ମନ୍ତ୍ରୀଙ୍କ ଚା ଖଟିରେ ଦୁଇ ଆଶାୟୀଙ୍କୁ ନେଇ ଚର୍ଚ୍ଚା

ସମ୍ବଲପୁର,୧୪ା୨(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଶନିବାର ସମ୍ବଲପୁର ଗସ୍ତ କରିଥିଲେ। ଏହି ସମୟରେ ରେଢ଼ାଖୋଲଠାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ରେଢ଼ାଖୋଲ ଛକର ଏକ ଚା ଦୋକାନରେ ଏକ ଖଟି ଆୟୋଜନ ହୋଇଥିଲା। ଏଥିରେ ମନ୍ତ୍ରୀ ପ୍ରଧାନଙ୍କ ସମେତ ଦଳୀୟ ନେତା ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। ରେଢ଼ାଖୋଲ ବିଧାନସଭା ପାଇଁ ଆଶାୟୀ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ଓ ଗୋବିନ୍ଦ ଅଗ୍ରୱାଲ ମନ୍ତ୍ରୀ ପ୍ରଧାନଙ୍କ ସହ ଏକାଠି ଛିଡାହୋଇ ଖୁସି ଜାହିର କରୁଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀ ପ୍ରଧାନ ଉଭୟଙ୍କ ମନୋମାଳିନ୍ୟ ଦୂର ପାଇଁ ଏଭଳି ଯୋଜନା କରିଥିବା ଆଲୋଚନା ହୋଇଥିଲା। ଆଶାୟୀ ଦୁଇ ନେତା ପୁଣି ଆଗାମୀ ନିର୍ବାଚନ ସମୟରେ ଟିକେଟ ହାତେଇବାକୁ ଚେଷ୍ଟା କରୁଥିବା ମଧ୍ୟ ଦଳରେ ଚର୍ଚ୍ଚା ହେଉଛି।
ଗତ ନିର୍ବାଚନରେ ଉଭୟ ଆଶାୟୀ ରହିଥିବା ବେଳେ ଶେଷ ସମୟରେ ଦେବେନ୍ଦ୍ରଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଗୋବିନ୍ଦ ଏହାକୁ ନେଇ ମନ ଊଣା କରିଥିଲେ ହେଁ ଜାହିର କରିପାରି ନ ଥିଲେ ବୋଲି କୁହାଯାଉଛି। ଏବେ ମଧ୍ୟ ଗୋବିନ୍ଦ ଟିକେଟ ଆଶାରେ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ଭେଟି ଆଲୋଚନା କରୁଛନ୍ତି। ଅନ୍ୟ ଆଶାୟୀ ଦେବେନ୍ଦ୍ର ମଧ୍ୟ ବିଭିନ୍ନ ସ୍ଥାନରେ ସଭାସମିତି ଆୟୋଜନ କରିବା ସହ ଲୋକଙ୍କ ସମସ୍ୟାକୁ ନେଇ କାମ କରୁଛନ୍ତି।
ଦେଖିବାକୁ ଗଲେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ସମ୍ବଲପୁର ଜିଲାର ୪ ବିଧାନସଭା ଆସନ ମଧ୍ୟରୁ ରେଙ୍ଗାଲି ଓ ସମ୍ବଲପୁରକୁ ଭାଜପା ଅକ୍ତିଆର କରିଥିବା ବେଳେ କୁଚିଣ୍ଡା ଓ ରେଢାଖୋଲ ବିଜେଡି ଖାତାକୁ ଯାଇଥିଲା। ସେହିପରି ଜିଲାପରିଷଦ ନିର୍ବାଚନରେ ରେଢାଖୋଲ ନିର୍ବାଚନ ମଣ୍ଡଳୀର ୭ ଜିଲାପରିଷଦ ମଧ୍ୟରୁ ଭାଜପା ଗୋଟିଏ ଆସନରେ ବିଜୟୀ ହୋଇଥିଲା। ମାନେଶ୍ୱର ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ରେଢାଖୋଲ ଏନ୍‌ଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଭାଜପା ଅକ୍ତିଆର କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ପ୍ରାର୍ଥୀ ଦେବେନ୍ଦ୍ରଙ୍କୁ ୪୨ ହଜାର ୩ ଶହ ଭୋଟ ମିଳିଥିଲା। ହେଲେ ୨୦୨୨ ଜିଲାପରିଷଦ ଭୋଟ ସମୟରେ ଭୋଟ ହାର ବୃଦ୍ଧି ପାଇ ୪ ବ୍ଲକରେ ଭାଜପାକୁ ୫୩ ହଜାର ୪୫୦ ଭୋଟ ମିଳିଛି। ହାରାହାରି ୧୦ ହଜାର ଭୋଟ ଅଧିକ ମିଳିଥିଲା। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆଗାମୀ ସାଧାରଣ ନିର୍ବାଚନରେ ସମ୍ବଲପୁର ନ ହେଲେ ଢେଙ୍କାନାଳ ଲୋକ ସଭା ଆସନରୁ ସିଧାସଳଖ ନିର୍ବାଚନ ଲଢିବେ ବୋଲି ଆଲୋଚନା ହେଉଛି। ତେଣୁ ସମ୍ବଲପୁର ଲୋକ ସଭା ଅଧୀନ ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ଭାଜପା କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଲକ୍ଷ୍ୟ ରଖିଛନ୍ତି। ଏହାକୁ ନେଇ ରେଢାଖୋଲ ନିର୍ବାଚନ ମଣ୍ଡଳୀ ଯୁଯୁମୁରାଠାରେ ଏକ ଜନସମାବେଶ ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କରେ ମହାପାତ୍ର କହିଛନ୍ତି, ମନ୍ତ୍ରୀଙ୍କ ଗସ୍ତ ସମୟରେ ରେଢାଖୋଲ ଛକରେ ରହଣି କରିଥିଲେ। ତୃଣମୂଳ ସ୍ତରରେ ଦଳୀୟ ସଂଗଠନ ସୁଦୃଢ଼ କରିବାକୁ କହିଥିଲେ। ଟିକେଟ ଦଳ ହାତରେ ରହିଥାଏ, ଆମେ ଦଳ ପାଇଁ କାମ କରିବୁ ବୋଲି କହିଥିଲେ। ଅନ୍ୟପଟେ ଅଗ୍ରୱାଲ କହିଛନ୍ତି, କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ଦଳ ଯାହା ନିଷ୍ପତ୍ତି ନେବ ସେ ନେଇ କାମ କରିବାକୁ ପଡିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri