ବିଜେଡି ହାତରେ ପୁଣି ଅତାବିରା ଏନ୍ଏ‌ସି : ଭାଜପା ମୂଳପୋଛ, କଂଗ୍ରେସକୁ ଗୋଟିଏ ଆସନ

ବରଗଡ଼ ଅଫିସ/ସରଣ୍ଡା,୫।୪(ଡିଏନଏ): ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ଫଳାଫଳ ବୁଧବାର ଘୋଷିତ ହୋଇଛି।
ବିଜେ ବନମାଳୀ ବରିହା ସର୍ବାଧିକ ୪୮୧୯ ଭୋଟ ପାଇ ନଗରପାଳଭାବେ ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥିନୀ ସବିତା ଭୁଏଙ୍କୁ ୧୭୩୭ ଏବଂ ଭାଜପା ପ୍ରାର୍ଥିନୀ ଲଷ୍ମୀ ବେହେରାଙ୍କୁ ୧୫୩୨ ଭୋଟ ମିଳିଛି। ତେବେ ୧୨ୱାର୍ଡ ବିଶିଷ୍ଟ ଉକ୍ତ ଏନ୍‌ଏସିର ୱାର୍ଡ ନଂ-୧ କଂଗ୍ରେସ ହାତକୁ ଯାଇଥିବା ବେଳେ ବାକି ୧୧ଟି ୱାର୍ଡ ବିଜେଡି ବାଜିମାତ୍‌ କରିଛି। ୱାର୍ଡ ନଂ-୧ରେ କଂଗ୍ରେସ ପ୍ରାର୍ଥୀ ଦିପକ ରାୟ ବିଜୟୀ ହୋଇ ଦଳ ପାଇଁ ଖାତା ଖୋଲିଛନ୍ତି। ବାକି ସବୁ ଆସନ ବିଜେଡି ହାତକୁ ଯାଇଛି। ୱାର୍ଡ ନଂ- ୨ରେ ବିଜେଡିର ଶିବାନନ୍ଦ ତ୍ରିପାଠୀ, ୱାର୍ଡ ନଂ-୩ରେ ନେପାଳ ପ୍ରଧାନ, ୱାର୍ଡ ନଂ-୪ରେ ସବିତା ମଲ୍ଲିକ, ୱାର୍ଡ ନଂ-୫ରେ ରାଜୀବ କହରା, ୱାର୍ଡ ନଂ-୬ରେ ପ୍ରମିଳା ପ୍ରଧାନ, ୱାର୍ଡ ନଂ-୭ରେ ବିଲ୍ଲୋସ ଜୋନପୁରୀ, ୱାର୍ଡ ନଂ-୮ରେ ରେଣୁକା ପ୍ରଧାନ, ୱାର୍ଡ ନଂ-୯ରେ ନାରାୟଣ ସାହୁ, ୱାର୍ଡ ନଂ-୧୦ରେ ସୁରେଖା ବାଗ, ୱାର୍ଡ ନଂ-୧୧ରେ ଅନୁସୟା ବିଶ୍ବାଳ ଏବଂ ୱାର୍ଡ ନଂ-୧୨ରେ ଯମୁନା ଭୁଏ ବିଜୟୀ ହୋଇଛନ୍ତି ଭାଜପା ଏଠାରେ ମୂଳପୋଛ ହୋଇଯିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ପୁଣି ଏନ୍‌ଏସି ଦଖଲ ପରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ଦଳର ବିଜୟୀ ପ୍ରାର୍ଥୀଙ୍କ ଉପସ୍ଥିତିରେ ଅତାବିରାରେ ବିଜୟ ଉତ୍ସବ ମନାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri