ପ୍ରସ୍ତାବରେ ଅଟକିଛି ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ

ଛତ୍ରପୁର,୧୯।୪(ଡି.ଏନ.ଏ) ଗଞ୍ଜାମ ଜିଲାର ଭାତ ହାଣ୍ଡି ରୂପେ ଋଷିକୁଲ୍ୟା ନଦୀ ପରିଚିତ। ଏଣୁ ଋଷିକୁଲ୍ୟା ବଞ୍ଚତ୍ଲେ ହିଁ ଜିଲାର ସମସ୍ତ କେନାଲ ଓ ନାଳ ବଞ୍ଚତ୍ପାରିବ। ଋଷିକୁଲ୍ୟା ଚିରସ୍ରୋତା ହେଲେ ଗଞ୍ଜାମରେ ଚାଷ ବଞ୍ଚତ୍ବ। ଭଲ ଚାଷ ହୋଇ ଅମଳ ହେଲେ ଚାଷୀ ବଞ୍ଚତ୍ପାରିବ। ତେଣୁ ଋଷିକୂଲ୍ୟାକୁ ଛାଡି ଗଞ୍ଜାମ ଜିଲାର ବିକାଶ ଅସମ୍ଭବ। ଏଥିଲାଗି ଋଷିକୁଲ୍ୟା ପାଣିର ସୁପରିଚାଳନା ଆବଶ୍ୟକ। ଏଣୁ ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ଜରୁରୀ ହୋଇପଡିଛି। ଏନେଇ ମଙ୍ଗଳବାର ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଏକ ଖବରଦାତା ସମ୍ମିଳନୀରେ ଦାବି କରିଛନ୍ତି। ଜିଲାପ୍ରଶାସନ ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦେଉ ଏବଂ ସରକାର ଋଷିକୁଲ୍ୟାକୁ ବଞ୍ଚାଇବା ପାଇଁ ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ତୁରନ୍ତ କରିବାକୁ ସେ ଦାବି କରିଥିଲେ।
ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରିବାକୁ ଜିଲାପରିଷଦ ବୈଠକରେ ସମସ୍ତ ବିଧାୟକ, ଏମପି, ଜିଲାପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଆଲୋଚନା ହୋଇ ଏକ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କୁ ବହୁ ପୂର୍ବରୁ ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ପଠାଯାଇଥିଲା। ତେବେ ଏହି ପ୍ରସ୍ତାବ ଏବେ ଅଟକି ରହିଛି। ଆହୁରି ଜଣାଯାଇଛି ଯେ ‘ହୁଡୁହୁଡୁ’ ବାତ୍ୟାରେ ହଜାର ହଜାର ଏକର ଜମିରେ ବାଲି ମାଡିଯାଇଥିଲା। ତାପରେ ଜଳସମ୍ପଦ ମନ୍ତ୍ରୀ ଜିଲା ଗସ୍ତରେ ଆସିଥିବା ବେଳେ ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ପାଇଁ ତକତ୍ାଳୀନ ଜିଲାପାଳ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଏହାଉପରେ ଦୀର୍ଘ ବର୍ଷ ପରେ ବି କୌଣସି ପଦକ୍ଷେପ ନିଆଯାଇନି। ଏହି ପୂଣ୍ୟତୋୟା ନଦୀ ଋଷିଶୃଙ୍ଗ ପର୍ବତରୁ ବାହାରି ଗଞ୍ଜାମ ସହର ନିକଟସ୍ଥ ବଙ୍ଗୋପସାଗରରେ ମିଶିଛି। ମାତ୍ର ବର୍ଷାଦିନେ ୮୦ ଭାଗ ନଦୀର ପାଣି ସମୁଦ୍ରରେ ମିଶିଥାଏ। ସମୁଦ୍ରକୁ ବହିଯାଉଥିବା ପାଣିକୁ ଅଟକାଇ ରଖିଲେ ଭୂତଳ ଜଳସ୍ତର ବଢିବା ସଙ୍ଗେ ସଙ୍ଗେ ଜିଲାରେ ଦୁଇ ଥର ଫସଲ ଅମଳ ହୋଇପାରିବ। ଏଥିସହ ସମସ୍ତ ଚାଷ ଜମିକୁ ଜଳସେଚନର ସୁବିଧା ମଳିପାରିବ। ପାନୀୟ ଜଳର ସୁବିଧା ମଧ୍ୟ ହୋଇପାରିବ। ସରକାରୀ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଜିଲାର କେବଳ ୪୦ ଭାଗ ଜମିକୁ ଜଳସେଚନର ସୁବିଧା ଅଛି। ରବି ଫସଲ ବେଳେ ୫ ଭାଗ ଜମିକୁ ଜଳସେଚନର ସୁବିଧା ଉଠା ଜଳସେଚନର ପ୍ରକଳ୍ପ ଦ୍ୱାରା ହୋଇଥାଏ। ଫଳରେ ଅଧିକାଂଶ ଜମି ବର୍ଷା ଉପରେ ନିର୍ଭର କରିଥାଏ। ଗଞ୍ଜାମ ଜିଲାରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଥିବାବେଳେ ସେଥିରୁ ଅନେକ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇଗଲାଣି। କେତେକ ତା’ ଉପରେ ମାଡିବସି ଜମି କରିଦେଲେଣି। ଏହି ପ୍ରକଳ୍ପ ଗୁଡିକରେ ଋଷିକୁଲ୍ୟା ନଦୀ ବିଭିନ୍ନ ସ୍ଥାନରେ ଆନ୍ନିକଟ, ଚେକଡ୍ୟାମ ନିର୍ମାଣ କରି ପ୍ରକଳ୍ପ ଗୁଡିକରେ ପାଣି ଭର୍ତ୍ତି କରିବା ଆବଶ୍ୟକତା ରହିଛି। ଏହାଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ସହ ରବିଋତୁରେ ଅର୍ଥକାରୀ ଫସଲ, ପନିପରିବା ଆଦି ଚାଷ ହୋଇପାରିବ ବୋଲି କୁହାଯାଇଛି। ଏଥିଲାଗି ଚାଷୀଙ୍କ ଆର୍ଥିକ ତଥା ସାମାଜିକ ବିକାଶ ହେବ ବୋଲି ପ୍ରସ୍ତାବ ଦିଆଯାଇଛି। ଗଞ୍ଜାମ ଜିଲାରେ କେବଳ ଖରିଫ ଋ଼ତୁରେ ଧାନ ଚାଷ ହୋଇଥାଏ। ରବି ଋତୁରେ ଖରା ଓ ପାଣି ଅଭାବ ଥିବାରୁ ଧାନ ଚାଷ ତ ହୁଏନି। ଏପରିକି ରବି ଫସଲ ମାତ୍ର ୫ ଭାଗ ଜମିରେ ହୋଇଥାଏ। ଏହି କାରଣ ଯୋଗୁଁ ଜିଲାର ପ୍ରାୟ ୫ ଲକ୍ଷ ଚାଷୀ, ଭାଗଚାଷୀ, କୃଷି ଶ୍ରମିକମାନଙ୍କ ସମସ୍ୟା ବଢିବାରେ ଲାଗିଛି। ଅନେକ ପରିବାର ପ୍ରତିପୋଷଣ ପାଇଁ ଚାଷବାସ କାର୍ଯ୍ୟ ଛାଡି ଦାଦନ ଖଟିବାକୁ ଅନ୍ୟରାଜ୍ୟକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି। ଏଣୁ ଋଷିକୁଲ୍ୟାକୁ ଚିରସ୍ରୋତା କରିବା ଲାଗି ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri