ସୁଧୁରୁନି ଟ୍ରାଫିକ୍‌ ଜାମ୍‌

ଯୋଡ଼ା,୨୭।୭(ଡି.ଏନ.ଏ.)- କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନଂ. ଜାତୀୟ ରାଜପଥର ଯୋଡା-ବଡବିଲ-ବିଲେଇପଦା-ଭଦ୍ରାସାହି ରାସ୍ତାରେ ଟ୍ରାଫିକ ଜାମ୍‌ ସମସ୍ୟା ସୁଧୁରିବା ନାଁ ନେଉନାହିଁ । ଜାତୀୟ ରାଜପଥରେ ଭଦ୍ରାସାହିଠାରୁ ଯୋଡା ଏବଂ ବିଲେଇପଦା ମଧ୍ୟରେ ବୁଧବାର ରାତିରେ ଟ୍ରାଫିକ୍‌ ଜାମ୍‌ ଯୋଗୁ ବହୁ ଯାନବାହନ ରାସ୍ତାରେ ଅଟକି ରହିଥିଲା। ବଡବିଲଠାରୁ ଯାଉଥିବା ଦ୍ରୁତଗାମୀ ଯାତ୍ରୀବାହୀ ବସଗୁଡିକ ଯୋଡା ରଣାଶାଳ ଘାଟିଠାରେ ଦୀର୍ଘ ସମୟ ଅଟକି ରହିଥିଲେ ା ସେହିପରି କଳାପାହାଡ ଲହଣ୍ଡା ମଧ୍ୟରେ ଟ୍ରାଫିକ ଜାମ୍‌ ହେବାରୁ ସେଠାରେ ମଧ୍ୟ ଯାତ୍ରୀବାହୀ ବସ ସମେତ ଛୋଟବଡ ଯାନବାହନ ଅଟକି ରହିଥିଲା। ଏଭଳି ଟ୍ରାଫିକ୍‌ ସମସ୍ୟାର ପ୍ରତିକାର ଲାଗି କେନ୍ଦୁଝର ଜିଲାପାଳ, ଚମ୍ପୁଆ ଉପଜିଲାପାଳଙ୍କ ସମେତ ଯୋଡା, ବଡବିଲ, ବାମେବାରୀ, ରୁଗୁଡି, ବଡବିଲ ପ୍ରଭୃତି ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ଯୋଡା ଖଣି ଉପ ନିର୍ଦ୍ଦେଶକ ପ୍ରମୁଖ ବାରମ୍ବାର ବୈଠକ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ା ଟ୍ରାଫିକ୍‌ ଜାମ୍‌ ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଅଣାୟତ୍ତ ହେଉଛି।
ଟ୍ରାଫିକ୍‌ ସମସ୍ୟା ସୁଧାରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୫୨୦ ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଘରୋଇ ସୁରକ୍ଷାକର୍ମୀ ନିୟୋଜିତ କରାଯିବା ସାଙ୍ଗକୁ
ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ସ୍ଥାନୀୟ ଲୋକେ କହିଛନ୍ତି ଯେ, ଟୋଲ ଫ୍ରି ନମ୍ବରର ପ୍ରଚଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏ ସମ୍ପର୍କରେ ଏ ପର୍ଯନ୍ତ ସର୍ବସାଧାରଣଙ୍କୁ ଅବଗତ କରାଯାଇନାହିଁ ା ଯୋଡାର ପୂର୍ବତନ ଭାଇସଚେୟାରମ୍ୟାନ୍‌ ପୁରୁଷୋତ୍ତମ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ସରକାର ରାଜସ୍ବ ଲୋଭରେ ଅହୋରାତ୍ର ଖଣିଜ ପରିବହନ ପାଇଁ ଅନୁମୋଦନ ଦେଇଚାଲିଛନ୍ତି। ହେଲେ ପରିବହନ ଭିତ୍ତିଭୂମିର ବିକାଶ କରାଯାଉ ନାହିଁ। ଏବେ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଅନେକ ରାସ୍ତାର ଡାଇଭର୍ସନ ବ୍ୟବସ୍ଥା କରାଯାଇଛି। ଏଥିଲାଗି ରାସ୍ତା ଅଧିକ ଜାମ୍‌ ହେଉଛି ା ଏହା ବ୍ୟତୀତ ପରିବହନ କମ୍ପାନୀ ୧୮ ଚକ ଓ ୨୨ ଚକ ବିଶିଷ୍ଟ ଭାରିଯାନ ବାହାର ରାଜ୍ୟରୁ ଆଣି ଖଣିଜ ପରିବହନ କରିବାରୁ ଏହା ଟ୍ରାଫିକ ଜାମ ସମସ୍ୟା ଦ୍ୱିଗୁଣିତ କରୁଛି ା ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ଅନୁରୂପ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି, ଦିନବେଳା ଭାରିଯାନ ଚଳାଚଳ ଉପରେ କେବଳ କଟକଣା ଜାରି କଲେ ସମସ୍ୟାର ସମାଧାନ ହେବ ନାହିଁ ା ୨୦୨୦ ରେ ଖଣି ବନ୍ଦ ହେବା ଆଶଙ୍କା ଥିବାରୁ ଲିଜ୍‌ଧାରୀମାନେ ଅହେତୁକ ପରିମାଣର ଖଣିଜ ଉତ୍ତୋଳନ କରି ଏହାକୁ ପରିବହନ କରିବା ସକାଶେ ବଡ ବଡ ଭାରିଯାନ ବ୍ୟବହାର କରୁଛନ୍ତି। ଏଥିଲାଗି ରାଜପଥ ଅବସ୍ଥା ଶୋଚନୀୟ ହୋଇପଡିଛି। ଖଣିଜ ଦ୍ରବ୍ୟ ଉତ୍ତୋଳନ ଓ ପରିବହନ ଉପରେ କଟକଣା କରାଗଲେ ଟ୍ରାଫିକ୍‌ ଜାମ୍‌ ଦୂର ହୋଇପାରନ୍ତା।
ଉଲ୍ଲେଖନୀୟ ଯେ କେନ୍ଦୁଝର, ଚଣ୍ଡିଖୋଲ, ତାଳଚେର, ଯୋଡା, ବଡବିଲ, ରାଉଲକେଲା, କଟକ, ପାରାଦୀପ ପ୍ରଭୃତି ଅଞ୍ଚଳର ବହୁ ଟ୍ରକ ମାଲିକ ପୂର୍ବରୁ ଏ ଅଞ୍ଚଳରୁ ଖଣିଜପଥର ପରିବହନ କରୁଥିଲେ। ଏବେ ପରିବହନ କମ୍ପାନୀମାନେ ପଞ୍ଜାବ, ଉତ୍ତରପ୍ରଦେଶ, ଗୁଜରାଟ, ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ବଡ ବଡ ଟ୍ରକ ଆଣି ଖଣିଜ ଦ୍ରବ୍ୟ ପରିବହନ କରୁଛନ୍ତି। ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ରାସ୍ତା କଡରେ ଯାନବାହନ ଚେକିଂ କରାଯାଉଥିବାରୁ ସଂକୀର୍ଣ୍ଣ ରାସ୍ତାରେ ଶହ ଶହ ଗାଡି ଅଟକି ରହୁଛିି ା ବଡବିଲ ଆରଟିଓ ଅଫିସ ପକ୍ଷରୁ ରାତି ୮ଟା ପରେ ଏଭଳି ତନଖି କରାଯାଉଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲି ଭାଟି ଉପରେ ପୋଲିସର ଚଢ଼ାଉ, ମଦ ରନ୍ଧା ସାମଗ୍ରୀରେ ଲଗାଇଦେଲା ନିଆଁ

ପାଟଣା,୫ା୧୨(ବୀରକିଶୋର ଦାଶ): ବେଆଇନଦେଶୀ ମହୁଲି ଭାଟି ଉପରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମହୁଲି ମଦ ସହ ପୋଚ ନଷ୍ଟ କରିଛି। କେନ୍ଦୁଝର ଜିଲାତୁରୁମୁଙ୍ଗା...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବୈତରଣୀରେ ନିର୍ମାଣ ହେବ ବ୍ୟାରେଜ୍‌

ପାଟଣା,୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ତହସିଲ ରାଜନଗର ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ହେବାର...

ବସ୍‌ରେ ଦିବ୍ୟାଙ୍ଗ ନାବାଳିକାଙ୍କୁ କଣ୍ଡକ୍ଟରଙ୍କ ଦୁର୍ବ୍ୟବହାର, ବସ୍‌ ମାଲିକଙ୍କୁ ନୋଟିସ୍‌

କେନ୍ଦୁଝର,୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ଦିବ୍ୟାଙ୍ଗ ନାବାଳିକା ତାଙ୍କ ମା’ଙ୍କ ସହିତ ଚିକିତ୍ସା ପାଇଁ ଭୁବନେଶ୍ବରକୁ ଯାଉଥିବା ବେଳେ ସେମାନଙ୍କୁ ଏକ ବସ୍‌ର କଣ୍ଡକ୍ଟର ଦୁର୍ବ୍ୟବହାର...

ଝିଅର ମା’ ବାପା ରାଜି ନ ହେବାରୁ ଟାୱାର ଉପରକୁ ଚଢ଼ିଗଲେ ଯୁବକ, ଆଉ ତା’ପରେ…

କେନ୍ଦୁଝର,୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ଜୁଡିଆ ନିକଟରେ ଗୁରୁବାର ଏକ ହାଇ ପାୱାର ଟାୱାରରେ ଜଣେ ଯୁବକ ଚଢ଼ି ଯିବା ଘଟଣା...

ହେଲାନି ଅନାସ୍ଥା: ଧାରଣାରେ ରହି ପଞ୍ଚାୟତ ସମ୍ମୁଖରେ ଚିତା କାଟି ମାଣବସା ପାଳିଲେ ୱାର୍ଡ ସଭ୍ୟା

ଆନନ୍ଦପୁର,୪।୧୨( ସୁଶାନ୍ତ କୁମାର ସାହୁ ): ରାତିସାରା ପଞ୍ଚାୟତ ସମ୍ମୁଖରେ ଧାରଣାରେ ରହିଲେ। ସକାଳୁ ସକାଳୁ ଗୁରୁବାର ମାଣବସା ଓଷା ପାଳନ କଲେ। ଏଭଳି ଘଟଣା...

ବିଡିଓ ନ ପହଞ୍ଚିବାରୁ ହେଲାନି ଅନାସ୍ଥା ଭୋଟ, ରାତିସାରା ପଞ୍ଚାୟତ ସାମ୍ନାରେ ବସିଲେ ସଭ୍ୟାସଭ୍ୟ

ଆନନ୍ଦପୁର,୪।୧୨( ସୁଶାନ୍ତ କୁମାର ସାହୁ ): କଣ୍ଟିପାଳ ସରପଞ୍ଚ ପଦ୍ମିନୀ ନାଏକଙ୍କ ବିରୁଦ୍ଧରେ ୮ ଜଣ ସଭ୍ୟ ଅନାସ୍ଥା ଆଣିଥିବା ବେଳେ ଗତ କାଲି ଏହାର...

ସରପଞ୍ଚଙ୍କ ବିରୋଧରେ ହେଲାନାହିଁ ଅନାସ୍ଥା ଭୋଟିଂ, ନିର୍ଦ୍ଧାରିତ ସମୟ…

ଆନନ୍ଦପୁର,୩ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ସରପଞ୍ଚ ପଦ୍ମିନୀ ନାୟକଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଉପଜିଲାପାଳଙ୍କ ଚିଠି ନମ୍ବର ୧୦୨୧୨...

ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଚୁଲିରୁ ନିଆଁଲାଗି ଗୁରୁତର ଥିଲେ ପାଚିକା, ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ଆନନ୍ଦପୁର,୩।୧୨ (ସୁଶାନ୍ତ କୁମାର ସାହୁ): ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଚୁଲିରୁ ନିଆଁଲାଗି ଗୁରୁତର ପାଚିକା ତପୋଇ ପ୍ରଧାନଙ୍କ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri