Posted inଜାତୀୟ

ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୫ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇବାର ଦିନକ ପରେ ଶୁକ୍ରବାର ଲୋକ ସଭା ସେକ୍ରେଟାରିଏଟ୍‌ ତାଙ୍କ ସଦସ୍ୟ ପଦ ରଦ୍ଦ କରିଛି। ଏହି ଦଣ୍ଡାଦେଶ ଉପରେ ଏକ ଉଚ୍ଚତର ଅଦାଲତ ସ୍ଥଗିତାଦେଶ ଜାରି ନ କଲେ ରାହୁଲ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ଲୋକ ସଭା କିମ୍ବା ବିଧାନସଭା ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ଏହାକୁ ‘ଗଣତନ୍ତ୍ରର କଣ୍ଠରୋଧ’ ଆଖ୍ୟା ଦେଇ ଦେଶବ୍ୟାପୀ ଜନଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛି। ମୋଦି ସରକାରଙ୍କୁ ଘେରିବା ପାଇଁ ସୋମବାର ଆରମ୍ଭ ହେବାକୁ ଥିବା ଏହି ଆନ୍ଦୋଳନରେ ବିଭିନ୍ନ ରାଜ୍ୟର ଦଳୀୟ ସଙ୍ଗଠନଗୁଡ଼ିକ ସାମିଲ ହେବେ ବୋଲି ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ ସୂଚନା ଦେଇଛନ୍ତି।

ଲୋକ ପ୍ରତିନିଧି ଆଇନ ଧାରା ୮ର ଅବତାରଣା କରି ଜଣେ ବିଶେଷଜ୍ଞ କହିଛନ୍ତି, ରାହୁଲଙ୍କ ଅଯୋଗ୍ୟତା ୮ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। କୋର୍ଟ ୨ ବର୍ଷ ଜେଲ ଦଣ୍ଡ ଦେଇଥିବାବେଳେ ଏହି ଅବଧି ଶେଷ ହେବା ପରେ ୬ ବର୍ଷ ପର୍ଯ୍ୟନ୍ତ ଏହା ଲାଗୁ ହେବ। ୨ କିମ୍ବା ତଦୂର୍ଦ୍ଧ୍ୱ ବର୍ଷ ଜେଲ ଦଣ୍ଡାଦେଶ ହେଲେ ସଦସ୍ୟତା ରଦ୍ଦ କରାଯିବା ନେଇ ଉକ୍ତ ଆଇନରେ ବ୍ୟବସ୍ଥା ରହିଛି। ଏକ ଉଚ୍ଚ ଅଦାଲତ ତାଙ୍କ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି ନ କରିବା ପର୍ଯ୍ୟନ୍ତ ରାହୁଲ ପାର୍ଲାମେଣ୍ଟକୁ ଯାଇପାରିବେ ନାହିଁ ବୋଲି ନିର୍ବାଚନ କମିଶନ ଅଫିସ୍‌ର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି। କେବଳ ଏତିକି ନୁହେଁ, ନିର୍ବାଚନ କମିଶନ କେରଳର ଓ୍ବାୟନାଡ୍‌ ଲୋକ ସଭା ଆସନରେ ସାନି ନିର୍ବାଚନ କରାଇପାରିବେ। ଏହି ଆସନର ଅବଧି ଆସନ୍ତା ବର୍ଷ ଜୁନ୍‌ରେ ଶେଷ ହେବ। ଗୃହର ଅବଶିଷ୍ଟ ଅବଧି ବର୍ଷେରୁ କମ୍‌ ସମୟ ଥିଲେ ନିର୍ବାଚନ କରାଯାଇପାରିବ ନାହିଁ। ନିଜ ନାମ ଗୋପନ ସର୍ତ୍ତରେ ବିଶେଷଜ୍ଞ ଜଣକ ଆହୁରି କହିଛନ୍ତି, ରାହୁଲଙ୍କୁ ଅପିଲ ପାଇଁ କୋର୍ଟ ଦେଇଥିବା ଗ୍ରେସ୍‌ ପିରିୟଡ୍‌ (କୋହଳ ଅବଧି) ଶେଷ ହେବା ଯାଏ ୩୦ ଦିନ ନିର୍ବାଚନ କମିଶନ ଅପେକ୍ଷା କରିପାରନ୍ତି।

ମାସକ ମଧ୍ୟରେ ସରକାରୀ ବଙ୍ଗଳା ଛାଡ଼ିବେ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ସଦସ୍ୟତା ହରାଇବା ପରେ ଏବେ ଲୁଟିଏନ୍ସ ଦିଲ୍ଲୀରେ ଥିବା ନିଜ ସରକାରୀ ବାସଭବନକୁ ୩୦ ଦିନ ମଧ୍ୟରେ ଖାଲି କରିବେ। ରାହୁଲ ୨୦୧୪ ନିର୍ବାଚନରେ ଅମେଠି ଆସନରୁ ବିଜୟୀ ହେବା ପରଠାରୁ ୧୨ ତୁଗ୍‌ଲକ୍‌ ଲେନ୍‌ରେ ଅବସ୍ଥିତ ଏହି ବଙ୍ଗଳାରେ ରହିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri