ସ୍କୁଲରେ ଶିକ୍ଷକଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା,ଥାନାରେ ପ୍ରଥମ ସ୍ତ୍ରୀଙ୍କ ଏତଲା

ଦାରିଙ୍ଗବାଡ଼ି(ଡି.ଏନ୍‌.ଏ.)/ ଫୁଲବାଣୀ ଅଫିସ, ୧୬ା୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଏକ ବିଦ୍ୟାଳୟର ଜଣେ ଶିକ୍ଷକ ସେହି ସ୍କୁଲରେ ଦ୍ୱିତୀୟ ବିବାହ କରିଥିବା ଚର୍ଚ୍ଚା ହେଉଛି। ସ୍କୁଲରେ ପାଠପଢ଼ା ସମୟରେ ସମ୍ପୃକ୍ତ ଶିକ୍ଷକ ଜଣଙ୍କ ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକଙ୍କ ଉପସ୍ଥିତିରେ ଜଣେ ଯୁବତୀଙ୍କ ସହ କେକ୍‌ କାଟି ଫୁଲମାଳ ଆଦାନପ୍ରଦାନ କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଶିକ୍ଷକଙ୍କ ପ୍ରଥମ ସ୍ତ୍ରୀ ଏ ନେଇ ବାଲିଗୁଡା ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ୨୦୦୩ରେ ଶିକ୍ଷକ ଜଣକ ପ୍ରଥମ ବିବାହ କରିଥିଲେ। ୩ ବର୍ଷ ପରେ ଏକ କନ୍ୟା ସନ୍ତାନ ଜନ୍ମ ହେବାରୁ ପାରିବାରିକ ଅଶାନ୍ତି ଆରମ୍ଭ ହୋଇଥିଲା। ସ୍ତ୍ରୀଙ୍କୁ ସେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ପରେ ଶିକ୍ଷକ ବାଲିଗୁଡା କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କୋର୍ଟରେ ମାମଲା ଚାଲିଥିବା ବେଳେ ସେ ଜଣେ ଯୁବତୀଙ୍କୁ ଭଲ ପାଇ ତାଙ୍କୁ ଗତ ୬ତାରିଖରେ ସ୍କୁଲରେ ବିବାହ କରିଥିବା ଚର୍ଚ୍ଚା ହେଉଛି। ପ୍ରଥମ ସ୍ତ୍ରୀ ଏହି ଖବର ପାଇ ବାଲିଗୁଡା ଥାନାରେ ଏତଲା ଦେଇଛନ୍ତି। ଏ ନେଇ ନଂ.୨୧/୨୩ରେ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ବାବା ଶଙ୍କର ଶରାଫ ସୂଚନା ଦେଇଛନ୍ତି। ଏ ନେଇ ଦାରିଙ୍ଗବାଡି ବିଇଓ ରସାନନ୍ଦ କରଙ୍କ ସହ ଯୋଗାଯୋଗ କରିବାରୁ ଭାଇରାଲ ହେଉଥିବା ଭିଡିଓ ଆଧାରରେ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri