ବ୍ରିଟେନ ସହ ଫାଲ୍କଲ୍ୟାଣ୍ଡ ଚୁକ୍ତିନାମା ବାତିଲ କଲା ଆର୍ଜେଣ୍ଟିନା…

ଲଣ୍ଡନ,୫।୩ : ଫାଲ୍କଲ୍ୟାଣ୍ଡ ଚୁକ୍ତିନାମାକୁ ଏକପାଖିଆ ବାତିଲ କରିବାକୁ ଆର୍ଜେଣ୍ଟିନା ନିଷ୍ପତ୍ତି ଯୋଗୁଁ ବ୍ରିଟେନରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇିଛି। ଆର୍ଜେଣ୍ଟିନାର ଏହି ନିଷ୍ପତ୍ତି ଉପରେ ବ୍ରିଟିଶ ସରକାରଙ୍କ ପ୍ରତିକ୍ରିୟା ତୁଳନାତ୍ମକ ଭାବେ ସାମାନ୍ୟ ଥିଲା। ଏନେଇ ସମାଲୋଚକମାନେ କହିଛନ୍ତି ଯେ, ସଙ୍କଟରେ ପଡ଼ିଥିବା ବ୍ରିଟେନକୁ ବର୍ତ୍ତମାନ ଦୁନିଆର ଏକ ଦୁର୍ବଳ ଦେଶ ଭାବରେ ଦେଖାଯାଉଛି। ସୋସିଆଲ ମିଡିଆରେ ଏଭଳି କଥା କୁହାଯାଇଛି।

କେତେକ ପର୍ଯ୍ୟବେକ୍ଷକଙ୍କ କହିବାନୁସାରେ, ବ୍ରିଟେନ ବର୍ତ୍ତମାନ ୟୁକ୍ରେନକୁ ସାମରିକ ସହାୟତା ପାଇଁ ଜଡ଼ିତ ଥିବାବେଳେ ଆର୍ଜେଣ୍ଟିନା ଏଭଳି ପଦକ୍ଷେପ ନେବାକୁ ଉପଯୁକ୍ତ ସମୟ ଭାବରେ ଚିନ୍ତା କରିଛି। ଏଥି ସହିତ ବ୍ରିଟେନରେ ମଧ୍ୟ ମୁଦ୍ରାସ୍ଫୀତି ଏବଂ ସାମାଜିକ ସମସ୍ୟା ଗୁରୁତର ହେବାରେ ଲାଗିଛି।

ବ୍ରିଟିଶ ସରକାରୀ ଅଧିକାରୀ ଆର୍ଜେଣ୍ଟିନାର ଏହି ନିଷ୍ପତ୍ତିକୁ ନିରାଶାଜନକ ବୋଲି ବର୍ଣ୍ଣନା କରିଛନ୍ତି। ଫାଲ୍କଲ୍ୟାଣ୍ଡ ଆର୍ଜେଣ୍ଟିନାରେ ମାଲଭିନସ ଦ୍ୱୀପପୁଞ୍ଜ ଭାବରେ ଜଣାଶୁଣା। ୧୮୩୩ ମସିହାରେ ବ୍ରିଟେନ ଏହି ଦ୍ୱୀପପୁଞ୍ଜକୁ ଦଖଲ କରିଥିଲା, ଯାହା ଆର୍ଜେଣ୍ଟିନା ଦ୍ୱାରା ସର୍ବଦା ଦାବି ହୋଇଆସୁଛି। ୧୯୮୨ ମସିହାରେ, ଆର୍ଜେଣ୍ଟିନା ଏହି ଦ୍ୱୀପପୁଞ୍ଜକୁ ଜବରଦଖଲ କରିଥିଲା, ଯାହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା ଯେଉଁଥିରେ ଆର୍ଜେଣ୍ଟିନା ପରାସ୍ତ ହୋଇଥିଲା। ୭୪ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଆର୍ଜେଣ୍ଟିନାର ୬୪୯ ସୈନିକ ଏବଂ ବ୍ରିଟେନର ୨୫୫ ସୈନ୍ୟ ନିହତ ହୋଇଥିଲେ।

୨୦୧୬ ରେ ବ୍ରିଟେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଲ୍କଲ୍ୟାଣ୍ଡ / ମାଲଭିନସ ଦ୍ୱୀପପୁଞ୍ଜ ବିଷୟରେ ଏକ ଚୁକ୍ତି ହୋଇଥିଲା । ବର୍ତ୍ତମାନ ଆର୍ଜେଣ୍ଟିନା ଏକପାଖିଆ ଭାବେ ଏଥିରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମହାକାଶ ଯିବେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ: ପ୍ରଥମ ମହିଳା ଭାବେ ରଚିବେ ଇତିହାସ

ଓ୍ବାଶିଂଟନ୍‌,୬।୫: ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ପୁଣି ଥରେ ମହାକାଶକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥର ବଚ ୱିଲମୋର ମଧ୍ୟ ତାଙ୍କ ସହ ରହିବେ। ଦୁଇ...

ବାଇଡେନଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଟ୍ରମ୍ପ

ଓ୍ବାଶିଂଟନ,୬ା୫: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପ୍ରାର୍ଥୀଙ୍କ ମଧ୍ୟରେ କଥାବାର୍ତ୍ତା ତୀବ୍ର ହୋଇଛି। ଏହି କ୍ରମରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବୃତ୍ତି ସାମ୍ନାକୁ...

ପୁଣି ଇସ୍ରାଏଲ ଉପରେ ମିଶାଇଲ୍‌ ମାଡ କଲା ହମାସ

ଜେରୁଜେଲମ,୬।୫: ଗତ ସାତ ମାସ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ,୫।୫: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ...

ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି, ଆଉ କିଛି ଦେଶର ନେତାଙ୍କର ରହିଛି ନାଁ!

ମସ୍କୋ,୫।୫: ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ଓ୍ବାଣ୍ଟେଡ ତାଲିକାରେ ରଖିଛି। ଏ ବାବଦରେ ଆଉ କୌଣସି...

ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ବ୍ରାଜିଲ,୫।୫: ତାଣ୍ଡବ ରଚିଲା ପ୍ରକୃତି। ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି ।...

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri