଗ କରିଛନ୍ତି। ପରିବେଶ ମଞ୍ଜୁରୀ ନିୟମକୁ ଅଣଦେଖା କରି ଋଷିକୁଲ୍ୟା ନଦୀ ନିକଟସ୍ଥ ୨କିମି ମଧ୍ୟ ଦୂରତା ମଧ୍ୟରେ ଖନନ କରାଯାଇଛି। ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ୨୦୦୬ ଓ ୨୦୧୩ ସାହାଯ୍ୟ ଓ ଥାଇଥାନ ନିୟମ ଥିବାବେଳେ କିଛି ନକରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରାଯାଇଛି। କାରଖାନା ପକ୍ଷରୁ ସିଆରସି ପାଣ୍ଠିକୁ ଅଞ୍ଚଳ ସ୍ବାସ୍ଥ୍ୟ, ଶିକ୍ଷା, ଜନ କଲ୍ୟାଣ, ଚାରା ରୋପଣ ନିମନ୍ତେ ବିନିଯୋଗ କରିବା କଥା। କିନ୍ତୁ ତାହା ନକରି ନାମକୁମାତ୍ର ମାତ୍ର ବିନିଯୋଗ କରି ବାର୍ଷିକ କୋଟିକୋଟି ଟଙ୍କା ଦୁର୍ନିତିଗ୍ରସ୍ତ କର୍ମଚାରୀମାନେ ଲୁଣ୍ଠନ କରୁଛନ୍ତି। ଏହି ସମସ୍ତ କାର୍ଯ୍ୟରେ କିଛି ଅଧିକାରୀ ଓ ମାଇନିଙ୍ଗ କର୍ମଚାରୀ ଲିପ୍ତ ଅଛନ୍ତି। ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ବିକାଶ ପରିଷଦ ଦାବି କରିଛି। ଏ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ପରିବେଶ ବିଭାଗ, ଗଞ୍ଜାମ ଜିଲାପାଳଙ୍କ ନିକଟରେ ଲିଖିତ ଭାବେ ଦାବି କରାଯାଇଛି। ୧୫ ଦିନ ମଧ୍ୟରେ ଏହି ଅଭିଯୋଗର ସମାଧାନ କରା ନଗଲେ କୋର୍ଟରେ ମାମଲା ରୁଜୁ କରାଯିବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଖବରଦାତା ସମ୍ମିଳନୀରେ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ରାଜେନ୍ଦ୍ର ବେହେରା, ଗୁରୁଚରଣ ପାତ୍ର, ଏମ ଜଙ୍ଗମାୟ, ଦଣ୍ଡପାଣି ପ୍ରଧାନ, ସୂର୍ଯ୍ୟ ବେହେରା ଭୀମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସକୁ ମଧ୍ୟ ଯାଞ୍ଚ କଲା ଫ୍ଲାଇଂ ସ୍କ୍ବାଡ୍‌

ଦାରିଙ୍ଗବାଡ଼ି,୧୨ା୫(ଅରୁଣ ସାହୁ): କନ୍ଧମାଳ ପ୍ରଶାସନ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ଅଞ୍ଚଳରେ ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ଦାରିଙ୍ଗବାଡି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ନାକା ଲାଗାଇ ଗାଡିମୋଟର ଯାଞ୍ଚ...

ଛାଡ଼ିଲେନି ଗାଡ଼ି: ଫେରିଗଲେ ପୋଲିଂ କର୍ମଚାରୀ

ଭବାନୀପାଟଣା,୧୨।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ଦୁନ୍ଦେଲମାଲ ପଞ୍ଚାୟତର ଦୁଣ୍ଡା ଗ୍ରାମବାସୀ ରାସ୍ତା ଓ ପାନୀୟ ଜଳ ଦାବି ନେଇ...

ଧର୍ମେନ୍ଦ୍ରଙ୍କୁ ଆଶୀର୍ବାଦ କଲେ ପୁରୀ ଶ୍ରୀମନ୍ଦିର ସେବାୟତ

ସମ୍ବଲପୁର,୧୨ା୫(ପ୍ରମୋଦ ବହିଦାର): କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଭାଜପା ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ରବିବାର ସନ୍ଧ୍ୟାରେ ସମ୍ବଲପୁରରେ...

କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦବାଲି,୧୨ା୫(କିଷାନ ପାତ୍ର)-ପୋଷା କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଚୋରି କରିନେଲେ। ଏଭଳି ଏକ...

ସ୍ତ୍ରୀଙ୍କୁ ହତ୍ୟା କରି ଜାଳି ଦେଇଥିବା ସ୍ବୀକାର କଲେ ସ୍ବାମୀ

ଦିଗପହଣ୍ଡି,୧୨ା୫(ଅଶେଷ ନାଥ ମିଶ୍ର)- ସ୍ତ୍ରୀଙ୍କୁ ହତ୍ୟା ପରେ ଜାଳିଦେବା ମାମଲାରେ ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ଗଡ ସାମନ୍ତରାପୁର ଗ୍ରାମର ସନ୍ତୋଷ ପାତ୍ରଙ୍କୁ ରବିବାର...

ସମ୍ପର୍କୀୟା ପୁତୁରା ବୋହୂଙ୍କୁ ବଳାତ୍କାର: ଗିରଫ ହେଲେ ଦାଦାଶ୍ୱଶୁର

ବ୍ରହ୍ମପୁର,୧୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ସମ୍ପର୍କୀୟା ପୁତୁରା ବୋହୂଙ୍କୁ ବଳାତ୍କାର ଅଭିଯୋଗରେ ବଡବଜାର ଥାନା ପୋଲିସ ଦାଦାଶ୍ୱଶୁରଙ୍କୁ ଗିରଫ କରିଛି। ସେ ହେଲେ କଳାହାଣ୍ଡି ଜିଲା ରାମପୁର...

ମାଓବାଦୀ ଅଞ୍ଚଳକୁ ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି

ନୂଆପଡ଼ା,୧୨।୫(ମକାରୁ ବେମାଲ)- ମେ ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଶେଷ...

କାର୍‌ ଓଲଟି ୨ ମୃତ, ୨ ଗୁରୁତର

ଭଞ୍ଜନଗର,୧୨ା୫: ଗଞ୍ଜାମ ଜିଲା ମୁଜାଗଡ଼ଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ ଜଣଙ୍କ ଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri