Posted inଫୁରସତ

ପର୍ଯ୍ୟଟନସ୍ଥଳୀ ଅରିତାର: ଯେଉଁଠି ମିଳେ ମନକୁ ଶାନ୍ତି

ସିକ୍କିମ୍‌ସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଅରିତାର। ଏଠାକାର ଶାନ୍ତ ତଥା ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ବିଶେଷକରି ସକାଳ ସମୟରେ ଏହି ସ୍ଥାନର ଅପୂର୍ବ ଶୋଭା କାହାକୁ ବି ଆକର୍ଷିତ କରିପାରେ। ତେଣୁ ପ୍ରାୟତଃ ଦେଖାଯାଏ, ପରିବାର ସଙ୍ଗେ ହେଉ ଅବା ସାଙ୍ଗସାଥୀ ଅଥବା ନିଜ ଜୀବନସାଥୀ ସହ କ୍ୱାଲିଟି ଟାଇମ୍‌ ବିତାଇବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି।

ଅପୂର୍ବ ପ୍ରାକୃତିକ ଶୋଭା ସାଙ୍ଗକୁ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ନିଜ ଭିତରେ ସାଇତି ରଖିଥିବା ଅରିତାର ହେଉଛି ସିକ୍କିମ୍‌ସ୍ଥିତ ଏକ ଶାନ୍ତ, ମନୋରମ ସ୍ଥାନ। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ବହୁ ଉଚ୍ଚ ଉଚ୍ଚ ପାହାଡ, ଘଞ୍ଚ ଜଙ୍ଗଲ, ହ୍ରଦ, ଝରଣା ଆଧ୍ୟାତ୍ମିକ ପୀଠ ସାଙ୍ଗକୁ ଆହୁରି ଅନେକ କିଛି। କେବଳ ସେତିକି ନୁହେଁ ଏଠାରେ ବହୁ ଦୁଃସାହସିକ କ୍ରୀଡ଼ା ପାଇଁ ବି ରହିଛି ସୁବିଧା ଓ ସୁଯୋଗ। ସେଥିପାଇଁ ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କର ଯା’ଆସ ଲାଗି ରହିଥାଏ।

କ’ଣ ଦେଖିବେ
* ଲମ୍ପୋଖରୀ: ଏହା ହେଉଛି ସିକ୍କିମ୍‌ସ୍ଥିତ ଏକ ବହୁ ପୁରୁଣା ପ୍ରାକୃତିକ ହ୍ରଦ, ଯାହାର ସୌନ୍ଦର୍ଯ୍ୟ ଏବେ ବି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଅରିତାରର ଖୁବ୍‌ ନିକଟରେ ରହିଛି ଏହି ହ୍ରଦଟି। ଏଠାରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ବୋଟିଂର ସୁବିଧା ପ୍ରଦାନ କରାଯାଇଥାଏ। କେବଳ ସେତିକି ନୁହେଁ ପ୍ରତିବର୍ଷ ଏପ୍ରିଲ୍‌- ମେ’ ଆଡ଼କୁ ଏଠାରେ ଲମ୍ପୋଖରୀ ଟୁରିଜମ୍‌ ଫେଷ୍ଟିଭାଲ୍‌ର ଆୟୋଜନ କରାଯାଇଥାଏ; ଯେଉଁ ସମୟରେ ବିଭିନ୍ନ ପ୍ରକାର ଦୁଃସାହସିକ କ୍ରୀଡ଼ା ଯେମିତି କି ବୋଟିଂ, ଘୋଡ଼ା ସବାରି, ପରମ୍ପରାଗତ ତୀର ଚାଳନା, ଟ୍ରେକିଂ, ରକ୍‌ କ୍ଲାଇମ୍ବିଂ, ପାରାଗ୍ଲାଇଡିଂ ଆଦି ପ୍ରତିଯୋଗିତାରେ ଭାଗ ନେବାକୁ ବହୁ ସଂଖ୍ୟାରେ ପ୍ରତିଯୋଗୀ ଏଠାକୁ ଆସିଥାନ୍ତି।

* ଅରିତାର ଗୁମ୍ପା: ଏହା ହେଉଛି ସ୍ଥାନୀୟ ଏକ ପୁରାତନ ମଠ। ଏହି ମଠର କାରୁକାର୍ଯ୍ୟ ଦେଖିବାକୁ ବେଶ୍‌ ଆକର୍ଷଣୀୟ ହୋଇଥାଏ।
* ଡାକବଙ୍ଗଳା: ଏହା ଅରି-ବଙ୍ଗଳା ନାମରେ ବି ପରିଚିତ। ବହୁ ପୁରୁଣା ଏହି ବଙ୍ଗଳାକୁ କୁଆଡ଼େ ବ୍ରିଟିଶ୍‌ମାନେ ନିର୍ମାଣ କରିଥିଲେ ବୋଲି ସୂଚନା ରହିଛି।
* ପର୍ବତେଶ୍ୱର ଶିବାଳୟ ମନ୍ଦିର: ପାହାଡ଼ ଉପରେ ଅବସ୍ଥିତ ଏହି ଶିବାଳୟରେ ପ୍ରତିବର୍ଷ ଶିବରାତ୍ରି ଓ ଶ୍ରାବଣ ମାସରେ ଭକ୍ତଙ୍କର ବେଶ୍‌ ଗହଳି ଦେଖିବାକୁ ମିଳିଥାଏ।
* ମଙ୍ଗ୍‌ଖିମ୍‌: ଏହା ହେଉଛି ଅରିତାରସ୍ଥିତ ଅନ୍ୟତମ ଆଧ୍ୟାତ୍ମିକ ପୀଠ। ପ୍ରକୃତିକୁ ପୂଜା କରୁଥିବା ସ୍ଥାନୀୟ ରାୟ ଜନଜାତି ଲୋକମାନଙ୍କର ଏହା ହେଉଛି ମନ୍ଦିର। ପ୍ରତିବର୍ଷ ଏପ୍ରିଲ୍‌-ମେ’ ସମୟରେ ଏଠାରେ ସାକେବ ନାମକ ଏକ ବିଶେଷ ପୂଜାର ଆୟୋଜନ କରାଯାଇଥାଏ। ଚାଷରେ ଭଲ ଅମଳ ହେବାର ଲକ୍ଷ୍ୟ ରଖି ସେମାନେ ଏହି ପୂଜା କରିଥାନ୍ତି ବୋଲି ବିଶ୍ୱାସ ରହିଛି।
* ଏଭର୍‌ଗ୍ରୀନ୍‌ ନର୍ସରୀ ଓ ରାମଗୌରୀ ସଂଗ୍ରହାଳୟ: ଏଠାରେ ବିଭିନ୍ନ ପ୍ରକାର ଫୁଲ ଗଛ ସହ ଅନେକ ଔଷଧୀୟ ବୃକ୍ଷ ଦେଖିବାର ସୁଯୋଗ ପାଇପାରିବେ ପର୍ଯ୍ୟଟକ। ତା’ସହିତ ନାନାଦି ରକମର କାଠ ବିଷୟରେ ଜାଣିବାର ବି ସୁବିଧା ଏଠାରେ ଉପଲବ୍ଧ ରହିଛି।
* କାଲି ଖୋଲ୍‌ ଜଳପ୍ରପାତ: ମାତ୍ର ୧୦୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟି ହେଉଛି ଅରିତାରର ଅନ୍ୟତମ ଆକର୍ଷଣ। ଏହାକୁ କେହି କେହି ଲୋନ୍‌ଲି ଜଳପ୍ରପାତ ବୋଲି ମଧ୍ୟ କହିଥାନ୍ତି।
* ଚାଙ୍ଗେ ଜଳପ୍ରପାତ: ଲମ୍ପୋଖରୀ ନିକଟସ୍ଥ ଏହା ହେଉଛି ଅନ୍ୟତମ ଜଳପ୍ରପାତ। ମାତ୍ର ୫୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟିର ଆକର୍ଷଣୀୟ ଦୃଶ୍ୟ କାହାକୁ ବି ଆକର୍ଷିତ କରିପାରେ।
* ଲଙ୍ଗ୍‌ଚୋକ୍‌ ଉପତ୍ୟକା: ଏହା ହେଉଛି ଅରିତାର ନିକଟସ୍ଥ ଏକ ଲୋକପ୍ରିୟ ଟ୍ରେକିଂ ଡେଷ୍ଟିନେଶନ।
* ଲଭ୍‌ ଦାରା: ଏହା ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପିକ୍‌ନିକ୍‌ ସ୍ପଟ୍‌।

କେବେ ଓ କେମିତି ଯିବେ
ବର୍ଷର ଯେକୌଣସି ସମୟରେ ଅରିତାରକୁ ବୁଲିଯିବାର ସୁବିଧା ଥିଲେ ହେଁ ଶୀତଦିନେ ଏଠାରେ ବେଶ୍‌ ଭିଡ଼ ଜମୁଥିବା ଦେଖିବାକୁ ମିଳିଥାଏ। ଅନ୍ୟପକ୍ଷେ ଏପ୍ରିଲ୍‌-ମେ’ ସମୟରେ ବି ଏଠି ଆଗନ୍ତୁକଙ୍କର ପ୍ରବଳ ଗହଳି ପରିଲକ୍ଷିତ ହୋଇଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ଯେହେତୁ ଅରିତାରରେ କୌଣସି ରେଳଷ୍ଟେଶନ ନାହିଁ, ତେଣୁ ପର୍ଯ୍ୟଟକଙ୍କୁ ନ୍ୟୁ ଜଲପାଇଗୁଡ଼ି ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନରେ ପହଞ୍ଚତ୍ ସେଠାରୁ ଟ୍ୟାକ୍ସି ହେଉ ଅବା କ୍ୟାବ୍‌ ଭଡ଼ା କରି ଅରିତାରକୁ ଯିବାକୁ ହୋଇଥାଏ। ଅନ୍ୟପକ୍ଷେ ବାଗ୍‌ଡୋଗ୍ରା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ହେଉଛି ଅରିତାରର ନିକଟବର୍ତ୍ତୀ ମୁଖ୍ୟ ବିମାନବନ୍ଦର। ସେଠାରୁ ବି ଅରିତାରକୁ ଯିବା ପାଇଁ ଟ୍ୟାକ୍ସିର ସୁବିଧା ରହିଛି। ଏସବୁ ବାଦ୍‌ ଦେଶର ବିଭିନ୍ନ ସ୍ଥାନରୁ ବି ସିକ୍କିମ୍‌କୁ ଯିବା ପାଇଁ ଟୁରିଷ୍ଟ ବସ୍‌ର ବ୍ୟବସ୍ଥା ରହିଛି। ଯଦ୍ଦ୍ବାରା ପର୍ଯ୍ୟଟକ ସିକ୍କିମ୍‌ରେ ପହଞ୍ଚତ୍ ସେଠାରୁ ଟାଉନ୍‌ ବସ୍‌ ହେଉ ଅବା ଟ୍ୟାକ୍ସି ସାହାଯ୍ୟରେ ଯାଇ ଆରାମରେ ଅରିତାରରେ ପହଞ୍ଚିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri