ଆଜିଠୁ ବ୍ୟାସସରୋବର ମହୋତ୍ସବ

ଯାଜପୁର ଅଫିସ,୧।୨ : ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦରେ ରହିଛି ମହର୍ଷି ବ୍ୟାସଦେବ ମହାମୁନିଙ୍କ ଐତିହ୍ୟପୀଠ ବ୍ୟାସସରୋବର। ମହାମୁନି ବେଦବ୍ୟାସ ଏହି ସ୍ଥାନରେ ବସି ମହାକାବ୍ୟ ମହାଭାରତ ରଚନା କରିଥିଲେ ବୋଲି କିମ୍ବଦନ୍ତୀ ରହିଛି। ଲୋକମୁଖରେ ପ୍ରଚଳିତ ରହିଛି, ୧୮ ଦିନର ମହାଭାରତ ଯୁଦ୍ଧର ମୂକସାକ୍ଷୀ ଏହି ବ୍ୟାସସରୋବର ଅଞ୍ଚଳରେ ପାଣ୍ଡବଭ୍ରାତା ଭୀମଙ୍କ ଗଦାଘାତରେ କୁରୁରାଜ ଦୂର୍ଯ୍ୟୋଧନଙ୍କ ଜାନୁଭଙ୍ଗ ହୋଇଥିଲା। ଏଠାରେ ରହିଛି ପ୍ରାଚୀନ ଗୁପ୍ତଗଙ୍ଗା। ବହୁ ପୁରାତନ କାଳରୁ ଭୌମ ଏକାଦଶୀ ତିଥିରେ ଏହି ପାବନ କ୍ଷେତ୍ରରେ ବ୍ୟାସସରୋବର ମେଳା ଅନୁଷ୍ଠିତ ହୋଇ ଆସୁଛି। ଏହି କ୍ରମରେ ବୁଧବାରଠାରୁ ଏହି ମେଳା ଆରମ୍ଭ ହେବ ା ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଛାଟ ଯୋଗୁ ଏଥର ସ୍ଥାୟୀ ଜାଗାଠାରୁ ପ୍ରାୟ ୫୦୦ ମିଟର ଆଗକୁ ଏକ ବ୍ୟକ୍ତିଗତ ଜମିରେ ମେଳାର ଆୟୋଜନ ହେଉଛି। ଫେବୃୟାରୀ ୧ ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବହୁ ବରିଷ୍ଠ ରାଜନେତା, ପ୍ରଶାସକ ଓ ସୁନାମଧନ୍ୟ ବ୍ୟକ୍ତି ମେଳାରେ ଅତିଥି ଭାବେ ଯୋଗଦେବେ ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି। ପ୍ରତି ସନ୍ଧ୍ୟାରେ ବଲିଉଡ, ଓଲିଉଡ ଏବଂ ସ୍ଥାନୀୟ କଳାକାରମାନଙ୍କୁ ନେଇ ମଞ୍ଚ ଦୁଲୁକିବ। ଯେଉଁଥିରେ ବଲିଉଡ କଣ୍ଠଶିଳ୍ପୀ ହେମନ୍ତ ବ୍ରିଜବାସୀଙ୍କ ସମେତ ଅଭିଷେକ ସିହ୍ନା, ଅରିନ୍ଦମ ଚକ୍ରବର୍ତ୍ତୀ, ତାରିକ ଅଜିଜ, ସର୍ମିଷ୍ଠା ସରକାର, ସତ୍ୟଜିତ ପ୍ରଧାନ, ଜେସିକା, ସୌମ୍ୟଜିତ, ଭାଗ୍ୟଶ୍ରୀ, ସୋନମ, ସୃତି ଭଳି କଳାକାରଙ୍କୁ ଦେଖିବାକୁ ମିଳିବ। ଏହାସହ ମେଲୋଡି ଓ ଟ୍ରାକ୍‌ ଗ୍ରୁପର ଉପସ୍ଥିତି ସରୋବରର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦ୍ୱିଗୁଣିତ କରିବ। ମେଳା ପାଇଁ ୧୫୦ରୁ ଅଧିକ ଷ୍ଟଲ ପ୍ରସ୍ତୁତ ଥିବାବେଳେ ହସ୍ତତନ୍ତ, ହସ୍ତକଳା, ହସ୍ତଶିଳ୍ପର ବଜାର ଲାଗିବ। ଘରକରଣା ସାମଗ୍ରୀଠାରୁ ପାରମ୍ପରିକ ବସ୍ତ୍ରର ସମ୍ଭାର ବିକ୍ରିର ବ୍ୟବସ୍ଥା ହୋଇଛି ା ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ସହିତ ଟ୍ରାଫିକ ନିୟନ୍ତ୍ରଣର ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପୌର ପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଚାରିଚକିଆ ଓ ଦୁଇଚକିଆ ଯାନର ପାର୍କିଂ ସୁବିଧା ସହିତ ସରୋବର ଅଞ୍ଚଳକୁ ପଥ ପ୍ରସ୍ତୁତ ସରିଛି। ବୁଧବାର ସକାଳ ୭ଟା ବେଳେ ବ୍ୟାସନଗର ରାଜୀବ ଗାନ୍ଧୀ ଷ୍ଟାଡିୟମଠାରୁ ମାରାଥନ ଦୌଡ଼ ଆରମ୍ଭ ହୋଇ ଓୟାର ହାଉସ, ଚୋରଦା ଛକ, ଚୋରଦା ବାଇପାସ, ନହକା ବାଇପାସ, ଟାଉନହଲ, ଦଳା, ମହିଳା କଲେଜ, ନଟପଡା, ଝଟିଆସାହି, ଗୋଶାଳା ଛକ, କୋପଣ୍ଡ ଓ ମୁଣ୍ଡୋମାଳ ଛକ ଦେଇ ବ୍ୟାସସରୋବର ସ୍ଥଳରେ ପହଞ୍ଚିବ । ତେବେ ନୂତନ ମେଳା ସ୍ଥଳକୁ କଚା ରାସ୍ତା ଥିବାରୁ ଧୂଳି ଉଡ଼ି ପରିବେଶ ଆହୁରି ପ୍ରଦୂଷିତ ହେବାର ସମ୍ଭାବନା ରହିଛି। ଏଭଳିସ୍ଥିତିରେ ନିୟମିତ ଭାବେ ପାଣି ସିଞ୍ଚନ କରା ନ ଗଲେ ପରିସ୍ଥିତି ଭୟାବହ ହୋଇପାରେ ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ସରୋବର ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠିରୁ ୬୪ କୋଟି ଟଙ୍କା ମଞ୍ଜୁର ହୋଇଛି। ତେବେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜଙ୍ଗଲ ଜମିରେ ହେଉଥିବା ଅଭିଯୋଗ କରି ଏହି ପ୍ରକଳ୍ପ ଏବେ ଏନ୍‌ଜିଟି ଫାଶରେ ପଡିଛି। ତେଣୁ କରୋନା ମହାମାରୀ ପରେ ୨ ବର୍ଷ ଅନ୍ତରରେ ବ୍ୟାସସରୋବର ମେଳାର ଆୟୋଜନକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳବାସୀ ଆନ୍ଦୋଳନ କରିବା ସହ ବ୍ୟାସସରୋବର ମହୋତ୍ସବ ନ ହେଲେ ବିଜେଡିରୁ ଇସ୍ତଫା ଦେବେ ବୋଲି କାଉନସିଲର ପାର୍ଥସାରଥି ନାୟକ ଚେତାବନୀ ଦେଇଥିଲେ। ଏହାପରେ ସମ୍ପଦ କେନ୍ଦ୍ର ସମ୍ମୁଖରେ ଥିବା ଏକ ବ୍ୟକ୍ତିଗତ ଜମିରେ ମହୋତ୍ସବ ଆୟୋଜନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri