ଘରୋଇ କମ୍ପାନୀକୁ କେନ୍ଦୁପତ୍ର ବିକ୍ରି କରିବା ବିରୋଧ କରି ଦାବିପତ୍ର ଦେଲେ କର୍ମଚାରୀ

କୋକସରା,୧୦।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ କେନ୍ଦୁପତ୍ର ଫରେଷ୍ଟ ଡିଭିଜନ ଅନ୍ତର୍ଭୁକ୍ତ ବିଜମରା ସେକ୍ସନ ଅଧୀନରେ କାର୍ଯ୍ୟ କରୁଥିବା ମୁନସି, ଚେକର, ଚପରାଶି ଓ କେନ୍ଦୁପତ୍ର ତୋଳାଳୀମାନେ ସୋମବାର କୋକସରା ବ୍ଲକ ଉପାଧ୍ୟକ୍ଷଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ବିଗତ କିଛି ବର୍ଷ ହେବ ଘରୋଇ କମ୍ପାନୀମାନେ ବିଭିନ୍ନ ଗ୍ରାମରେ ଗ୍ରାମସଭା କରି ସ୍ଥାନୀୟ କେନ୍ଦୁପତ୍ର ତୋଳାଳୀଙ୍କୁ ଅଧିକ ଅର୍ଥ ଦେଇ ଗ୍ରାମସଭା ମାଧ୍ୟମରେ ବେଆଇନ ଭାବେ କେନ୍ଦୁପତ୍ର କିଣୁଛନ୍ତି। ଯାହା ଦ୍ୱାରା ବିଭିନ୍ନ କେନ୍ଦୁପତ୍ର ଫଡ଼ିରେ ୧୯୭୩ ମସିହାରୁ ନିୟୋଜିତ ମୁନସି, ଚେକର, ଚପରାଶିଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଗତ ୨୦୨୦/୨୧/୨୨/୨୩ଠାରୁ ରାଜ୍ୟ ବାହାରର ବିଭିନ୍ନ ଘରୋଇ କମ୍ପାନୀମାନେ ସାହାଜଖୋଲ ଜଙ୍ଗଲ ଅଞ୍ଚଳରେ ଥିବା କେନ୍ଦୁପତ୍ର ସଂଗ୍ରହ ଗ୍ରାମରେ ସ୍ଥାନୀୟ କିଛି ନେତାଙ୍କୁ ଧରି ଗ୍ରାମସଭା କରି ବେସରକାରୀ ଭାବେ କେନ୍ଦୁପତ୍ର କ୍ରୟ କରି ଆସୁଛନ୍ତି। ଫଳରେ ବିଜମରା କେନ୍ଦୁପତ୍ର ସେକ୍ସନ ଅଧୀନରେ ଥିବା ବିଭିନ୍ନ ଫଡ଼ିରେ ନିୟୋଜିତ କର୍ମଚାରୀମାନେ ଜୀବିକା ହରାଇଛନ୍ତି। ଘରୋଇ କମ୍ପାନୀମାନେ ଗ୍ରାମସଭା କରି କେନ୍ଦୁପତ୍ର ତୋଳାଳୀଙ୍କୁ ପ୍ରଲୋଭିତ କରିଛନ୍ତି ହେଲେ ସରକାରୀ ଭାବେ ତୋଳାଳୀଙ୍କୁ ଯେଉଁ ସୁବିଧା ସୁଯୋଗ ମିଳିବ ତାହା ଦେଉନାହାନ୍ତି। ସରକାରୀ ନିୟମ ଅନୁଯାୟୀ ତୋଳାଳୀଙ୍କୁ ଚପଲ ପାଣି ବୋତଲ, ଅଖା ବସ୍ତା, ବୋନସ, ସ୍ବାସ୍ଥ୍ୟ ବୀମା, ପିଲାଙ୍କ ପାଇଁ ପାଠ୍ୟ ଉପକରଣ, ବିବାହ ଖର୍ଚ୍ଚ ଆଦି ଶ୍ରମିକ କଲ୍ୟାଣ ସାହାଯ୍ୟ ଯୋଗାଇ ଦେଉଛନ୍ତି, ତେବେ ଘରୋଇ କମ୍ପାନୀ କେରି ପିଛା କିଛି ଅଧିକ ଟଙ୍କା ଦେଇ ତୋଳାଳୀଙ୍କୁ ଅନ୍ୟ କୌଣସି ସହାୟତା ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ସୋମବାର ବିଜମରା କେନ୍ଦୁପତ୍ର ସେକ୍ସନର ବିଭିନ୍ନ ଫଡ଼ିରେ କାର୍ଯ୍ୟରତ କର୍ମଚାରୀମାନେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ଭେଟି ଏହି ଦାବିପତ୍ର ଦେବା ସହ ଘରୋଇ କମ୍ପାନୀ କେନ୍ଦୁପତ୍ର କ୍ରୟ ଉପରେ କଟକଣା ଲଗାଇବାକୁ ଅନୁରୋଧ କରିଛନ୍ତି। ଏହି ସମୟରେ କର୍ମଚାରୀ ପ୍ରଦୀପ ପାୟା ସିଂ, କ୍ଷୀରୋଦ କଣ୍ଠ, ଯୁଧିଷ୍ଠିର ମାଝୀ, ବଦ୍ରୀ ପ୍ରସାଦ ଭୋଇ, ମନୋଜ କୁମାର ନାଏକ, ତ୍ରିନାଥ ପାତ୍ର, ରୂପଧର ଚଣ୍ଡି, ବିଶେଶ୍ୱର ମାଝୀ, ଟଙ୍କଧର ମାଝୀ, ବନ ବିହାରୀ ନାଏକ, ବଳଦେବ ବାଗ, ପ୍ରଫୁଲ ନାଏକ, ନିତ୍ୟାନନ୍ଦ ନାଏକ ଓ ସତ୍ୟବାନ ନାଏକ ପ୍ରମୁଖ ମୁନସି, ଚେକର, ଚପରାଶି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଓଡ଼ିଶାରେ ‘ବଙ୍ଗଳାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri