ମାନବୀୟ ଶିକ୍ଷାର ଆଶା

ନିକଟରେ ଜର୍ମାନୀ ଓ ଆମେରିକାର ବିଦ୍ୱାନ ସାହିତି୍ୟକମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେଠାରେ ମୁଁ ପରାମର୍ଶ ଦେଇଥିଲି ଯେ, ଯଦି ଆମେ ଛାତ୍ରମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବା ତେବେ ଆମର ଏହି ଉଚ୍ଚସ୍ତରୀୟ ଆଲୋଚନାର ମହତ୍ତ୍ୱ ରହିବ। ସାହିତ୍ୟ ପଢିବା ଦ୍ୱାରା କିପରି କୌଶଳ ବିକାଶ ହୁଏ ତାହା ଛାତ୍ରମାନଙ୍କୁ କହିବା ଯଥେଷ୍ଟ ହେବ ନାହିଁ, ବରଂ ତାହା କିଭଳି ସେମାନଙ୍କ ଜୀବନର ଅନ୍ୟ କ୍ଷେତ୍ରକୁ ପରିବର୍ତ୍ତନ ହୋଇପାରିବ ତାହା ବୁଝାଇବା ଆବଶ୍ୟକ। ଏହାବାଦ୍‌ ସେମାନେ ସମସ୍ତେ କିଭଳି ଉତ୍ତମ ବ୍ୟାଖ୍ୟାକାର ହୋଇପାରିବେ ସେଥିପାଇଁ ସାହାଯ୍ୟ କରିବା ଉଚିତ ଯାହାଦ୍ୱାରା ସେମାନେ ଭଲ ବନ୍ଧୁ, ପରିବାର ସଦସ୍ୟ ଏବଂ ନାଗରିକ ହୋଇପାରିବେ। ତେବେ ଶ୍ରେଷ୍ଠ ସାହିତ୍ୟ ପଢିବା ନିଜ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଯେଉଁ ସଂଶୟ ରହିଛି ତାହାକୁ ଏହି ଯୁକ୍ତି ଦୂର କରିପାରିବ ବୋଲି ମୁଁ ଆଶା କରିଥିଲି। କିନ୍ତୁ ଆଶ୍ଚର୍ଯ୍ୟର କଥା, ମୁଁ ଯାହା ଆଶା କରୁଥିଲି ତାହାଠାରୁ ଅଧିକ ପ୍ରତିକ୍ରିୟା ପ୍ରକାଶ ପାଇଲା। ଏପରିକି ମୁଁ ଏକଚ୍ଛତ୍ରବାଦକୁ ଉପେକ୍ଷା କରୁଥିବା ଅଭିଯୋଗ ଉଠିଲା ।
ଲୋକେ କେମିତି ଭଲରେ ବଞ୍ଚିବେ ତାହା ସେମାନଙ୍କୁ ଶିକ୍ଷା ଦେବା ଉଚିତ ବୋଲି ଯାହା ମୁଁ କହିଥିଲି ତାହାକୁ ଭୁଲ୍‌ ବୁଝାଗଲା। କୁହାଗଲା ଯେ, କେମିତି ଭଲରେ ରହିବାକୁ ହେବ ତାହା ଆମେ ନିଜେ ଜାଣିବା ଦରକାର ଏବଂ ଆମ ଦୃଷ୍ଟିକୋଣକୁ ଅନ୍ୟମାନଙ୍କ ଉପରେ ଲଦିଦେବାରେ ଆମର ଅଧିକାର ରହିଛି। ଏଭଳି ଚିନ୍ତାଧାରା ପଛରେ କିଛି ଯୁକ୍ତି ବି ଅଛି। କାରଣ, ଅନେକ ଦେଶରେ ଅତି ଦକ୍ଷିଣପନ୍ଥୀ ରାଜନେତାମାନେ ଏବେ ମଧ୍ୟ ସେମାନଙ୍କ ବିଚାରଧାରାଗୁଡ଼ିକୁ ଲାଗୁ କରିବାକୁ ଚେଷ୍ଟା କରୁଛନ୍ତି। କିଛି ନିର୍ଦ୍ଦିଷ୍ଟ ବିଷୟ ଓ ବହି ଉପରେ ପ୍ରତିବନ୍ଧକ ଲଗାଇ ସେମାନେ ଏହା କରୁଛନ୍ତି। ବାସ୍ତବରେ ଲୋକେ କେମିତି ଭଲରେ ରହିବେ ତାହା ସେମାନଙ୍କୁ କହିବା ପାଇଁ ମୁଁ ବିଶ୍ୱବିଦ୍ୟାଳୟ ଶିକ୍ଷକମାନଙ୍କ ସକାଶେ ଓକିଲାତି କରୁ ନ ଥିଲି। ବରଂ ମୋ ଲକ୍ଷ୍ୟ ଥିଲା ଭିନ୍ନ ଓ ସରଳ। ମୋ କହିବା କଥା ହେଲା,ମହତ୍ତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ମାଧ୍ୟମରେ ଛାତ୍ରମାନଙ୍କ ଦୈନନ୍ଦିନ ଜୀବନ ସହ ଶ୍ରେଣୀଗୃହକୁ ଯୋଡ଼ିବାରେ ଆମେ ସାହାଯ୍ୟ କରିବା ଉଚିତ। କିନ୍ତୁ ମୁଁ ଜୀବନର ମୂଲ୍ୟ ପାଇବାରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ କେତେକ ମାନବବାଦୀ କିଭଳି ସେମାନଙ୍କର ଐତିହାସିକ ଦାୟିତ୍ୱରୁ ଓହରିଯାଇଛନ୍ତି ସେ ସମ୍ପର୍କରେ ବହୁ ତଥ୍ୟ ପାଇଥିଲି।
କେମିତି ଭଲରେ ରହିହେବ ସେ ସମ୍ପର୍କିତ ଗମ୍ଭୀର ଆଲୋଚନାରୁ ବର୍ତ୍ତମାନ ସଂଖ୍ୟାଧିକ ଶିକ୍ଷକ ବା ଅଧ୍ୟାପକ ଦୂରେଇ ରହୁଛନ୍ତି। ଭବିଷ୍ୟତରେ ମାନବତାର ବିସ୍ତୃତ ପ୍ରୟୋଗ ସନ୍ଦେହରେ ଥିବାବେଳେ ମାନବବାଦୀମାନେ ଏହା କରିବା ଏକ ବଡ଼ ତ୍ରୁଟି। ଆମେ ଦୀର୍ଘଦିନରୁ ଅନ୍ବେଷଣ କରୁଥିବା ଏକ ମହତ୍ତ୍ୱପୂର୍ଣ୍ଣ ଜୀବନ ପାଇଁ ମାନବତାକୁ ତୁରନ୍ତ ଶିକ୍ଷା ସହ ଯୋଡ଼ିିବା ଦରକାର। ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜୀବନ ସମ୍ପର୍କିିତ ଗଭୀର ଆଲୋଚନାଭିତ୍ତିକ କେନ୍ଦ୍ର କରାଯିବା ବାଟ ଧୀରେ ଧୀରେ ବନ୍ଦ ହୋଇଯାଇଥିବାରୁ ଲୋକେ ମାନବୀୟ କାର୍ଯ୍ୟକଳାପ ଲାଗି ନିଜର ଫୋରମ୍‌ ବା ମଞ୍ଚ ଗଢ଼ିଆସୁଛନ୍ତି। କାଥେରାଇନ ପ୍ରୋଜେକ୍ଟ, ନାଇଟ ସ୍କୁଲ ବାର୍‌ ଏବଂ ପ୍ରିମାଇସ୍‌ ଭଳି ଗୋଷ୍ଠୀ ଆଦି ଜୀବନ ଓ କଳା ଉପରେ ବ୍ୟାପକ ଆଲୋଚନା କରିବା ଲାଗି ବିଶ୍ୱବିଦ୍ୟାଳୟ ବାହାରେ ଲୋକମାନଙ୍କୁ ଏକାଠି କରୁଛନ୍ତି। ଦେଖାଯାଏ, ଯେତେବେଳେ ବିଶ୍ୱବିଦ୍ୟାଳୟଗୁଡ଼ିକ ଏହି ପ୍ରକାର କ୍ଲାସ୍‌ ରଖନ୍ତି ସେତେବେଳେ ଛାତ୍ରମାନେ ଏହାକୁ ଗ୍ରହଣ କରିଥାନ୍ତି। ୟେଲେ ବିଶ୍ୱବିଦ୍ୟାଳୟର ସବୁଠୁ ଜଣାଶୁଣା ତିନୋଟି ବିଷୟ ସୁଖ, ମୃତ୍ୟୁ ଓ ମୂଲ୍ୟବୋଧଭିତ୍ତିକ ଜୀବନ ଜିଇବାର ତରିକା ଉପରେ ଆଧାରିତ। ଦୁଃଖରକଥା, ଏଭଳି ସମ୍ପୂର୍ଣ୍ଣ ନିଆରା ପ୍ରତ୍ୟାଶା ଯାହା ମାନବୀୟ ଆବଶ୍ୟକତାକୁ ପ୍ରମାଣିତ କରୁଛି, ତାହାକୁ ଅନ୍ୟ କ୍ଷେତ୍ରରେ ପ୍ରୟୋଗ କରାଯାଉନାହିଁ। ବିଚାରଶୀଳ ମାର୍ଗଦର୍ଶନ ଅଭାବ ଅଛି। ସାମାଜିକ ବିଜ୍ଞାନ ସମ୍ପର୍କିତ ଗବେଷଣା ଦର୍ଶାଇଛି, ମଣିଷ ଯେତେବେଳେ ଜୀବନର ମୂଲ୍ୟକୁ ଅନୁଭବ କରିବାରୁ ବଞ୍ଚିତ ହୁଏ ସେତେବେଳେ ସେ ଏକଚ୍ଛତ୍ରବାଦୀ ନେତାମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଯାଏ। ମୁକ୍ତ ଚିନ୍ତାଧାରା ସମ୍ପନ୍ନ ମାନବବାଦୀମାନେ ଏକଚ୍ଛତ୍ରବାଦକୁ ନେଇ ଚିନ୍ତାପ୍ରକଟ କରି ସେମାନେ ଜୀବନର ମୂଲ୍ୟ ହାସଲ ପାଇଁ ଲୋକଙ୍କୁ ସାହାଯ୍ୟ କରିବା ଦରକାର। ଏହାବାଦ୍‌ ମୂଲ୍ୟବୋଧଭିତ୍ତିକ ଜୀବନର ଅଭାବ ଏକଚ୍ଛତ୍ରବାଦ ଆଡ଼କୁ ବାଟ କଢ଼ାଇ ନେବାର ସମ୍ଭାବନା ଅଧିକ ବୋଲି ଲୋକମାନଙ୍କୁ ଅବଗତ କରାଯିବା ଆବଶ୍ୟକ।
ଏସବୁକୁ ବିଚାର କଲେ ସାମ୍ପ୍ରତିକ ସମୟରେ ମାନବୀୟ ଶିକ୍ଷାର ଅତ୍ୟଧିକ ଆବଶ୍ୟକତା ଅଛି। ହେଲେ ଏଭଳି ଶିକ୍ଷାକୁ ବିଶ୍ୱବିଦ୍ୟାଳୟରେ ସୀମିତ କରି ରଖାଯିବାର କେତେକ କାରଣ ରହିଛି। ଗୋଟିଏ କାରଣ ହେଉଛି, ଏହାପ୍ରତି ବିଦ୍ୱାନମାନଙ୍କ ମଧ୍ୟରେ ଥିବା ଅନାଗ୍ରହ। ଆଧୁନିକ ବିଜ୍ଞାନଭିତ୍ତିକ ଅନୁଧ୍ୟାନଗୁଡ଼ିକ ବିଜ୍ଞାନକୁ ନା କହି ଧର୍ମୀୟ ବିଶ୍ୱାସକୁ ଗ୍ରହଣ କରିବା ଭଳି ପଥଭ୍ରଷ୍ଟ ଚିନ୍ତାଧାରାକୁ ବିରୋଧ କରିଥିଲା। ବିଜ୍ଞାନ ନିଜକୁ ଏଭଳି ସ୍ବେଚ୍ଛଚାରୀ ସିଦ୍ଧାନ୍ତରୁ ମୁକ୍ତ କରିଥିଲେ ମଧ୍ୟ ତାହା ଜୀବନର ମୂଲ୍ୟ ଅନ୍ବେଷଣ କରିବା ଧାରାରୁ ବହୁଦୂରକୁ ଚାଲିଗଲା। ଉତ୍ତମ ଜୀବନ ଜିଇବାର କୌଣସି ଗାଣିତିକ ସୂତ୍ର ନାହିଁ ବୋଲି ବୈଜ୍ଞାନିକମାନେ ଯାହା ବୁଝାଇବାକୁ ଚାହଁିଥିଲେ ତାହା ଏବେ ଗବେଷଣା ସାପେକ୍ଷ। ଅନ୍ୟପକ୍ଷରେ ମାନବବାଦକୁ ସମର୍ଥନ କରୁଥିବା ଗବେଷଣାଗୁଡ଼ିକ ମଧ୍ୟ ଏହି ପଥରୁ ବିଚ୍ୟୁତ ହୋଇଗଲେ। ଉଦାହରଣ ସ୍ବରୂପ, କେମିତି ବଞ୍ଚିବାକୁ ହୁଏ ସେ ସମ୍ପର୍କରେ କିମ୍ବା ତା’ ଆମକୁ କ’ଣ ଶିକ୍ଷା ଦେଇପାରେ, ତାହା ବୁଝାଇବା ଲାଗି ବହୁ ଗବେଷକ ସେମାନଙ୍କ ଚେଷ୍ଟାବନ୍ଦ କରି ଦେଲେ।
ଭଲ ଖବର ହେଉଛି, ଅତୀତର ସମସ୍ୟାଗୁଡ଼ିକୁ ଉଜାଗର ନ କରି ଆମେ ଏହିସବୁ ଜୀବନର ମୂଲ୍ୟ ସମ୍ପର୍କିତ ପ୍ରଶ୍ନଗୁଡ଼ିକରେ ଆମକୁ ଜଡ଼ିତ କରିପାରିବା। ମାନବତା ସମ୍ପର୍କିତ ବଡ଼ ପ୍ରଶ୍ନଗୁଡ଼ିକ ଉପରେ ଶ୍ରେଣୀଗୃହରେ ଉପଦେୟ ଆଲୋଚନା କରାଗଲେ ତାହା ଶିକ୍ଷକ ଓ ଛାତ୍ରମାନଙ୍କୁ ଜୀବନର ମୂଲ୍ୟ ବୁଝିବାରେ ସାହାଯ୍ୟ କରିବ। ତେବେ ମାନବ ଅସ୍ତିତ୍ୱର ଆହ୍ବାନଗୁଡ଼ିକୁ ସାମ୍‌ନାକୁ ଆଣିବାରେ ଛାତ୍ରମାନଙ୍କୁ ସାହାଯ୍ୟ କରିବା ଲାଗି ଆଗାମୀ ବର୍ଷଗୁଡ଼ିକରେ ଏକ ନୂତନ ତଥା ପ୍ରମୁଖ ସୁଯୋଗ ମାନବବାଦୀମାନେ ଯୋଗାଇଦେବାର ସମ୍ଭାବନା ଅଛି। ମହାମାରୀ ଆରମ୍ଭ ହେବାଠାରୁ ବିଶ୍ୱର ବହୁ ବିଶ୍ୱବିଦ୍ୟାଳୟ ମାନବୀୟ ଶିକ୍ଷାରେ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ତେବେ ଚଳିତ ଶିକ୍ଷା ବର୍ଷରେ କାଲିଫର୍ନିଆ,ବରକିଲେ ବିଶ୍ୱବିଦ୍ୟାଳୟରେ ମାନବୀୟ ଶିକ୍ଷାକୁ ନେଇ ଯାହା ଘୋଷଣା କରାଯାଇଛି ତାହା ଗତ ବର୍ଷ ତୁଳନାରେ ୧୨୧% ଅଧିକ ।
ଏସବୁ ହେଉଛି ପ୍ରାଥମିକ ତଥ୍ୟ। ଆମକୁ ନିଶ୍ଚିତ ହେବାକୁ ପଡ଼ିବ ଯେ ଯଦି ଏହି ଧାରା ଲାଗିରହେ ତେବେ ଆମେ ସଫଳତା ଦେଖିବାକୁ ପାଇବା। କିନ୍ତୁ ଏହି ଧାରାରେ ସାମାନ୍ୟ ଉନ୍ନତି ମାନବତା ପାଇଁ ଏକ ଗୁରୁତ୍ୱପୂଣ୍ଣର୍ର୍ ସୁଯୋଗ ଆଣିଛି। ।
ଏକଚ୍ଛତ୍ରବାଦୀ ଭାବେ ଆମେ ନିଜର ବିଚାରଧାରାକୁ ଛାତ୍ରମାନଙ୍କ ଉପରେ ଲଦି ଦେବାର ଢାଞ୍ଚାକୁ ଯେଭଳି ତ୍ୟାଗ କରୁଛେ ସେହିଭଳି ଛାତ୍ରମାନେ କେମିତି ଭଲ ଜୀବନ ଜିଇବେ ତାହା ସେମାନଙ୍କୁ ବୁଝାଇବାରେ ଆମେ ପ୍ରଦର୍ଶନ କରୁଥିବା ବିଫଳତା ଉପରେ ସମାନ ଭାବେ ଚିନ୍ତା ପ୍ରକଟ କରିବା ଉଚିତ। କେବଳ ମାନବୀୟ ଶିକ୍ଷା ତାହା କରିପାରିବ। ଏହା କେମିତି କରାଯାଇପାରିବ ତାହାର ଦାୟିତ୍ୱ ଅଧ୍ୟାପକଙ୍କର। ଆମର ଶ୍ରେଣୀଗୃହ ଏମିତି ହେବା ଦରକାର, ଯେଉଁଠି ଜୀବନର କଠିନ ସମସ୍ୟାଗୁଡ଼ିକ ଉପରେ ବିଚାର, ବିତର୍କ କରାଯାଇପାରିବ। ଏଠାରେ ଜୀବନର ମୂଲ୍ୟ ଓ ଉଦ୍ଦେଶ୍ୟକୁ ପ୍ରତିପାଦିତ କରାଯାଇ ତାହାକୁ ପାଳନ କରାଯାଇପାରିବ। ଏଭଳି ଏକ ଶ୍ରେଣୀଗୃହ ପ୍ରତିଷ୍ଠା କରିବା ଆବଶ୍ୟକ, ଯେଉଁଠି ଜୀବନର ସମ୍ପୂର୍ଣ୍ଣତାକୁ ଗ୍ରହଣ କରାଯିବା ସହ ତାହାକୁ ବୁଝିବା ଲାଗି ସମସ୍ତେ ଏକାଠି କାମ କରିବେ। ଏକ ନୂଆ ଶିକ୍ଷାର ଆଲୋକ ପ୍ରଜ୍ଜ୍ୱଳିତ କରିବା ଆମ ସମସ୍ତଙ୍କ ଉପରେ ନିର୍ଭର କରେ। ସେହିଠାରେ ହିଁ ଆମେ ସମସ୍ତଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବିଶ୍ୱ ଗଢିବା ଲାଗି ସମ୍ମିଳିତ ଭାବେ ଆମର ଶ୍ରେଷ୍ଠ ବୈଜ୍ଞାନିକ ବିଦ୍ୟା ସହ ଜ୍ଞାନକୁ ଯୋଡ଼ିପାରିବା।

– ଆଭ୍‌ରାମ ଆଲପର୍ଟ
ରିସର୍ଚ୍ଚ ଫେଲୋ, ଦି ଇନ୍‌ଷ୍ଟିଚ୍ୟୁଟ, ହମବର୍ଗ ତଥା ଦି ଗୁଡ୍‌ ଏନଫ୍‌ ଲାଇଫ୍‌ର ଲେଖକ


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri