ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ,୯ା୧: ବ୍ରହ୍ମପୁର ସଦର ଥାନାର ଭୌଗୋଳିକ ସୀମା ଅଧିକ ରହିଛି। ଏଣୁ ଉକ୍ତ ଥାନା ଅଧୀନରେ ଥିବା ନିମଖଣ୍ଡି ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରିବା ପାଇଁ କିଛିବର୍ଷ ହେଲା ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଥିଲା। ରାଜ୍ୟ ସରକାର ନିମଖଣ୍ଡି ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରିବା ପାଇଁ ବିଗତ ଦିନରେ ଘୋଷଣା କରିଥିଲେ। ଇତିମଧ୍ୟରେ ୪ ମାସ ବିତିଯାଇଛି। ଶେଷରେ ସୋମବାର ଅପରାହ୍ନ ସାଢ଼େ ୪ଟାରେ ନିମଖଣ୍ଡି ଥାନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ କରିବା ନେଇ ନିର୍ଦ୍ଦେଶନାମା ମିଳିଛି। ଉକ୍ତ ଥାନା ଉଦ୍‌ଘାଟନ ସମୟରେ ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଆଇଜି ସତ୍ୟବ୍ରତ ଭୋଇ, ଏସ୍‌ପି ଡା. ଶ୍ରବଣା ବିବେକ ଏମ୍‌., ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳାଇ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ସ୍ଥିର ହୋଇଛି। ଅନ୍ୟପଟେ ସୋମବାର ଉକ୍ତ ଥାନା ଖାଜାସାହି ନିକଟରେ ଥିବା ପୁରୁଣା ମହିଳା ଥାନାରେ ପ୍ରଥମେ କାର୍ଯ୍ୟକ୍ଷମ ହେବ ବୋଲି ବହ୍ମପୁର ଏସ୍‌ପି ଡା. ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିମଖଣ୍ଡି ଥାନା ଉଦ୍‌ଘାଟନ କରିବା ପରେ ଉକ୍ତ ଥାନାର ଅଧିକାରୀ ଭାବେ ଇନ୍ସପେକ୍ଟର ଭାବନାନନ୍ଦ ପ୍ରଧାନ ଦାୟିତ୍ୱ ଗ୍ରହଣ କରିବେ। ସେହିପରି ଉକ୍ତ ନୂତନ ଥାନାରେ ଦୁଇଜଣ ଏସ୍‌ଆଇ ଓ ୨ଜଣ ଏଏସ୍‌ଆଇ ଓ ୮ କନଷ୍ଟେବଲଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ନିମଖଣ୍ଡି ଗ୍ରାମର ଏକ ମନ୍ଦିର ନିକଟରେ ଜାଗା ଚିହ୍ନଟ ହୋଇଥିବା ବେଳେ ସେଠାରେ ନିଜସ୍ବ କୋଠା ଖୁବ୍‌ଶୀଘ୍ର ନିର୍ମାଣ ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri