Posted inଫୁରସତ

କର୍ନାଟକର ରେଶମ ସହର ‘ରାମନଗର’

କର୍ନାଟକର ରାମନଗର ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ସହର ହେଉଛି ରାମନଗର। ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ରାମନଗରା ବୋଲି ବି କହିଥାନ୍ତି। ଏହା ଜିଲାର ମୁଖ୍ୟାଳୟ ମଧ୍ୟ। ବେଙ୍ଗାଲୁରୁଠାରୁ ପ୍ରାୟ ୫୦ କି.ମି ଦୂରରେ ଥିବା ଏହି ସହରଟି ରେଶମ ଉତ୍ପାଦନ ପାଇଁ ବେଶ୍‌ ପ୍ରସିଦ୍ଧ। ସେଥିପାଇଁ ରାମନଗରକୁ ଅନେକେ କର୍ନାଟକର ରେଶମ ସହର ବୋଲି ବି ସମ୍ବୋଧନ କରିଥାନ୍ତି। କେବଳ ରେଶମ ନୁହେଁ ଗ୍ରାନାଇଟ୍‌ ଉତ୍ପାଦନ ବି ଏଠି ବେଶ୍‌ ଭଲ ହୋଇଥାଏ। ଏଠାକାର ଆଖପାଖ ଅଞ୍ଚଳରେ ବହୁ ଉଚ୍ଚଉଚ୍ଚ ଗ୍ରାନାଇଟ୍‌ ପାହାଡ଼ ଦେଖିବାର ଆନନ୍ଦ ପର୍ଯ୍ୟଟକ ଲଭିପାରିବେ। ଏଥିସହିତ ନିକଟବର୍ତ୍ତୀ ସ୍ଥାନରେ ଥିବା ବହୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ବି ବୁଲିବାର ମଜା ନେଇପାରିବେ।

ଫିଲ୍ମରେ ରାମନଗରର ଦୃଶ୍ୟ
ପ୍ରସିଦ୍ଧ ବଲିଉଡ୍‌ ଫିଲ୍ମ ‘ଶୋଲେ’ର କେତେକ ଦୃଶ୍ୟର ଶୁଟିଂ ଏହି ରାମନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ପାହାଡଗୁଡ଼ିକରେ ହୋଇଥିଲା ବୋଲି ସୂଚନା ରହିଛି। ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା ପାହାଡଗୁଡ଼ିକୁ ଅନେକେ ଶୋଲେ ପାହାଡ ବୋଲି ବି ସମ୍ବୋଧନ କରିଥାନ୍ତି।

ଅର୍ଥନୀତି
ଏହି ସହରର ଅର୍ଥନୀତି ମୁଖ୍ୟତଃ ରେଶମ ଓ ଗ୍ରାନାଇଟ୍‌ ଉତ୍ପାଦନ ଉପରେ ହିଁ ନିର୍ଭର କରିଥାଏ। ସୂଚନାନୁଯାୟୀ, ପ୍ରତିଦିନ ଏହି ସହରରୁ କୁଆଡ଼େ ପ୍ରାୟ ୫୦ ଟନ୍‌ ରେଶମ କୋକୁନ୍‌ ଉତ୍ପାଦିତ ହୋଇଥାଏ।

କ’ଣ ଦେଖିବେ
ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଏଠାକାର ପାହାଡିଆ ଅଞ୍ଚଳରେ ବୁଲି ନିଆରା ଆନନ୍ଦ ଲଭିବା ସହିତ ଏଠାରେ ରେଶମ ଉତ୍ପାଦନ କିପରି ହେଉଛି ସେ ସମ୍ପର୍କରେ ମଧ୍ୟ ଅନେକ ତଥ୍ୟ ଜାଣିବାର ସୂଯୋଗ ପାଇପାରିବେ। କେବଳ ସେତିକି ନୁହେଁ, ରାମନଗରର ନିକଟବର୍ତ୍ତୀ ଅଞ୍ଚଳରେ ଥିବା କେତେକ ପର୍ଯ୍ୟଟନସ୍ଥଳୀ ଆଡ଼େ ବି ବୁଲିଯାଇପାରିବେ। ଯେମିତିକି:
* ରେଭାନାସିଦ୍ଦେଶ୍ୱର ବେଟ୍ଟା: ଏହା ହେଉଛି ଏକ ଶୈବପୀଠ। ସମୁଦ୍ରପତ୍ତନରୁ ପ୍ରାୟ ୩,୦୬୬ ଫୁଟ ଉଚ୍ଚତାରେ ଥିବା ଏକ ପାହାଡ଼ ଉପରେ ରହିଛି ଏହି ମନ୍ଦିରଟି। ରାମନଗରଠାରୁ ଏହା ପ୍ରାୟ ୧୫ କି.ମି ଦୂରରେ ଅବସ୍ଥିତ।
* ମେକେଦାଟୁ: ଏହା କର୍ନାଟକର ଚାମରାଜନଗର ଜିଲା ଓ ରାମନଗର ଜିଲାର ସୀମାରେ ଅବସ୍ଥିତ ଏପରି ଏକ ସ୍ଥାନ; ଯେଉଁଠି କାବେରୀ ନଦୀ ଏକ ଆବଡ଼ାଖାବଡ଼ା ଘାଟି ରାସ୍ତା ଦେଇ ପ୍ରବାହିତ ହୋଇଥାଏ। କିନ୍ତୁ ଏଠାକାର ପ୍ରାକୃତିକ ଦୃଶ୍ୟ ଦେଖିବାକୁ ବେଶ୍‌ ମନୋରମ ଲାଗିଥାଏ।
* କାନ୍‌ଭା ରିଜରଭର୍‌: ଏହା ହେଉଛି ସ୍ଥାନୀୟ ଅଞ୍ଚଳରେ ଥିବା ଏକ କୁତ୍ରିମ ହ୍ରଦ। ପର୍ଯ୍ୟଟକ ଏଠାକୁ ମୁଖ୍ୟତଃ ପିକ୍‌ନିକ୍‌ କରିବାକୁ ଆସିଥାନ୍ତି।
* ଟ୍ରେକିଂର ମଜା ନିଆରା: ଏଠାରେ ଯେହେତୁ ଅନେକ ପାହାଡ଼ ଥିବାର ଦେଖାଯାଏ, ତେଣୁ ପର୍ଯ୍ୟଟକ ଚାହିଁଲେ ଏଠି ଟ୍ରେକିଂର ମଜା ମଧ୍ୟ ନେଇପାରିବେ।

କେବେ ଓ କେମିତି ଯିବେ
ବର୍ଷକ ବାରମାସ ଏଠାକୁ ବୁଲିଯିବାର ସୁବିଧା ଥିଲେ ହେଁ ବର୍ଷାଦିନକୁ ଛାଡ଼ି ବାକି ଅନ୍ୟଦିନରେ ଏଠାକୁ ବୁଲିଗଲେ ବୁଲିବାର ମଜା ଦ୍ୱିଗୁଣିତ ହୋଇଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ବିଶେଷକରି ପର୍ଯ୍ୟଟକ ଚାହିଁଲେ ବେଙ୍ଗାଲୁରୁରୁ ଏଠାକୁ ଟ୍ରେନ୍‌ ହେଉ ଅବା ଟୁରିଷ୍ଟ ବସ୍‌ରେ ଆରାମରେ ଯାଇପାରିବେ। ଏଥିସହିତ ଦେଶର ବିଭିନ୍ନ ସ୍ଥାନରୁ ବି ରାମନଗରକୁ ଯିବା ପାଇଁ ଟୁରିଷ୍ଟ ବସ୍‌ର ବ୍ୟବସ୍ଥା ରହିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri