Odisha Elections 2024
Posted inଫୁରସତ

ଶରୀରରେ ପାସ୍‌ପୋର୍ଟ ଓ ଟିକେଟ୍‌ର ଟାଟୁ

୫୪ ବର୍ଷୀୟ ଇଆନ୍‌ ଓଜର୍ସ ଇଂଲଣ୍ଡ ଫୁଟବଲ୍‌ ଟିମ୍‌ର ବହୁତ ବଡ଼ ଫ୍ୟାନ୍‌। ତେଣୁ ଏହି ଟିମ୍‌ର ମ୍ୟାଚ୍‌ ଯେଉଁଠି ବି ହୁଏ ସେ ସେଠାକୁ ଯାଇ ଟିମ୍‌କୁ ସପୋର୍ଟ କରନ୍ତି। ୟା ଭିତରେ ସେ ପୃଥିବୀର ବିଭିନ୍ନ ସ୍ଥାନ ଯାଇ ସାରିଲେଣି। ତାଙ୍କର ପ୍ରତି ଯାତ୍ରା ଓ ପ୍ରତି ମ୍ୟାଚ୍‌ ସୁନ୍ଦର ଅନୁଭୂତିରେ ଭରା। ତେଣୁ ସେ ଏହିସବୁ ଅନୁଭୂତିକୁ ସବୁଦିନ ପାଇଁ ସ୍ମରଣୀୟ କରି ରଖିବାକୁ ଚାହୁଁଥିଲେ। ଶେଷରେ ଏକ ଅଜବ ନିଷ୍ପତ୍ତି ନେଲେ। ଆଉ ନିଜ ପାସ୍‌ପୋର୍ଟ ଓ ଟିକେଟ୍‌ର ଟାଟୁ ନିଜ ଶରୀରରେ କରାଇଲେ। ତାଙ୍କ ମତରେ ସେ ଯେଉଁ ସ୍ଥାନଗୁଡିକୁ ମ୍ୟାଚ୍‌ ଦେଖିବା ପାଇଁ ଯାଇଥିଲେ ହୁଏତ ଆଉ ସେଠାକୁ ନ ଯାଇ ପାରନ୍ତି। ତେଣୁ ତାକୁ ସ୍ମରଣୀୟ କରି ରଖିବା ଲାଗି ସେ ନିଜ ପାସ୍‌ପୋର୍ଟ ଓ ଯାଇଥିବା ୩୨ ଦେଶର ଟିକେଟ୍‌କୁ ଶରୀରରେ ଟାଟୁ କରାଇଲେ। ତା’ସହ ଷ୍ଟାମ୍ପଗୁଡିକର ବି ଟାଟୁ କରାଇଛନ୍ତି। ୨୦୧୭ରେ ସେ ଟାଟୁ କରାଇବା ଆରମ୍ଭ କରିଥିଲେ। ଏବେ ତ ପୁରା ଶରୀରରେ ଭିନ୍ନ ଭିନ୍ନ ଦେଶର ଟିକେଟ୍‌, ଷ୍ଟାମ୍ପର ଟାଟୁ ସହ ପାସ୍‌ପୋର୍ଟର ଟାଟୁ ସେ କରାଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri