ଆକ୍ରୋଶମୂଳକ ଖବର ପରିବେଷଣ କରୁଥିଲେ ଆଙ୍କର, ଚାକିରିରୁ ବିଦାକଲା ନ୍ୟୁଜ ଚ୍ୟାନେଲ

ଓ୍ବାଶିଂଟନ୍‌,୨୬।୪:ଆମେରିକାରେ ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ଆଙ୍କରଙ୍କୁ ଟିଭି ଚ୍ୟାନେଲଗୁଡ଼ିକ ବାହାର କରିବା ଘଟଣାକୁ ନେଇ ସାମ୍ବାଦିକ ମହଲରେ ଚିନ୍ତାର ବିଷୟ ପାଲଟିଛି। ଚ୍ୟାନେଲଗୁଡ଼ିକର ଏହି ପ୍ରକାର ନିଷ୍ପତ୍ତିକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ମିଡିଆ ବିଶେଷଜ୍ଞଙ୍କ ଅନୁସାରେ, ଟିଆରପି ବଢ଼ାଇବା ଉଦ୍ଦେଶ୍ୟରେ କିଛି ଟିଭି ଚ୍ୟାନେଲ ଏକପାଖିଆ ଏବଂ ଆକ୍ରୋଶମୂଳକ ଭାବେ ଖବର ପରିବେଷଣ କରୁଛନ୍ତିି। ହେଲେ ଯେଉଁ ଚର୍ଚ୍ଚିତ ଆଙ୍କରମାନେ ଟିଭି ନ୍ୟୁଜର ଏପରି ରୂପ ଦେଇଛନ୍ତି, ସେମାନେ ଏବେ କିଛି ଚ୍ୟାନେଲ ପାଇଁ ବୋଝ ପାଲଟିଛନ୍ତି।
ଗତ ସୋମବାର ଦେଶର ସବୁଠାରୁ ଲୋକପ୍ରିୟ ନ୍ୟୁଜ ଚ୍ୟାନେଲ ଫକ୍ସ ଘୋଷଣା କରିଛି ଯେ, ଟିଭି ନେଟୱର୍କକୁ ପ୍ରତିଷ୍ଠିତ ଆଙ୍କର ଟକର କାର୍ଲସନ ଛାଡିଛନ୍ତି। ଟକର କାର୍ଲସନ ବହୁତ ଦିନ ଧରି ଏହି ଚ୍ୟାନେଲ ସହ ଜଡ଼ିତ ରହିଥିଲେ ଏବଂ ସେ ଏହି ଚ୍ୟାନେଲର ଜଣାଶୁଣା ଆଙ୍କର ଥିଲେ। ସବୁଦିନ ରାତି ୮ଟାରେ କାର୍ଲସନଙ୍କ ଶୋ’ ଆମେରିକା ଟିଭି ନ୍ୟୁଜ ଦୁନିଆର ସବୁଠାରୁ ଲୋକପ୍ରିୟ ଶୋ’ ରହିଥିଲା।
କୁହାଯାଉଛି କି, ଫକ୍ସ ନ୍ୟୁଜ୍‌ର ମ୍ୟାନେଜମେଣ୍ଟ ଶୁକ୍ରବାର କାର୍ଲସନଙ୍କୁ ଚାକିରିରୁ ବାହାର କରିବା ନିଷ୍ପତ୍ତି ନେଇଥିଲେ। ଯେତେବେଳେ କାର୍ଲସନଙ୍କୁ ଏହି ବିଷୟରେ ସୂଚନା ଦିଆଗଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ରିପୋର୍ଟ ମୁତାବକ ଚ୍ୟାନେଲ ବିରୋଧରେ ଚାଲିଥିବା ମାନହାନି ମକଦ୍ଦମାରେ କାର୍ଲସନଙ୍କ ଦ୍ୱାରା ମ୍ୟାନେଜମେଣ୍ଟର କ୍ଷତି ହେବ ଭାବି ଚ୍ୟାନେଲ ତାଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଥିଲା।
କାର୍ଲସନଙ୍କ ଶୋ’କୁ ୩୦ଲକ୍ଷ ଦର୍ଶକ ଦେଖୁଥିଲେ। ତେବେ ସେହି ସମୟର ସ୍ଲଟ୍‌ରେ ଫକ୍ସ ଚ୍ୟାନେଲ୍‌ର ପ୍ରତିଦ୍ୱନ୍ଦ୍ୱୀ ଏମ୍‌ଏସ୍‌ଏନ୍‌ବିସି ଏବଂ ସିଏନ୍‌ଏନ୍‌ର ଦର୍ଶକ ସଂଖ୍ୟା ୧୦ଲକ୍ଷରୁ କମ୍‌ ରହିଥାଏ। କାର୍ଲସନଙ୍କ ଗୋଟିଏ କଥା ଚର୍ଚ୍ଚାରେ ରହିଛି କି, ତାଙ୍କ ଶୋ’ରେ ସେ ଷଡ଼ଯନ୍ତ୍ର ଥିବା କାହାଣୀକୁ ଦର୍ଶକଙ୍କ ପାଖରେ ଆକ୍ରୋଶମୂଳକ ଭାବେ ଅତି ବିଶ୍ୱସନୀୟ ସହ ଉପସ୍ଥାପନ କରନ୍ତି। ତାଙ୍କର ଏହି ପରିବେଷଣ ଶୈଳୀକୁ ଅନ୍ୟ ନ୍ୟୁଜ୍‌ ଚ୍ୟାନେଲ୍‌ଗୁଡ଼ିକ ତାଙ୍କ ପରି ଆକ୍ରୋଶ ରଣନୀତି ଆପଣେଇଥାନ୍ତି।
କାର୍ଲସନଙ୍କୁ ଛଟେଇ ପରେ ଚ୍ୟାନେଲ ତା’ର ଆଉ ଏକ ଜଣାଶୁଣା ଆଙ୍କର ଡନ୍‌ ଲେମାନ୍‌ଙ୍କୁ ମଧ୍ୟ ବାହାର କରିଦେଇଛି। ଲେମାନ୍‌ ଟୁଇଟ୍‌ କରି କହିଛନ୍ତି କି, ତାଙ୍କ ଛଟେଇ ହେବା କଥା ତାଙ୍କୁ ତାଙ୍କ ଏଜେଣ୍ଟଙ୍କ ଦ୍ୱାରା ଜଣାପଡିଥିଲା। ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସୂଚନା ଥାଉ କି, କାର୍ଲସନ୍‌ ଏବଂ ଲେମାନ୍‌ଙ୍କ ପରି ଲୋକପ୍ରିୟ ଆଙ୍କରଙ୍କ ସ୍ଥାନ ଆଉ କେହି ପୂରଣ କରିପାରିବେ ନାହିଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri