ଆଜିଠୁ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ଅଧୀନ ସ୍ବତନ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ୱର, ୨୩।୪ (ବ୍ୟୁରୋ): ଭାରତର ଜି-୨୦ ଅଧ୍ୟକ୍ଷତା କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରରେ ଆସନ୍ତା ସପ୍ତାହରେ ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ରବିବାର ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହେବ। ସିଏସ୍‌ଆଇଆର୍‌ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ(ଆଇଏମ୍‌ଏମ୍‌ଟି) ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବେ। ଏହି ପ୍ରଦର୍ଶନୀରେ ପ୍ରଯୁକ୍ତି ନେତୃବର୍ଗ, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଓ ଶିକ୍ଷାବିତ୍‌ମାନଙ୍କୁ କାର୍ଯ୍ୟର ଭବିଷ୍ୟତକୁ ନେଇ ସେମାନଙ୍କ ଦୃଷ୍ଟିକୋଣ ଓ ଦୂରଦୃଷ୍ଟିକୁ ପ୍ରଦର୍ଶିତ କରିବା ଲାଗି ସୁଯୋଗ ପ୍ରଦାନ କରିବ। ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ୍‌ ସମ୍ବଲପୁର, ମେଟା, ୟୁନିସେଫ୍‌, ଏନ୍‌ସିଇଆର୍‌ଟି, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସଂଗଠନଗୁଡ଼ିକ କାର୍ଯ୍ୟର ଭବିଷ୍ୟତ, ଆଧୁନିକ କାର୍ଯ୍ୟସ୍ଥଳୀରେ ନିରନ୍ତର ନବସୃଜନ, ଭବିଷ୍ୟତର ଦକ୍ଷତା ବିକାଶ ଏବଂ ଅଭିନବ ଡେଲିଭରି ମଡେଲ ଉପରେ ଆଧାରିତ ପ୍ରଯୁକ୍ତି ଏଠାରେ ପ୍ରଦର୍ଶିତ କରିବେ। ଏଥିରେ ଭାରତ ଏବଂ ଜି-୨୦ ସଦସ୍ୟ ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବେ।
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ୨୩ ଓ ୨୪ ଦୁଇଦିନ ଧରି ପ୍ରାକ୍‌ କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରଦର୍ଶନୀ ସହିତ ଏକାଧିକ ପ୍ୟାନେଲ ଆଲୋଚନା କରାଯିବ। ସେହିପରି ବିଶ୍ୱ ସେମି କଣ୍ଡକ୍ଟର ଇକୋସିଷ୍ଟମରେ ଭାରତର ଦୃଷ୍ଟିକୋଣ, ଡିଜିଟାଇଜେଶନ ଏବଂ ନୂଆ ଯୁଗର ଷ୍ଟାର୍ଟଅପ ଆଦି ବିଷୟ ଉପରେ ଆଲୋଚନା କରାଯିବ। ଏହାବ୍ୟତୀତ ଏକ ଅଭିନବ କାର୍ଯ୍ୟର ଭବିଷ୍ୟତ ଅନୁଭୂତି ଜୋନ ପ୍ରତିଷ୍ଠା କରାଯିବ। ବଜାରରେ ପ୍ରାସଙ୍ଗିକ ରହିବାକୁ ହେଲେ ଆବଶ୍ୟକ ଆଧୁନିକ ବୈଷୟିକ କୌଶଳ ଏବଂ କୋମଳ ହସ୍ତାନ୍ତରଯୋଗ୍ୟ କୌଶଳ ସମ୍ପର୍କରେ ଏହି ଜୋନରେ ଯୁବବର୍ଗଙ୍କୁ ସୂଚନା ମିଳିପାରିବ। ହୋଲୋଗ୍ରାମ, ଇଣ୍ଟରଆକ୍ଟିଭ ସଫେର୍ସ ଟେବୁଲ ଏବଂ ଇଣ୍ଟରଆକ୍ଟିଭ ୱାଲ୍‌ ଭଳି ଆଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇ ଏହି ଜୋନରେ କାର୍ଯ୍ୟର ଭବିଷ୍ୟତକୁ ପ୍ରଦର୍ଶିତ କରାଯିବ। ବିଭିନ୍ନ କ୍ଷେତ୍ରରେ ଅଟୋମେଶନ ଏବଂ ଡିଜିଟାଇଜେଶନ ଦ୍ୱାରା କାର୍ଯ୍ୟ ପଦ୍ଧତି କିଭଳି ବଦଳୁଛି ତାହା ଦର୍ଶକମାନେ ଏଠାରେ ଜାଣିବାକୁ ପାଇବେ। ପ୍ରଦର୍ଶନୀ ସମୟରେ କୃଷି, ପରିବହନ ଓ ସ୍ବାସ୍ଥ୍ୟସେବା ଆଦି ୩ଟି କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟର ଭବିଷ୍ୟତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯିବ। ମେଟାଭର୍ସ ଏଆର/ଭିଆର, ରିଭର୍ସ ଇଞ୍ଜିନିଅରିଂ ଏବଂ ସ୍ବୟଂଚାଳିତ ଡିଜାଇନ ସମାଧାନ, ଡ୍ରୋନ ପ୍ରଯୁକ୍ତି, ଏଆର/ଭିଆର ଉପଯୋଗ କରି ଏଡ୍‌-ଟେକ୍‌ ସମାଧାନ, ଶିଳ୍ପ ୪.୦ କୌଶଳ, ଭର୍ନାକୁଲାର ଅଧ୍ୟୟନ ଆଧାରିତ ପ୍ରଯୁକ୍ତି ସମାଧାନ, ଭର୍ଚୁଆଲ ଇଣ୍ଟର୍ନଶିପ ସମାଧାନ ଆଦି ପ୍ରଦର୍ଶନୀରେ ସ୍ଥାନ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri